Posted inଜାତୀୟ

ମହିଳାଙ୍କୁ ଭାକ୍ସିନ୍‌ ଭୟ

ନୂଆଦିଲ୍ଲୀ, ୧୮।୧୨:କରୋନା ମହାମାରୀରୁ ଦେଶକୁ ରକ୍ଷା କରିବାକୁ ସରକାର ଟିକାକରଣ ପାଇଁ ଜୋରଦାର ଉଦ୍ୟମ ଚଲାଇଥିବାବେଳେ ଲୋକେ କିନ୍ତୁ ଭାକ୍ସିନ୍‌ ନେବେ କି ନା ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଭାରତରେ ଅର୍ଦ୍ଧାଧିକ ଲୋକ ଏଥିପାଇଁ ପଛଘୁଞ୍ଚା ଦେଉଥିବା ଏବଂ ଅନେକ ଲୋକ ଆଦୌ ଟିକା ନେବାକୁ ଚାହୁଁ ନାହାନ୍ତି। ବିଶେଷ କରି ମହିଳାମାନେ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଭୟ କରି ଭାକ୍ସିନ ନେବାକୁ ଇଚ୍ଛୁକ ନ ଥିବାବେଳେ ଯୁବଗୋଷ୍ଠୀ କିନ୍ତୁ ଉତ୍ସାହୀ ଥିବା ଏକ ସର୍ଭେରୁ ଜଣାପଡିଛି।
‘ଦି ଜିଓକ୍ୟୁଆଇଆଇ କୋଭିଡ୍‌-୧୯, ଦି ଓ୍ବେ ଫରଓ୍ବାର୍ଡ’ ନାମରେ ହୋଇଥିବା ଏହି ସର୍ଭେରେ ୧୧ ହଜାର ଅଂଶଗ୍ରହଣକାରୀଙ୍କ ମତାମତ ନିଆଯାଇଥିଲା। ଅନୁସନ୍ଧାନର ରିପୋର୍ଟ ଅନୁଯାୟୀ, ଭାରତରେ ୫୩ ପ୍ରତିଶତ ଲୋକ ଟିକା ପାଇଁ ଦ୍ୱନ୍ଦ୍ୱରେ ରହିଛନ୍ତି। ସେଥିମଧ୍ୟରୁ ୪୩ ପ୍ରତିଶତ ଅନ୍ୟ ଲୋକଙ୍କଠାରେ ଟିକାକରଣ ସଫଳ ହେଲେ ସେମାନେ ଆଗେଇବେ ବୋଲି କହିଛନ୍ତି। ବାକି ୧୦ ପ୍ରତିଶତ ଆଦୌ ଟିକା ନେବାକୁ ଚାହୁଁ ନାହାନ୍ତି। ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ଟିକା ନେବାକୁ ଭୟ କରୁଛନ୍ତି। ନିକଟରେ ଆମେରିକା ସମେତ ଅନ୍ୟ ଦେଶଗୁଡିକରେ ଟିକାକରଣ ଚାଲିଥିବାବେଳେ କେତେଜଣ ତୀବ୍ର ପାର୍ଶ୍ୱପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବାରୁ ଭାରତୀୟ ମହିଳାଙ୍କ ମଧ୍ୟରେ ଏହି ଭୟ ଦେଖିବାକୁ ମିଳିଛି। ୪୨ ପ୍ରତିଶତରୁ ବି କମ୍‌ ମହିଳା ଟିକାକରଣ ପାଇଁ ଇଚ୍ଛା ଦେଖାଇଛନ୍ତି। ପାଖାପାଖି ୪୮ ପ୍ରତିଶତ ପୁରୁଷ ଭାକ୍ସିନ ନେବାକୁ ଅପେକ୍ଷା କରିଛନ୍ତି। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଯେଉଁମାନଙ୍କୁ ଟିକାର ବେଶୀ ଆବଶ୍ୟକତା ରହିଛି ସେମାନେ ଏହାକୁ ବିପଦଜ୍ଜନକ ଭାବୁଥିବା କହିଛନ୍ତି। କିନ୍ତୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏଥିପାଇଁ ଆଗ୍ରହ ବଢ଼ିଥିବା ସର୍ଭେରୁ ଜଣାପଡିଛି। ୨୨ ପ୍ରତିଶତ ଲୋକେ ଟିକାକରଣ ପାଇଁ ସରକାରଙ୍କ ନୀତିକୁ ପ୍ରଭାବହୀନ ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ କୋଭିହ୍‌ ମୁକାବିଲା ବେଳେ ୬୬ ପ୍ରତିଶତ ଲୋକେ ଲକଡାଉନ୍‌କୁ ଧୀରେ ଧୀରେ ଉଠାଇଦେବା ସପକ୍ଷରେ ଥିବାବେଳେ ୩୪ ପ୍ରତିଶତ ପୁନଃ ଲକ୍‌ଡାଉନ ଜାରି କରାଯିବା ଉଚିତ୍‌ ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

୨ବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌. ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ): ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍‌., ଏମ୍‌.ଏଡ୍‌. ଏବଂ ବି.ଏଚ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri