ଘରେ ପଇସା ରଖନ୍ତି ନାହିଁ ମହିଳା, ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ…

ଭବାନୀପାଟଣା,୨୮।୪ (ଉତ୍ତମ କୁମାର ଦାଶ): ପୁରାତନ କାଳରେ ଯେତେବେଳେ ଟଙ୍କାର ପ୍ରଚଳନ ନ ଥିଲା ସେତେବେଳେ ମଣିଷ ନିଜର ଦୈନନ୍ଦିନ ଜୀବନର ଚାହିଦା ମେଣ୍ଟାଇବା ପାଇଁ ଦ୍ରବ୍ୟର ଆଦାନ ପ୍ରଦାନ ମାଧ୍ୟମରେ ବିପଣନ କରୁଥିଲା। ଏହି କ୍ରମରେ ନିଜ ପାଖରେ ଥିବା ଦ୍ରବ୍ୟକୁ ଦେଇ ପ୍ରତିବଦଳରେ ଆବଶ୍ୟକ ଜିନିଷ ଅନ୍ୟଠୁ କ୍ରୟ କରୁଥିଲା। ସମୟର ପରିବର୍ତ୍ତନ ସହିତ ଟଙ୍କାର ପ୍ରଚଳନ ହେଲା ଓ ମଣିଷ ସହଜରେ ନିଜ ଦରକାରୀ ଜିନିଷ କ୍ରୟ କରିପାରିଲା। ତେବେ କଳାହାଣ୍ଡି ଜିଲାର ଆଦିବାସୀ ଅଧୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକରେ ଆଜି ବି ଏମିତି ଅନେକ ଗାଁ ଅଛି ଯେଉଁଠି ଆଦିବାସୀ ମହିଳାମାନେ ନଗଦ ଟଙ୍କାର ପ୍ରଚଳନକୁ ନିରୁତ୍ସାହିତ କରନ୍ତି। ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ପ୍ରାୟତଃ ଏଠାରେ ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରନ୍ତି। ଆଉ ସେମାନେ ଜଙ୍ଗଲ ପାହାଡିଆ ଅଞ୍ଚଳରେ କାନ୍ଦୁଳ, ହରଡ, ମୁଗ, ବିରି, କୋଳଥ, ମାଣ୍ଡିଆ ଭଳି ଡାଲି ଜାତୀୟ ଶସ୍ୟ ଚାଷ କରିଥାନ୍ତି। ଆଉ ଏହି ସବୁ ଚାଷରେ ମହିଳାମାନେ ପ୍ରମୂଖ ଭୂମିକା ଗ୍ରହଣ କରୁଥିବାବେଳେ ତାକୁ ବିକ୍ରି କରି ସେମାନେ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ଆଉ ଏହାକୁ ବିକ୍ରି କରୁଥିବାବେଳେ ଦେଖିବାକୁ ମିଳିଥାଏ ରୋଚକ ଦୃଶ୍ୟ। ଯଦି କୌଣସି ବ୍ୟକ୍ତି କାନ୍ଦୁଲ ଡାଲି କିମ୍ବା ହରଡ କିଣିବାକୁ ଆସିଥାଏ ତାହେଲେ ତାକୁ ଟଙ୍କା ପ୍ରତିବଦଳରେ ଚାଉଳ ଦେବାକୁ ପଡିଥାଏ। ଗୋଟିଏ ମାଣ କାନ୍ଦୁଳ ନେବାକୁ ହେଲେ ଗ୍ରାହକ ଜଣଙ୍କୁ ତିନି ମାଣ ଚାଉଳ ଦେବାକୁ ପଡିଥାଏ। ଆଉ ଜଣେ ଯଦି ଗୋଟିଏ ବସ୍ତା କାନ୍ଦୁଳ ଡାଲି ନେବାକୁ ଇଚ୍ଛା ପ୍ରକାଶ କରେ ତାହେଲେ ତାକୁ ତିନି ବସ୍ତା ଚାଉଳ ଦେବାକୁ ପଡିଥାଏ। ଆଉ ଗ୍ରାହକ ଯଦି ଟଙ୍କା ନେଇ ଆସେ ତାହେଲେ ତାକୁ ଖାଲି ହାତରେ ଫେରିଯିବାକୁ ପଡିଥାଏ। ଆଉ ତାର ମୁଖ୍ୟ କାରଣ ହେଲା ଆଦିବାସୀ ମହିଳାମାନେ ଘରେ ନଗଦ ଟଙ୍କା ରଖିବାକୁ ନିରାପଦ ମଣି ନ ଥାନ୍ତି । ସେମାନଙ୍କ ଯୁକ୍ତି ହେଲା ଯେ ଯଦି ଘରେ ନଗଦ ଟଙ୍କା ଗଚ୍ଛିତ ରହେ,ତେବେ ଘରର ପୁରୁଷ ମାନେ ଉକ୍ତ ଟଙ୍କାର ଅପବ୍ୟବହାର କରି ବଦଖର୍ଚ୍ଚ କରିବେ। ଅନେକ ଦିନରୁ ଆଦିବାସୀ ମହିଳାମାନଙ୍କ ଏହି ଆଶଙ୍କା ଯୋଗୁ ଗାଁ ଲୋକେ ଘରେ ପଇସା ରଖନ୍ତି ନାହିଁ। ଚାଉଳ ଏବଂ ଅନ୍ୟାନ୍ୟ ଜିନିଷ ପ୍ରତିବଦଳରେ ଘରର ଆବଶ୍ୟକତା ମେଣ୍ଟାଇ ଥାନ୍ତି। ଏଠାକାର ଆଦିବାସୀ ମହିଳାମାନେ କାହିଁ କେଉଁ କାଳରୁ ଏହି ପ୍ରଥା ଚଳାଇ ଆସୁଥିବା ବେଳେ ଏହା ଦ୍ବାରା ଯେ କେବଳ ତାଙ୍କ ଅର୍ଥର ଅପବ୍ୟବହାର କମିଥାଏ ତାହା ନୁହେିଁ, ବରଂ ଘରର ପୁରୁଷ ମାନେ ମଧ୍ୟ ଅପବ୍ୟବହାର ବଦ ଖର୍ଚ୍ଚରୁ ବଞ୍ଚିତ ହୁଅନ୍ତି ବୋଲି ମତ ରଖନ୍ତି ସ୍ଥାନୀୟ ବାସିନ୍ଦା। ଦୀର୍ଘ ବର୍ଷରୁ ଏହି ଭଳି ପ୍ରଥା ଚାଲି ଆସୁଥିବା ବେଳେ ବିଶେଷ କରି ମହିଳାଙ୍କ ଏହିଭଳି ଉଦ୍ୟମ ପରିବାରର ପୁରୁଷ ମାନଙ୍କୁ ଠିକ ରାସ୍ତାକୁ ଆଣିବା ପାଇଁ ଏହା ଏକ ପ୍ରୟାସ ବୋଲି ମତ ରଖନ୍ତି ସ୍ଥାନୀୟ ମହିଳା ଅଗ୍ନୀ ମାଝୀ, ହେରାବତୀ ମାଝୀ। ଅନ୍ୟପକ୍ଷରେ, ଘରେ ଆଦିବାସୀ ମହିଳା ଟଙ୍କା ରଖୁ ନ ଥିବା ବେଳେ ସେମାନେ ମଧ୍ୟ ବଜାରରୁ କୌଣସି ସାମଗ୍ରୀ କିଣିବାକୁ ଗଲେ ଘରେ ରଖୁଥିବା ଚାଉଳ ବିନିମୟରେ ସାମଗ୍ରୀ କିଣୁ ଥିବାର ମଧ୍ୟ ନଜରକୁ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?