ମହିଳାଙ୍କ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେଉଥିଲେ….ଆପଣାନ୍ତୁ ଏହି ଉପାୟ

ଏକ ନିର୍ଦ୍ଦିଷ୍ଟ ବୟସ ପରେ ଅନେକ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳିଥାଏ। କ୍ୟାଲ୍‌ସିୟମର ଅଭାବ ହେଉ କିମ୍ବା ଠିକ୍‌ ସମୟରେ ଖାଇବାରେ ଅବହେଳା ଅବା ଅଧିକ ଶାରୀରିକ ପରିଶ୍ରମ କାରଣରୁ ଏଭଳି ସମସ୍ୟା ଉପୁଜିଥାଏ। ଏହାକୁ କମ୍‌ କରିବା ଲାଗି ଅନେକେ ପେନ୍‌କିଲର ଖାଇଥାନ୍ତି, ଯାହାକି ଅଧିକ ଖାଇଲେ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ତେଣୁ ଗଣ୍ଠିଯନ୍ତ୍ରଣା ହେଉଥିଲେ କେତେକ ଘରୋଇ ଏବଂ ଆୟୁର୍ବେଦିକ ଉପଚାର ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ…

ଆଣ୍ଠୁଗଣ୍ଠି ବାତ ଏକ ଶୀତଦିନିଆ ସାଧାରଣ ସମସ୍ୟା। ତେବେ ଏହା ଲିଙ୍ଗ, ଋତୁ, ବୟସ ତଥା ଜୀବନଶୈଳୀ ଅନୁଯାୟୀ କମ୍‌ ବେଶି ହୋଇଥାଏ। ସାଧାରଣତଃ ଯେଉଁମାନଙ୍କର ବୟସ ବେଶି, ମୋଟା ଓ ଜୀବନଶୈଳୀରେ ଆଳସ୍ୟତା ଥିଲେ ଏବଂ ବିଶେଷକରି ଶୀତଋତୁରେ ଏହାର ଅଧିକ ପ୍ରଭାବ ପରିଲକ୍ଷିତ ହୁଏ। ଏହି ସମସ୍ୟା ସ୍ତ୍ରୀମାନଙ୍କଠାରେ ପୁରୁଷଙ୍କ ତୁଳନାରେ ବେଶି ଦେଖାଦିଏ।
ବୟସ ଅନୁସାରେ ଏହି ରୋଗ ୫୦ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କଠାରେ ଅଧିକ ଦେଖାଦିଏ। କାରଣ ବୟସ ବୃଦ୍ଧି ହେବା ଦ୍ୱାରା ଶରୀରରେ ନାଡ଼ି ଓ ମାଂସପେଶୀ ଭିତରେ ଥିବା ବନ୍ଧନ ଶକ୍ତି କମିଯାଏ। ଆୟୁର୍ବେଦ ଦୃଷ୍ଟିରୁ ଏଥିପାଇଁ ବାତ ଦୋଷ ବୃଦ୍ଧି ହୋଇଥାଏ ଏବଂ ସନ୍ଧି ବା ଗଣ୍ଠି ପୀଡ଼ା, ଫୁଲିବା ସହ ଚାଲିବାରେ କଷ୍ଟ ଅନୁଭବ ହୋଇଥାଏ। ଏହା ମଧ୍ୟ ବେଳେ ବେଳେ ଅଧିକ ବଢ଼ି ସନ୍ଧିବାତ ବା ଆଥର୍‌ରାଇଟିସ୍‌ ରୋଗର ଆଶଙ୍କା ବଢ଼ାଇଥାଏ। ମେଦଯୁକ୍ତ ବା ମୋଟା ମହିଳାଙ୍କ ଗଣ୍ଠି ସନ୍ଧିଗୁଡ଼ିକରେ ମେଦଧାତୁ ଭରି ରହିବା ହେତୁ ଗଣ୍ଠିର ଘୂର୍ଣ୍ଣନ ଶକ୍ତି କମିଯାଏ। ତା’ଛଡ଼ା ଦୈନନ୍ଦିନ ବ୍ୟାୟାମ, ଚାଲିବା ଆଦି ଅଭ୍ୟାସ ନ ରହିଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ବେଶି ବଢ଼ିଥାଏ। ଶୀତଦିନେ ବ୍ୟାୟାମ କମିଗଲେ ଏବଂ ଖାଦ୍ୟରେ ଅଧିକ ବିରି, ଲୁଣ, ତେଲଘିଅ ଅଧିକ ଖାଇଲେ ଶରୀରରେ ଅଧିକ ମେଦ ସଞ୍ଚୟ ହୋଇ ନାଡ଼ିଗୁଡ଼ିକର କାର୍ଯ୍ୟକ୍ଷମତା ବ୍ୟାହତ ହୋଇଥାଏ ଏବଂ ଆଣ୍ଠୁଗଣ୍ଠି ସମସ୍ୟା ବଢ଼ିଯାଏ।
ଏସବୁଠାରୁ ଦୂରେଇରହିବା ଲାଗି ପ୍ରତିଦିନ ଯୋଗ, ବ୍ୟାୟାମ କରିବା ସହ କିଛି ସମୟ ଚାଲିବା ଦରକାର ଏବଂ ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କରିବା ନିହାତି ଦରକାର। ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବା ମାତ୍ରେ ତେଲ କିମ୍ବା ଜେଲ୍‌ ମାଲିସ କରି ଉଷୁମ ସେକ ଦେଲେ କିଛି ମାତ୍ରାରେ ଉପଶମ ପାଇପାରିବେ।
ଆୟୁର୍ବେଦ ବା ଦେଶୀ ଚିକିତ୍ସା ପଦ୍ଧତିରେ ଏହିସବୁ ଗଣ୍ଠି ଯନ୍ତ୍ରଣାର ଭଲ ଚିକିତ୍ସା ରହିଛି। ହେଲେ ସେଗୁଡ଼ିକୁ ଆପଣେଇବା ପୂର୍ବରୁ ବୈଦ୍ୟ ବା ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ। ସାଧାରଣତଃ ଗଣ୍ଠି ବା ସନ୍ଧି ରୋଗ ବାତରୋଗରେ ଗଣାଯାଉଥିବାରୁ ବାତ ନାଶକ ଚିକିତ୍ସା ହିସାବରେ ବାସି ଏବଂ ଥଣ୍ଡା ପରିବର୍ତ୍ତେ ଉଷୁମ ଏବଂ ତଟକା ଖାଦ୍ୟ ଖାଇବା ଆବଶ୍ୟକ। ଏଥିରେ ଉଷୁନା ଭାତ, ମୁଗଡାଲି, ମସୁରଡାଲି, ମାଛ, ଚୂନା ମାଛ, ସଜନାଛୁଇଁ ଆଦି ସୁଷମ, କ୍ୟାଲ୍‌ସିୟମ, ଭିଟାମିନ୍‌ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଏହା ବ୍ୟତୀତ ଶୀତଦିନେ ନଖ ଉଷୁମ ପାଣି ପିଇବା, ଉଷୁମ ପାଣିରେ ଗାଧୋଇବା ସହି ଶରୀରକୁ ଉଷୁମ ବସ୍ତ୍ରରେ ଢାଙ୍କି ରଖିବା ଆବଶ୍ୟକ। ଔଷଧ ଭାବେ ଶୁଣ୍ଠି, ଗୁଗୁଳୁ, ହଳଦୀ, ଜିରା, ଜୁଆଣି ଆଦି ଖାଇଲେ ଭଲ। ପ୍ରତିଦିନ ସୋରିଷ ତେଲରେ ଦେହ ମାଲିସ କରିବା ସହ ସେଥିରେ ଅଳ୍ପ ଜଡା ତେଲ ମିଶାଇ ଗରମ କରି ଆଣ୍ଠୁ ଗଣ୍ଠିରେ ମାଲିସ କଲେ ଯନ୍ତ୍ରଣା କମିଥାଏ। ଅଧିକ କଷ୍ଟ ଅନୁଭବ ହେଉଥିଲେ ଏହି ତେଲ ମସାଜ କରିବା ପରେ ଲୁଣ ଭାଜି ଏକ କପଡାରେ ପୁରାଇ ଆଣ୍ଠୁରେ ସେକ ଦେଲେ ଉପଷମ ମିଳିଥାଏ।
– ଡା. ଗୋପାଳ ଚନ୍ଦ୍ର ନନ୍ଦ,
କନ୍‌ସଲ୍‌ଟାଣ୍ଟ, ଡାଇବେଟିସ୍‌ ଆଣ୍ଡ ଲାଇଫ୍‌ଷ୍ଟାଇଲ୍‌ ଡିଜିଜ୍‌, ଡିଏନ୍‌ଏ କ୍ଲିନିକ୍‌, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri