ସ୍ତ୍ରୀ ଲୋକର ଦୁଃଖ

ଆପଣମାନେ ଏହି ଶୀର୍ଷକ ଦେଖି ଭାବୁଥିବେ ସ୍ତ୍ରୀ ଲୋକର ଦୁଃଖ ପୁଣି କ’ଣ! ଦୁଃଖ କାହାର ନାହିଁ ଯେ! ସେ ପୁରୁଷ ହେଉ ବା ସ୍ତ୍ରୀ ସମସ୍ତଙ୍କର କିଛି ନା କିଛି ଦୁଃଖ ଅଛି।
ସତକଥା, ସମସ୍ତଙ୍କ ଜୀବନରେ ଅଳ୍ପ, ବହୁତ ଦୁଃଖ ଅଛି, କଷ୍ଟ ଅଛି। ଦୁଃଖ ନ ଥିଲେ ସୁଖକୁ କ’ଣ ଭୋଗି ହୁଅନ୍ତା! କିନ୍ତୁ ସ୍ତ୍ରୀ ଲୋକର ଦୁଃଖ ଟିକେ ଅଲଗା ପ୍ରକାର। ପ୍ରଥମ ଦୁଃଖ ହେଲା, ଯୋଉ ଘରେ ସିଏ ଜନ୍ମ ହୁଏ, ଯୋଉ ମା’ ବାପା, ପରିବାରର ସ୍ନେହ ପାଇଁ ସେ ବଡ ହୁଏ କିଛି ବର୍ଷ ପରେ ତାକୁ ସେ ଘର ଛାଡ଼ି ପର ଘରକୁ ଆସିବାକୁ ପଡେ। ସେହି ଘରେ ସେ କାହାକୁ ଚିହ୍ନି ନ ଥାଏ,ଜାଣି ନ ଥାଏ, ସେମାନଙ୍କ ସହ ତା’ର କୌଣସି ରକ୍ତ ସମ୍ପର୍କ ନ ଥାଏ। କିନ୍ତୁ ସେଇ ପରଲୋକମାନଙ୍କୁ ତାକୁ ନିଜର କରିବାକୁ ପଡେ। ତାକୁ କ’ଣ ଖାଇବାକୁ ଭଲ ଲାଗେ, କ’ଣ କରିବାକୁ ଭଲ ଲାଗେ, ତା’ର ଇଚ୍ଛା, ଅନିଚ୍ଛା ଉପରେ କାହାର ଗୁରୁତ୍ୱ ନ ଥାଏ। ତାକୁ କିନ୍ତୁ ସେ ଘରର ସମସ୍ତଙ୍କର ଭଲ ମନ୍ଦ ବୁଝି ଘରକୁ ଚଳେଇ ନେବାକୁ ପଡେ। ବାପଘରେ ଯେତେ ଅଲିଅଳରେ ବଢିଥିଲେ ବି ଶାଶୁଘରେ ତା’ର ସେ ଅଲିଅଳ ସରିଯାଏ। ସେଇ ଘର ଯେଉଁ ଘରେ ସିଏ ଜନ୍ମ ହୋଇଥାଏ, ଯେଉଁ ଘରେ ସେ ଛୋଟରୁ ବଡ ହୋଇଥାଏ ସେଇ ଘରକୁ ଯିବାକୁ ତାକୁ ପୁଣି ଅନ୍ୟର ମତାମତ ଓ ଅନୁମତି ନେବାକୁ ହୁଏ।
ଦେହ ଖରାପ ସମସ୍ତଙ୍କର ହୁଏ, କିନ୍ତୁ ସ୍ତ୍ରୀ ଲୋକର ଦେହ ଖରାପ ହେଲେ ଆହୁରି ଦୁଃଖ। ସେଇ ଅସୁସ୍ଥତା ଭିତରେ ବି ତାକୁ ଘରକଥା ବୁଝିବାକୁ ପଡେ, ରୋଷେଇ କରିବାକୁ ପଡେ, ଛୁଆପିଲାଙ୍କ କଥା ବୁଝିବାକୁ ପଡେ। ତା’ ଦେହରେ ମୁଣ୍ଡରେ ହାତ ମାରିବାକୁ କିନ୍ତୁ କେହି ନ ଥାନ୍ତି। ଘରେ ସ୍ତ୍ରୀ ଲୋକଟିର ଦେହ ଖରାପ ହେଲେ ଘର ଯେମିତି ଅଚଳ ହେଲାପରି ଲାଗେ। ପରିବା କାଟୁ କାଟୁ ପନିକିରେ କେତେଥର ତା’ ହାତ କଟେ, ରୋଷେଇ କଲାବେଳେ କେତେଥର ତା’ ହାତରେ ଚିଆଁ ଲାଗେ ତା’ର ହିସାବ ନ ଥାଏ।ସେଇ କଟା ହାତର ଦରଜରେ ବି ସେ ବାସନ ମାଜେ, ପୁଣି ପରିବା କାଟେ। ଚିଆଁ ଲାଗିଗଲା ତ ପେଷ୍ଟ ଟିକେ ମାରି ପୁଣି କାମ କରିଯାଏ। ଏସବୁ ତ ଅତି ସାମାନ୍ୟ କଥା ତା’ ପାଇଁ।
ଘରର ସବୁକାମ ସାରି ଶେଷରେ ବିଛଣାକୁ ଯାଏ, କିନ୍ତୁ ସମସ୍ତଙ୍କ ଆଗରୁ ବିଛଣା ଛାଡ଼ି ପୁଣି ତା’ କାମରେ ଲାଗି ପଡେ। ବେଳେବେଳେ ତା’ ଶରୀର ବି ଚାହେଁ ଟିକେ ବିଶ୍ରାମ! କିନ୍ତୁ ତା’ର ଦାୟିତ୍ୱ ଓ କର୍ତ୍ତବ୍ୟ ଆଗରେ ବିଶ୍ରାମ ପାଇଁ ତା’ ପାଖରେ ସମୟ ନ ଥାଏ। ଯଦି ସ୍ତ୍ରୀଲୋକଟି କର୍ମଜୀବୀ ହୋଇଥାଏ ତା’ ଦୁଃଖ କଥା ନ କହିବା ଭଲ। କେତେ ପ୍ରକାର ପ୍ରତିକୂଳ ପରିସ୍ଥିତି ଦେଇ ସେ ଗତି କରେ ତାହା କେବଳ ଜଣେ ଅନୁଭବୀ ହିଁ ବୁଝିପାରିବ। ସ୍ବାମୀ, ସ୍ତ୍ରୀ ଉଭୟେ କର୍ମଜୀବୀ ହୋଇଥିଲେ ବେଶି ତ୍ୟାଗ ସ୍ତ୍ରୀକୁ ହିଁ କରିବାକୁ ପଡିଥାଏ। ଘର କାମ, ପିଲାଙ୍କ କାମ, ବାହାର କାମ ଭିତରେ ସେ ପେଷି ହୋଇଯାଏ। କର୍ମକ୍ଷେତ୍ରରେ ମଧ୍ୟ ତା’ ପାଇଁ କେତେପ୍ରକାର ପ୍ରତିବନ୍ଧକ ଥାଏ।
ଆଉ ଜାଣିଛନ୍ତି, ଘର ହେଉ କି ପରିବାର ହେଉ ଯେଉଁଠି କିଛି ଖରାପ ହେଲା, କିଛି ଅସୁବିଧା ହେଲା ସବୁ ଦୋଷ ସ୍ତ୍ରୀ ଲୋକର ହୋଇଥାଏ। ଏଇ ଯେମିତି ଯଦି ପିଲାଟିଏ କିଛି ଭୁଲ କାମ କରିଦେଇଛି ତେବେ ସବୁ ଦୋଷ ତା ମା’ର, ଯଦି କିଛି ଭଲ କାମ କରିଛି ତେବେ ସବୁ ଶ୍ରେୟ ବାପାର। ଘରେ ଆଜି ଭଲ ଭଲ ଖାଇବା ଜିନିଷ ହୋଇଛି। ସମସ୍ତେ ପେଟ ପୂରେଇ ଖାଇସାରିବା ପରେ ଯଦି ବଳିବ ତେବେ ସ୍ତ୍ରୀ ଲୋକଟି ଖାଇବ। ଅବଶ୍ୟ ଏଥିରେ ସ୍ତ୍ରୀ ଲୋକର ଖୁସିଥାଏ। ଘରର ସମସ୍ତେ ଭଲରେ ଖାଇଲେ କୁଆଡ଼େ ତା’ ପେଟ ପୂରିଯାଏ। କିନ୍ତୁ ସେଇ ଘର ଲୋକମାନଙ୍କର ବି ତା’ ପ୍ରତି କିଛି କର୍ତ୍ତବ୍ୟ ଅଛି ସେଇଟା ସମସ୍ତେ ଭୁଲି ଯାଆନ୍ତି।
ସମସ୍ତଙ୍କୁ ଖୁସି କରିବାକୁ ଯାଇ ସ୍ତ୍ରୀ ଲୋକଟି ନିଜ ଖୁସି ଟିକକ ଭୁଲିଯାଏ। ସ୍ବାମୀ, ପିଲାଙ୍କ ଖୁସିରେ ସେ ଖୁସି ହୁଏ। କିନ୍ତୁ କେବେ ଯଦି ସେ ନିଜ ଖୁସି ପାଇଁ କିଛି କରେ ତାକୁ ସେତିକି ସହଯୋଗ ମିଳେନାହିଁ। ତା’ର ବି ଗୋଟେ ମନ ଅଛି, ହୃଦୟ ଅଛି,ସେ ବି ଟିକେ କାହାଠାରୁ ସ୍ନେହ,ଆଦର ଚାହେଁ ଏକଥା ସମସ୍ତେ ଭୁଲିଯାଆନ୍ତି। ସ୍ତ୍ରୀ ଲୋକଟିଏ ସବୁ ସହିଯାଏ, କିନ୍ତୁ ତାକୁ ବି କଷ୍ଟ ହୁଏ, ତା’ ଆଖିରୁ ବି ଲୁହ ଝରେ,ତା’ ସ୍ବାଭିମାନକୁ ବି ବାଧା ହୁଏ,ଏକଥା ବୋଧହୁଏ କେହି ବୁଝନ୍ତିନି। ହୃଦୟ ଭିତରେ ପାହାଡ଼ ପାହାଡ଼ ଦୁଃଖକୁ ଚାପିରଖି ସମସ୍ତଙ୍କୁ ଖୁସି କରିବାକୁ ତାକୁ ଉପରେ ହସିବାକୁ ପଡେ,ଏଇଟା କ’ଣ କମ୍‌ ଦୁଃଖର କଥା। ଜନ୍ମରୁ ତା’ପ୍ରତି ପାତରଅନ୍ତର। ଝିଅ ହୋଇ ଜନ୍ମ ହେଲେ ଦୁଃଖ, ଝିଅ ଜନ୍ମ କଲେ ଦୁଃଖ। ସବୁଠାରୁ ବଡ଼ ଦୁଃଖ ହେଲା ତା’ର ଦୁଃଖକୁ ସେ କାହା ଆଗରେ ପ୍ରକାଶ କରିପାରେନି। ଶାଶୁଘରର ଦୁଃଖ, କଷ୍ଟ, ଅସୁବିଧା ବୋଉ, ବାପାଙ୍କ ଆଗରେ କହିପାରେନି, କାଳେ ସେମାନେ ମନଦୁଃଖ କରିବେ। ସବୁ ଦୁଃଖକୁ ସହିଯିବା ବି ଆଉ ଗୋଟେ ଦୁଃଖ ନୁହେଁ କି।
ଆମେ ନାରୀ ସଶକ୍ତୀକରଣର କଥା କହୁ, କିନ୍ତୁ ପରିବାର ଭିତରେ ଯେକୌଣସି ନିଷ୍ପତ୍ତି ନେବାର ଥିଲେ ସ୍ତ୍ରୀ ଲୋକଙ୍କ ମତକୁ ଗୁରୁତ୍ୱ ଦିଆଯାଏନି। ଜନ୍ମରୁ ମୃତ୍ୟୁ ଯାଏ କେତେପ୍ରକାର ଦୁଃଖ ଝିଅଟିର, କେତେ ପ୍ରକାର ଦୁଃଖ ସ୍ତ୍ରୀ ଲୋକଟିର। କିନ୍ତୁ ସେଇ ଦୁଃଖର ଦରିଆ ଭିତରୁ ସୁଖର ମଣି ମୁକ୍ତା ଖୋଜିବାର ଶକ୍ତି ଈଶ୍ୱର ଦେଇଛନ୍ତି ତାକୁ। ନିଜର ଅପର୍ଯ୍ୟାପ୍ତ ସହନଶୀଳତା ଓ ତ୍ୟାଗ ମନୋବୃତ୍ତି ଯୋଗୁ ସବୁ ଦୁଃଖକୁ ସହିଯାଇ ସେ ହସିପାରେ।

ଅନୁଲିପ୍ତା ମିଶ୍ର
ସହକାରୀ ଶିକ୍ଷୟିତ୍ରୀ,
ମହିଳା ଉଚ୍ଚବିଦ୍ୟାଳୟ, ଜଗତ୍‌ସିଂହପୁର
ମୋ:୯୯୩୮୪୦୦୨୦୫


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?