ଏହି ୪ ମାମଲାରେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି ମହିଳା; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ ତାଙ୍କର ନୀତି ବେଶ ପ୍ରଭାବଶାଳୀ। କୁହାଯାଏ ଯେଉଁ ବ୍ୟକ୍ତି ଏହି ନୀତିଗୁଡ଼ିକୁ ଅନୁସରଣ କରେ ସେ ତାର ଜୀବନରେ ଅନେକ ସମସ୍ୟାର ସମାଧାନ ପାଇଥାଏ। ଆଜି ଆସନ୍ତୁ ଜାଣିବା ମହିଳାମାନେ କେଉଁ ମାମଲାରେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି।

ଚାଣକ୍ୟ କୁହନ୍ତି, ମହିଳାଙ୍କୁ ପୁରୁଷଙ୍କଠାରୁ ଦୁଇଗୁଣା ଅଧିକ ଭୋକ ଲାଗିଥାଏ। ଏଣୁ ଏହି ମାମଲାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ରହିଥାନ୍ତି। ମହିଳାଙ୍କ ଶାରିରୀକ ସଂରଚନା କାରଣରୁ ତାଙ୍କୁ ପୁରୁଷଙ୍କଠାରୁ ଅଧିକ ଉର୍ଜାର ଆବଶ୍ୟକତା ହୋଇଥାଏ। ଏଥିପାଇଁ ତାଙ୍କୁ ଅଧିକ ଭୋକ ଲାଗିଥାଏ।

ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ଅଧିକ ଚତୁର ଏବଂ ବୁଦ୍ଧିମାନ ହୋଇଥାଏ। ନିଜର ଉତ୍ତମ ବୁଝାବଣା ଦ୍ୱାରା ସେ ଯେକୌଣସି ସମସ୍ୟା ସହ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି। ସେ ଜୀବନରେ ଆସୁଥିବା ସବୁ ଦୁଃଖକଷ୍ଟକୁ ସାହସର ସହ ସାମ୍ନା କରିଥାନ୍ତି।

ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କଠାରୁ ଅଧିକ ସାହସୀ ହୋଇଥାନ୍ତି। ଏଥିପାଇଁ ସେମାନେ ଜୀବନର କୌଣସି ପରିସ୍ଥିତି ସହ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି। ଚାଣକ୍ୟ କୁହନ୍ତି ମହିଳାମାନେ ପୁରୁଷଙ୍କ ମୁକାବିଲାରେ ଛଅଗୁଣ ଅଧିକ ସାହସୀ ହୋଇଥାନ୍ତି।

ଚାଣକ୍ୟ କୁହନ୍ତି, ମହିଳାମାନେ ପୁରୁଷଙ୍କ ମୁକାବିଲାରେ ଆଠଗୁଣ ଅଧିକ କାମୁକ ହୋଇଥାନ୍ତି। ଏଣୁ ଏହି ମାମଲାରେ ମଧ୍ୟ ସେମାନେ ପୁରୁଷଙ୍କଠାରୁ ଅନେକ ଗୁଣରେ ଆଗରେ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

ଏହି ୫ ଗୁଣ ସ୍ତ୍ରୀଙ୍କ ପାଖରେ ଥିଲେ ଭାଗ୍ୟବାନ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଶ୍ରାବଣରେ ମହାଦେବଙ୍କ ଶୁଭଦୃଷ୍ଟି ପାଇବାକୁ ଚାହାନ୍ତି କି, କରନ୍ତୁ ଏପରି…

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। ବିଶ୍ୱାସ ରହିଛି ଯଦି ଭଗବାନ ଶିବ ଏହି ମାସରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଭକ୍ତର ପ୍ରତ୍ୟେକ ଇଚ୍ଛା ପୂରଣ...

ଝାଡାବାନ୍ତି ହେଉଥିଲେ…କେମିତି ନେବେ ଯତ୍ନ

ସାଧାରଣତଃ ବର୍ଷାଦିନେ ଥଣ୍ଡା, କାଶ, ଜ୍ୱର, ମ୍ୟାଲେରିଆ, ଡେଙ୍ଗୁ ଆଦି ସ୍ବାସ୍ଥ୍ୟ ସମସ୍ୟା ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ଏହି ଋତୁରେ ଅନ୍ୟ ଏକ ସମସ୍ୟା...

ସନ୍ତୁଳିତ ଓଜନ ଲାଗି…ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ଓଜନ ବୃଦ୍ଧି ବା ଓବେସିଟି ଏକ ସାଧାରଣ କଥା ପାଲଟି ଗଲାଣି। ଖାଦ୍ୟପେୟ, ନିୟମିତ ବ୍ୟାୟାମ ନ କରିବା, ଅସନ୍ତୁଳିତ ଜୀବନଶୈଳୀ ଏହାର କେତୋଟି...

ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ

ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍‌ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା...

ଲାଞ୍ଜ ହଜିବା ରହସ୍ୟ

”ଜାପାନସ୍ଥିତ କେଇଓ ବିଶ୍ୱବିଦ୍ୟାଳୟର କିଛି ଜୈବ ଇଞ୍ଜିନିୟର ମଣିଷଠାରେ ଲଗାଇବା ପାଇଁ କୃତ୍ରିମ ଲାଞ୍ଜ ତିଆରି କରିଛନ୍ତି। ଏହାର ନାମ ରଖାଯାଇଛି ‘ଆରକ୍ୟୁ’। ଭଲ କରି...

ଖର୍ଚ୍ଚ ବଢ଼ୁଛି, ଘରେ ଲାଗି ରହୁଛି କି କଳହ? ବାସ୍ତୁଦୋଷ ହୋଇପାରେ କାରଣ, ଜାଣନ୍ତୁ ପ୍ରତିକାର…

ଅନେକଥର ଏମିତି ହୋଇଥିବ, ଘରେ କୌଣସି ଜିନିଷର ଅଭାବ ନଥିବ, କିନ୍ତୁ କଳହ ସବୁବେଳେ ଲାଗି ରହୁଥିବ। ଏପରିକି ଘରର ଉନ୍ନତି ପଥରେ ବାରମ୍ବାର ବାଧା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri