Posted inଜାତୀୟ

ପ୍ରଥମେ ଚିନ୍ତାଧାରା ପରିବର୍ତ୍ତନ କର, ତେବେ ଯାଇ ବଦଳିବ ଦେଶ

ନୂଆଦିଲ୍ଲୀ,୧୮।୩: ମହିଳାମାନେ ପିନ୍ଧୁଥିବା ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଦେଇଥିବା ମନ୍ତବ୍ୟ ଏବେ ଦେଶରେ ଆଲୋଚନାର ବିଷୟ ହୋଇଛି। ଏହାକୁ ନେଇ ଅନେକ ମହିଳା ଆପତ୍ତି ଉଠାଇଛନ୍ତି। ମହିଳାମାନେ ଚିରା ଓ ଫଟା ଜିନ୍ସ ପିନ୍ଧି ସମାଜକୁ କି ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ରାୱତ ପ୍ରଶ୍ନ କରିଥିଲେ। ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରି ବିଭିନ୍ନ ଦଳର ମହିଳା ନେତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ଦେଶର ସଂସ୍କୃତି ଏବଂ ସଂସ୍କାର ଉପରେ ସେହି ଲୋକଙ୍କୁ ଫରକ ପଡେ, ଯେଉଁମାନେ ମହିଳା ଏବଂ ସେମାନଙ୍କ କପଡାକୁ ଦେଖନ୍ତି। ଚିନ୍ତାଧାରା ବଦଳାନ୍ତୁ ମୁଖ୍ୟମନ୍ତ୍ରୀ, ତେବେ ଯାଇ ଦେଶ ବଦଳିବ ବୋଲି ସେ କହିଛନି। ସେହିପରି ରାୱତଙ୍କ ଏଭଳି ମନ୍ତବ୍ୟ ଉପରେ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ଲୋକ ସଭା ଏମ୍‌ପିି ମହୁଆ ମିତ୍ର ମଧ୍ୟ କଡ଼ା ପ୍ରତ୍ରିୟା ଦେଇଛନ୍ତି।
ସୂଚନାଯୋଗ୍ୟ, ଶିଶୁ ସୁରକ୍ଷା ଆୟୋଗର ଏକ କର୍ମଶାଳାର ଉଦଘାଟନ ସମୟରେ ତିରଥ ସିଂ ରାୱତ ମହିଳା ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆଜିକାଲି ମହିଳାମାନେ ଚିରା ଜିନ୍ସ ପିନ୍ଧୁଛନ୍ତି, ଏସବୁ ଠିକ କି … ଏହା କି ପ୍ରକାର ସଂସ୍କାର? ପିଲାମାନଙ୍କ ମଧ୍ୟରେ କେମିତି ସଂସ୍କାର ଆସେ। ଏହା ଅଭିଭାବକଙ୍କ ଉପରେ ନିର୍ଭର କରେ। କିଛି ମହିଳା ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାହାନଓ୍ବାଜଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ଏଫଆଇଆର ରୁଜୁ ଆଦେଶ ଉପରେ ଏସସିଙ୍କ ରୋକ…

ନୂଆଦିଲ୍ଲୀ, ୨୨।୮ : ଭାଜପା ନେତା ଶାହନୱାଜ ହୁସେନଙ୍କୁ ତାଙ୍କ ବିରୋଧରେ ଆସିଥିବା ୨୦୧୮ ବଳାତ୍କାର ମାମଲାରେ ଅପରାଧିକ ଅଭିଯୋଗ ମାମଲାରେ ସୁପ୍ରିମକୋର୍ଟ (ଏସସି) ରେ...

ପୋଲିସ କ୍ୟାମ୍ପ ଉପରକୁ ମାଓବାଦୀଙ୍କ ଆକ୍ରମଣ: ୩ମୃତ

ସୁକମା,୧୭।୫: ଛତିଶଗଡ଼ ସୁକାମା ଜିଲାରେ ଗତ କିଛି ଦିନ ହେଲା ଲାଲବାହୀନିର ଲାଲତାଣ୍ଡବ ଦେଖିବାକୁ ମିଳିଛି। କିଛି ଦିନର ବିରତି ପରେ ପୁଣି ଥରେ ମାଓବାଦୀ...

ଗିରଫ ହେଲେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ, ଭାରତରେ ବଡ ଆକ୍ରମଣର ଥିଲା ଯୋଜନା

ନୂଆଦିଲ୍ଲୀ,୨୧।୫: ସୁରକ୍ଷା ଏଜେନ୍ସି ଏକ ବଡ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦେଇଛନ୍ତି। ରବିବାର ଏନଆଇଏ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା...

ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ହୋଇନି ସଫଳ: ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସଂସ୍ଥା ଭାରତରେ କରୋନା...

ଆଇଟି ନିୟମ ଉଲ୍ଲଂଘନ କରୁଛି ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ, ୧୮ା୫: ସୋସିଆଲ ମେସେଜିଂ ଆପ୍ଲିକେଶନ ହ୍ବାଟ୍‌ସଆପ୍‌ର ନୂଆ ପଲିସି ଭାରତର ସୂଚନା ପ୍ରଯୁକ୍ତି (ଆଇଟି) ଆଇନକୁ ଉଲ୍ଲଂଘନ କରୁଛି ବୋଲି ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର...

ଭାରତୀୟ ଅର୍ଥନୀତିକୁ କଟାକ୍ଷ

ମାଡ୍ରିଡ୍‌/ ନୂଆଦିଲ୍ଲୀ,୧୫।୧୦: ଏକଦା ଭାରତକୁ ସାପୁଆକେଳାଙ୍କ ଦେଶ ବୋଲି ୟୁରୋପୀୟମାନେ କହୁଥିଲେ। ଦେଶ ବିକାଶ ଦିଗରେ ଅଗ୍ରସର ହେଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ...

ବେନାମୀ କାରବାର ମାମଲାର ଖୋଲା ଅଦାଲତରେ ହେଉ ଶୁଣାଣି, କେନ୍ଦ୍ର ସରକାରଙ୍କ ଆବେଦନ…

ନୂଆଦିଲ୍ଲୀ,୩୧।୧ : ବେନାମୀ କାରବାର ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟର ସମୀକ୍ଷା କରିବାକୁ ଏକ ଆବେଦନ ଉପରେ କେନ୍ଦ୍ର ସରକାର ଏକ ଖୋଲା କୋର୍ଟରେ ଶୁଣାଣି...

ଶବଦାହ ପାଇଁ ଅସ୍ଥାୟୀ ଗ୍ରାଉଣ୍ଡ ଖୋଜୁଛନ୍ତି କର୍ନାଟକ ସରକାର

ବେଙ୍ଗାଲୁରୁ,୨୧।୪: କରୋନାର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଥିବା ଅନ୍ୟ ରାଜ୍ୟ ଠାରୁ କର୍ନାଟକରେ ମୃତ୍ୟୁହାର କମ ରହିଛି। କିନ୍ତୁ ରାଜ୍ୟର ରାଜଧାନୀରେ ଗତ କିଛି ଦିନ...

Advertisement
Archives

Model This Week