ତାଲିବାନ୍‌ ବିରୋଧରେ ଅସ୍ତ୍ର ଧରିଲେ ମହିଳା

କାବୁଲ, ୧୧।୭(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ତାଲିବାନ ଆତଙ୍କବାଦୀମାନେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି। ସେମାନେ ଦେଶର ୮୫ ପ୍ରତିଶତ ଅଞ୍ଚଳ ଦଖଲ କରିସାରିଲେଣି ବୋଲି ଦାବି କରିଛନ୍ତି। ଉତ୍ତର ଓ କେନ୍ଦ୍ରୀୟ ଆଫଗାନିସ୍ତାନରେ ତାଲିବାନର ମୁକାବିଲା ପାଇଁ ମହିଳାମାନେ ବନ୍ଧୁକ ଉଠାଇଛନ୍ତି। ହଜାର ହଜାର ସଂଖ୍ୟାରେ ସଶସ୍ତ୍ର ମହିଳା ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଜଣାଇଛନ୍ତି। କେନ୍ଦ୍ରୀୟ ଘୋର ପ୍ରଦେଶରେ ତାଲିବାନ ବିରୋଧରେ ସବୁଠୁ ବଡ଼ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ମହିଳାମାନେ ବନ୍ଧୁକ ହଲାଇ ଏବଂ ତାଲିବାନ ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ସାମାଜିକ ରକ୍ଷଣଶୀଳବାଦ ଏବଂ ଅଭିଜ୍ଞତା ଅଭାବରୁ ସେମାନେ ଏତେଶୀଘ୍ର ତାଲିବାନ ବିରୋଧୀ ଲଢ଼େଇରେ ସାମିଲ ହୋଇ ନ ପାରନ୍ତି ବୋଲି କୁହାଯାଉଛି। ଆଫଗାନିସ୍ତାନ ଶାସନକୁ ନିୟନ୍ତ୍ରଣ କରିବା ପାଇଁ ଆତଙ୍କବାଦୀଙ୍କ ଉଦ୍ୟମ ବିରୋଧରେ ସେମାନେ ଚେତାବନୀ ଦେଇପାରିଛନ୍ତି। ସେମାନେ କେବଳ ସୁରକ୍ଷା ବଳକୁ ଅନୁପ୍ରାଣିତ କରିନାହାନ୍ତି, ଆବଶ୍ୟକ ପଡିଲେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ପାଇଁ ଅନେକ ମହିଳା ପ୍ରସ୍ତୁତ ଥିବା ଘୋର ମହିଳା ନିର୍ଦ୍ଦେଶାଳୟ ମୁଖ୍ୟ ହାଲିମା ପାରାସ୍ତିଶ କହିଛନ୍ତି। ଯୁଦ୍ଧ କରିବା ଲାଗି ଆମେ ପ୍ରସ୍ତୁତ ବୋଲି ସେ ସରକାରଙ୍କୁ ଜଣାଇଛନ୍ତି।

ଶାନ୍ତି ପାଇଁ ଭାରତ, ରୁଷିଆ ଏକାଠି କାର୍ଯ୍ୟ କରିବେ

ଆଫଗାନିସ୍ତାନରେ ଶାନ୍ତି, ସ୍ଥିରତା ସମେତ ଉକ୍ତ ଅଞ୍ଚଳର ସୁରକ୍ଷା ପାଇଁ ଭାରତ ଓ ରୁଷିଆ ଏକାଠି କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ। ମସ୍କୋ ଗସ୍ତରେ ଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ତାଙ୍କ ରୁଷିଆ ପ୍ରତିପକ୍ଷ ସେର୍ଗେ ଲାଭ୍‌ରୋଭ୍‌ଙ୍କ ମଧ୍ୟରେ ବୈଠକ ପରେ ଏକ ମିଳିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତ ଏପ୍ରିଲରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ରୁଷିଆ ଉପପ୍ରଧାନମନ୍ତ୍ରୀ ୟୁରି ବୋରିସୋଭଙ୍କ ସହ ଜୟଶଙ୍କରଙ୍କର ଗୁରୁବାର ବୈଠକ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବିଦେଶୀ ଷଡ଼ଯନ୍ତ୍ର’ ଯାଞ୍ଚ ପାଇଁ ଆୟୋଗ ଗଠନ ପୂର୍ବରୁ ମନା କଲେ ଅଧିକାରୀ

ଇସଲାମାବାଦ,୯ା୪: ପାକିସ୍ତାନର ପୂର୍ବତନ ବରିଷ୍ଠ ଅଧିକାରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇବା ପାଇଁ ଏକ ‘ଷଡଯନ୍ତ୍ର’ର ଯାଞ୍ଚ ପାଇଁ ଫେଡେରାଲ କ୍ୟାବିନେଟ ଗଠନ କରିଥିବା...

ରୁଷିଆର ଅସ୍ତ୍ରବିରତି ଘୋଷଣା

ମସ୍କୋ,୫।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷିଆ ପକ୍ଷରୁ ୟୁକ୍ରେନରେ ଅସ୍ତ୍ରବିରତି ପାଇଁ ଘୋଷଣା କରାଯାଇଛି। ଭାରତୀୟ...

୧୯ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଶିଶୁଙ୍କ ସମେତ ୧୯ ଜୀବନ୍ତ ଦଗ୍ଧ…

ନ୍ୟୁୟର୍କ, ୧୦।୧ : ଆମେରିକାର ନ୍ୟୁୟର୍କ ସହରରେ ଏକ ୧୯ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଶିଶୁଙ୍କ ସମେତ ୧୯ ଜଣ ଜୀବନ୍ତ...

ଏଫ୍‌ଏଟିଏଫ୍‌ରେ ଏକଘରିକିଆ ହେବ ପାକ୍‌

ପ୍ୟାରିସ୍‌,୧୫ା୧୦(ପି.ଟି.): ଅନ୍ତର୍ଜାତୀୟ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ କଡ଼ା ନଜର ରଖିଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଚନ୍ଦ୍ର ମୁହାଁ ଚାଙ୍ଗ୍‌ ଇ-୫

ବେଜିଂ,୨୪।୧୧: ଚାଇନାର ମହାକାଶ ଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହେନାନ୍‌ ପ୍ରଦେଶର ଓ୍ବେନ୍‌ଚାଙ୍ଗ୍‌ ମହାକାଶ କେନ୍ଦ୍ରରୁ ଚାଙ୍ଗ୍‌ ଇ-୫ ଯାନ ମାର୍ଚ୍ଚ-୫ ରକେଟ...

ବିଶ୍ୱକୁ ବାଟ ଦେଖାଇଲେ ଗ୍ରେଟା

ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ନାନା ଆଶଙ୍କା ଲାଗିରହିଥିବାବେଳେ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଭାବଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଗ୍ରେଟା...

ଜୁକରବର୍ଗଙ୍କ ଡାଟା ଲିକ୍‌

ଗତ ଜାନୁୟାରୀରୁ ପ୍ରାୟ ୫୩ କୋଟି ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ତଥ୍ୟ ହ୍ୟାକର୍ସଙ୍କ ଓ୍ବେବ୍‌ସାଇଟରେ ମାଗଣା ଉପଲବ୍ଧ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ଏଥିରେ ଫେସ୍‌ବୁକ୍‌ ସିଇଓ...

ପୁରୁଷଙ୍କ ଗୁପ୍ତାଙ୍ଗରେ ସମସ୍ୟା ସୃଷ୍ଟି କରୁଛି କରୋନା…

ଓ୍ବାଶିଂଟନ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀବ୍ୟାପୀ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଆକ୍ରାନ୍ତ ସୁସ୍ଥ ହେଲା ପରେ ମଧ୍ୟ ଶରୀରରେ ବହୁ ସମସ୍ୟା...

Advertisement
Archives

Model This Week