ନନାଙ୍କ ପଞ୍ଚାୟତରେ ସୁରକ୍ଷିତ ନାହାନ୍ତି ମହିଳା: କାହିଁକି ଏମିତି କହିଲେ ଲେଖାଶ୍ରୀ

ଭୁବନେଶ୍ୱର,୧୦।୧୧: ବାଲେଶ୍ୱର ନୀଳଗିରି ଲଜ୍ଜାକୁ ନେଇ ବଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଭାଜପା ଉପରେ ବର୍ଷିଛନ୍ତି । ପ୍ରେସମିଟ୍‌ କରି ସେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗତ ୭ ତାରିଖରେ ନୀଳଗିରି ନିର୍ବାଚନମଣ୍ଡଳୀର ଧୋବଶିଳାଠାରେ ଜଣେ ଆଦିବାସୀ ମହିଳା ବଳାତ୍କାର ଶିକାର ହୋଇଥିଲେ। ମହିଳା ଜଣଙ୍କ ରାତିରେ ଶୋଇଥିବାବେଳେ ଜଣେ ଦୁର୍ବୃତ୍ତ ଘରେ ପଶି ମହିଳାଙ୍କୁ ବଳାତ୍କାର କରିଥିଲା ।
ତେବେ ଧୋବଶିଳା ହେଉଛି ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କ ପଞ୍ଚାୟତ। ତେବେ ସେ କହିଛନ୍ତି ଏମ୍‌ପିଙ୍କ ପଞ୍ଚାୟତରେ ମହିଳା ସୁରକ୍ଷିତ ନାହାଁନ୍ତି। ଏ ନେଇ ସେ ସିଧାସଳଖ ଭାଜପାକୁ ଟାର୍ଗେଟ କରିଛନ୍ତି ।
ସୂଚନାଯୋଗ୍ୟ, ମହିଳାଙ୍କ ସ୍ବାମୀ ଘରେ ନ ଥିବାବେଳେ ଅଭିଯୁକ୍ତ ଆକାଶ ବିନ୍ଧାଣି ମହିଳାଙ୍କୁ ଛୁରି ଦେଖାଇ ବଳାତ୍କାର କରିଥିଲେ । ଏ ନେଇ ୯ ତାରିଖ ଦିନ ପୀଡିତା ଜଣଙ୍କ ଥାନରେ ଏତଲା ଦେଲା ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଲେଖାଶ୍ରୀ କହିଛନ୍ତି ।
ଲେଖାଶ୍ରୀ ଅଭିଯୋଗ ଆଣି କହିଛନ୍ତି ଯେ, ଆକାଶ ବିନ୍ଧାଣି ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ । ଯେଉଥିପାଇଁ ଏହି ଘଟଣାକୁ ଚାପି ଦେବା ପାଇଁ ପୋଲିସ ଉପରେ ଚାପ ବି ଥାଇପାରେ। ଜାଣିଶୁଣି ପୋଲିସ ଏ ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ।
ଅନ୍ୟପକ୍ଷେ ସେ ନାରୀଙ୍କୁ ସମ୍ନାନ ଦେବା କଥା କହୁଥିବା ଏମ୍‌ପି ଘଟଣାରେ ସମ୍ପୂର୍ଣ୍ଣ ନିରବ ହୋଇ ଦୋଷୀକୁ ଆଶ୍ରୟ ଦେଉଛନ୍ତି ବୋଲି ଲେଖାଶ୍ରୀ କହିଛନ୍ତି । ତେବେ ସେଠାକାର ସ୍ଥାନୀୟ ବିଜେଡି ନେତା ସୁକାନ୍ତ କୁମାର ନାୟକ ପୀଡିତାଙ୍କ ଘରକୁ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ କିପରି ପୀଡିତା ଜଣଙ୍କ ନ୍ୟାୟ ପାଇବେ ସେନେଇ ବିଜେଡି ଚେଷ୍ଟା କରୁଛି ବୋଲି ଲେଖାଶ୍ରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?