Posted inଖେଳ

ଫିଲ୍ମି ଷ୍ଟାଇଲ୍‌ରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କଲେ ଅର୍ଶଦୀପ ସିଂ; ମୁଦି ପିନ୍ଧାଇ କଲେ ନିର୍ବନ୍ଧ; ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ,୧୧ା୧୧: ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର୍‌ ଫାଷ୍ଟ ବୋଲର୍‌ ଅର୍ଶଦୀପ ସିଂ ଏବେ ନିଜ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଟ୍ରେଡ୍‌ ଡିଲ୍‌ ଜରିଆରେ ପଞ୍ଜାବ କିଙ୍ଗ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିବା ଅର୍ଶଦୀପ ବୁଧବାର ନିଜ ଗର୍ଲଫ୍ରେଣ୍ଡ ସମରିନ୍‌ କୌରଙ୍କୁ ଫିଲ୍ମି ଷ୍ଟାଇଲ୍‌ରେ ପ୍ରପୋଜ୍‌ କରିଛନ୍ତି। ଏହି ରୋମାଣ୍ଟିକ୍‌ ମୁହୂର୍ତ୍ତର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ।

ଭାଇରାଲ୍‌ ଫଟୋରେ ଅର୍ଶଦୀପ ଆଣ୍ଠୁମାଡ଼ି ବସି ସମରିନ୍‌ଙ୍କୁ ପ୍ରପୋଜ୍‌ କରୁଥିବା ଦେଖିବାକୁ ମିଳିଛି । ସେ ସମରିନ୍‌ଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାଇ ନିଜ ଭଲପାଇବା ପ୍ରକାଶ କରିଛନ୍ତି । ନ୍ୟୁଜିଲାଣ୍ଡରେ ଏହି ସୁନ୍ଦର ମୁହୂର୍ତ୍ତକୁ ସେ ସୃଷ୍ଟି କରିଥିବା ଜଣାପଡ଼ିଛି। ଅର୍ଶଦୀପ ଓ ସମରିନ୍‌ ଉଭୟେ ଏହି ରୋମାଣ୍ଟିକ୍‌ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି  । ଫଟୋ ସହ ଦୁହେଁ ଲେଖିଛନ୍ତି, “ଜୀବନ ଆମକୁ ଯାହା କିଛି ଦେଇପାରିଥାନ୍ତା, ସେଥିମଧ୍ୟରୁ ସବୁଠୁ ବଡ଼ ଖୁସି ହେଉଛି ଏହା ଯେ ଆମକୁ ପରସ୍ପରର ସାଥୀ କରିଛି। ଜୀବନସାରାର ଏହି ସାଥି ପାଇଁ ୧୧.୧୧.୨୦୨୬।”

ଅର୍ଶଦୀପ ଓ ସମରିନ୍‌ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରୁଥିବା ଜଣାପଡ଼ିଛି। ସମରିନ୍‌ ଅନେକ ପଞ୍ଜାବୀ ମ୍ୟୁଜିକ୍‌ ଭିଡିଓରେ ନଜର ଆସିଛନ୍ତି। ତାଙ୍କ ଗ୍ଲାମରସ୍‌ ଲୁକ୍‌କୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରନ୍ତି। ଏହାବ୍ୟତୀତ ସମରିନ୍‌ ବଲିଉଡ୍‌ ଫିଲ୍ମ ‘୮୩’ରେ ମଧ୍ୟ ଅଭିନୟ କରିଥିଲେ। ଯଦିଓ ତାଙ୍କ ଭୂମିକା ଛୋଟ ଥିଲା, ତଥାପି ତାହା ମନେ ରହିବା ଭଳି ଥିଲା। ‘ନେଲ୍‌ ପଲିସ୍‌’ ଭଳି ୱେବ୍‌ ଫିଲ୍ମ ଏବଂ ଅନେକ ଲୋକପ୍ରିୟ ପଞ୍ଜାବୀ ଗୀତରେ ମଧ୍ୟ ସେ କାମ କରିଛନ୍ତି। ସେ ମିସ୍‌ ଇଣ୍ଡିଆ ଜମ୍ମୁ-କଶ୍ମୀର ମଧ୍ୟ ରହିସାରିଛନ୍ତି।

ଅର୍ଶଦୀପ ଓ ସମରିନ୍‌ଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକ ଓ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଉଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଞ୍ଚଳର ଭିତ୍ତିଭୂମିର ବିକାଶ ସହ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ନେଇ ମନ୍ତ୍ରୀ-ବିଧାୟକଙ୍କ ସମୀକ୍ଷା

ଛତ୍ରପୁର,୧୧ା୧୧(ଦିଲ୍ଲୀପ ସାମଲ): ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ବିକାଶ ଓ ମତ୍ସ୍ୟଜୀବୀଙ୍କ ଜୀବନଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ନୋଳିଆ ନୂଆଗାଁଠାରେ ଉପକୂଳବର୍ତ୍ତୀ ରାସ୍ତା ଓ…

ହଠାତ୍ ରାସ୍ତାରେ ଅଚେତ ହୋଇ ପଡ଼ିଲେ ପୂର୍ବତନ ଉପରାଷ୍ଟ୍ରପତି, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ,୧୧।୧୧: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ିଛି । ବୁଧବାର ସକାଳେ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ସମୟରେ ସେ ହଠାତ୍‌ ଅଚେତ ହୋଇ ତଳେ…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୧୫ ବେଳକୁ ଅବପାତ, ଏହି ଜିଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର,୧୧ା୧୧: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ହେବାକୁ ଯାଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଉପରି ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି…

ରାଜୀବ ଗାନ୍ଧୀଙ୍କ ସହ ଏମିତି ଆରମ୍ଭ ହୋଇଥିଲା ପ୍ରେମ, ବଡ଼ ଖୁଲାସା କଲେ ସୋନିଆ

ନୂଆଦିଲ୍ଲୀ,୧୧ା୧୧: କଂଗ୍ରେସ ସଂସଦୀୟ ଦଳ (CPP) ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ଜୀବନର କିଛି ବିଶେଷ ସ୍ମୃତିକୁ ସୋସିଆଲ ମିଡିଆରେ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି…

ଜାତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କଲା ଆସିକା ପୌରପରିଷଦ, ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରି…

ଛତ୍ରପୁର,୧୧ା୧୧(ଦିଲ୍ଲୀପ ସାମଲ): ସ୍ବଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜାତୀୟ ସ୍ତରରେ ଗଞ୍ଜାମ ଜିଲାର ଗୌରବ ବୃଦ୍ଧି କରିଛି ଆସିକା ପୌରପରିଷଦ। ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର…

ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…

ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…

ଇସ୍ରାଏଲ୍‌ ସଂସଦରେ ମୁହାଁମୁହିଁ ନେତନ୍ୟାହୁଙ୍କ ପତ୍ନୀ-ପୂର୍ବତନ PM, ଭିଡିଓ ଭାଇରାଲ୍

ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍‌ ସଂସଦ (ନେସେଟ୍‌)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର…

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?