ଦୁଇବର୍ଷ ତଳୁ ନିଖୋଜ ଥିଲେ ମହିଳା: ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର, ପରେ ଏମିତି ବଖାଣିଲେ ଜୀବନ କାହାଣୀ

ବୋଗୋଟା,୩୦ା୯: ଦୁଇବର୍ଷ ତଳେ ନିଖୋଜ ଥିବା କଲମ୍ବିଆର ଜଣେ ମହିଳାଙ୍କୁ ସମୁଦ୍ରରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଏହି ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଏହି ମହିଳାଙ୍କୁ ୪୬ ବର୍ଷୀୟ ରୋନାଲ୍ଡ ବିସ୍‌ବଲ ଏବଂ ତାଙ୍କ ବନ୍ଧୁ ଶନିବାର ସକାଳେ ପୂର୍ବ କଲମ୍ବିଆର ସମୁଦ୍ରକୂଳରୁ ଦୁଇ କିଲୋମିଟର ଦୂରରୁ ଉଦ୍ଧାର କରିଛନ୍ତି। ଉଦ୍ଧାର ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଭିଡିଓକୁ ବିସ୍‌ବଲ ତାଙ୍କ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳିଛି କେହି ଜଣେ ପାଣି ଭିତରୁ ହାତ ଉଠାଇ ସାହାଯ୍ୟ ମାଗୁଛନ୍ତି। ପରେ ବିସ୍‌ବଲ ଏବଂ ତାଙ୍କ ବନ୍ଧୁମାନେ ଲଞ୍ଚକୁ ପାଖକୁ ନେଇ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ମହିଳା ଜଣକ କହୁଥାନ୍ତି, ମୁଁ ପୁନର୍ଜନ୍ମ ପାଇଲି। ଭଗବାନ ଚାହୁଁ ନ ଥିଲେ ମଁୁ ମରେ ବୋଲି। ପରେ ମତ୍ସଜୀବୀମାନେ ତାଙ୍କ ପରିଚୟ ମାଗିବାରୁ ସେ ଆଞ୍ଜେଲିକା ଗ୍ୟାଟନ ବୋଲି କହିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେ ବହୁତ ଥକ୍କା ଏବଂ ହାଇପୋଥର୍ମିଆରେ ପୀଡ଼ିତ ଥିଲେ। ସୁସ୍ଥ ହେବା ପରେ ଆଞ୍ଜେଲିକା ତାଙ୍କ ଜୀବନ କାହାଣୀ ବର୍ଣ୍ଣନା କରିଛନ୍ତି।
ସେ କହିଛନ୍ତି, ୨୦୧୮ରେ ତାଙ୍କ ସ୍ବାମୀ ତାଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଥିଲେ। ସ୍ବାମୀଙ୍କ ଦୁର୍ବ୍ୟବହାର ତାଙ୍କ ପ୍ରତି ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ସେ ବାଧ୍ୟ ହୋଇ ଘର ଛାଡ଼ି ଚାଲିଆସିଥିଲେ। ଏପରିକି ସେ ୬ ମାସ ପର୍ଯ୍ୟନ୍ତ ରାସ୍ତାକଡ଼ରେ ବିତାଇଥିଲେ। ଏହା ପରେ ଯାଇ ଦୀର୍ଘଦିନ ଏକ ସେଲଟରରେ ରହିଥିଲେ। ତାଙ୍କୁ ବାପଘର ପକ୍ଷରୁ ମଧ୍ୟ କୌଣସି ସାହାଯ୍ୟ ସହଯୋଗ ମିଳି ନ ଥିଲା। ତେଣୁ ସେ ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇ ସମୁଦ୍ର ମଧ୍ୟକୁ ଡେଇଁଥିଲେ। ପୋଲିସ ସୂତ୍ରରୁ ଖବର ପାଇ ଆଞ୍ଜେଲିକାଙ୍କ ଝିଅ ଆଲେଜେଣ୍ଡ୍ରା ପହଞ୍ଚି ମା’ଙ୍କୁ ଚିହ୍ନିଥିଲେ। ସେ ଏବେ ମା’ଙ୍କୁ ରାଜଧାନୀ ବୋଗୋଟା ନେବା ପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

୧ ସେପ୍ଟେମ୍ୱରରୁ ବଦଳିଯିବ LPG ଗ୍ୟାସ ସିଲିଣ୍ଡରର ୭ ବଡ଼ ନିୟମ! Indane, HP ଓ Bharat Gas ଗ୍ରାହକ ସାବଧାନ; କଟିଯିବ ଗ୍ୟାସ କନେକ୍ସନ…

ନୂଆଦିଲ୍ଲୀ,୨୯।୮: ମାସର ପ୍ରଥମ ଦିନ ରୋଷେଇ ଏବଂ ପକେଟ ବଜେଟ ପାଇଁ ବହୁତ ଖାସ ହୋଇଥାଏ। ୧ ସେପ୍ଟେମ୍ୱର ୨୦୨୬ ରୁ ଏଲପିଜି (LPG) ଏବଂ ପିଏନଜିି…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ ଦୋକାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri