Advertisement

ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼,୨୦।୧୦(ଡି.ଏନ୍‌.ଏ): ସୁନ୍ଦରଗଡ଼ ବନଖଣ୍ଡର ଉଜ୍ଜଳପୁର ବନାଞ୍ଚଳ ଅନ୍ତର୍ଗତ କୁଳବା ଗ୍ରାମରେ ଗୁରୁବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ସେହି ଗାଁର ରେଣୁକା ସାହୁ (୫୫)। ସେ ଭୋରରୁ ଶୌଚ ପାଇଁ ପାଖ ବିଲକୁ ଯାଉଥିବାବେଳେ ହାତୀ ହାବୁଡ଼ରେ ପଡିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିସହ କୁଲବା ଗ୍ରାମ ଠିନଠିନିଗୁଡାର ଜଣେ ଯୁବକ ବିନୋଦ ଲୁହୁରାଙ୍କୁ ମଧ୍ୟ ହାତୀ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ବନବିଭାଗ ଓ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ହାତୀକୁ ଘଉଡାଇବାର ବନ୍ଦୋବସ୍ତ କରିବା ସହ ମୃତକଙ୍କ ପରିବାରକୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଉପରେ କାଟିଦେଲେ ଦିନମଜୁରିଆଙ୍କ ତଣ୍ଟି

ସମ୍ବଲପୁର,୨୮ା୯(ବ୍ୟୁରୋ): ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ବଙ୍ଗଳାପଡାର ଦ୍ୱାରିକା ରାତ୍ରେ(୨୬)।...

ବିମୋହିତ କରୁଛି ‘କୁରୁସି’

କେନ୍ଦୁଝର, ୬।୬ କେନ୍ଦୁଝର ବଣ ପାହାଡ଼ରେ ବିଭିନ୍ନ ଜାତିର ଓ ରଙ୍ଗର ଫୁଲ ବିଭିନ୍ନ ଋତୁରେ ଶୋଭାବର୍ଦ୍ଧନ କରିଥାଏ। ସେଥିମଧ୍ୟରୁ କୁରୁସି ବା କୁରେଇ ଫୁଲ...

ଧରିତ୍ରୀ ପୋର୍ଟାଲ ପ୍ରଭାବ: ତାଲା ପକାଯାଇଥିବା ଗୋରୁଙ୍କୁ ଛାଡ଼ିଲା ଗଞ୍ଜାମ ଏନ୍‌ଏସି , ଭୋକ ଉପାସରେ ବୁଲୁଥିବାରୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି

ଗଞ୍ଜାମ,୨୯।୩(ଡି.ଏନ୍‌.ଏ.): କରୋନା କଟକଣା ଲାଗି ଗଞ୍ଜାମ ସହର ଶୂନଶାନ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା ପରେ ଘରୁ ବାହାରୁନାହାନ୍ତି ଲେକେ। ଗତ ୨୨ ତାରିଖରେ ହୋଇଥିବା...

ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ ଶୁକ୍ରବାର

ନୂଆଦିଲ୍ଲୀ,୨୩-୧୦(ସ୍ବ.ପ୍ର.):ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ଏକ ରାୟ ଆସନ୍ତା ଶୁକ୍ରବାର ପ୍ରକାଶ ପାଇବ।...

କରୋନା ପାଇଁ କପିଳାସରେ କଟକଣା

ଢେଙ୍କାନାଳ ଅଫିସ, ୧୬।୩: କରୋନା ଭାଇରସ୍‌ ସଂକ୍ରମଣ ପ୍ରତିରୋଧ ଲାଗି ଢେଙ୍କାନାଳ ଜିଲା ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାର ପ୍ରସିଦ୍ଧ ଶୈବପୀଠ...

୭ ମାସ ହେଲା ଅଙ୍ଗନୱାଡି କେନ୍ଦ୍ରରେ ମିଳିନି ରନ୍ଧାଖାଦ୍ୟ

ଜଗନ୍ନାଥପ୍ରସାଦ,୧୮ା୭(ଡି.ଏନ.ଏ.)-ଶିଶୁ ଓ ପ୍ରସୂତିଙ୍କ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି।ଏଥିପାଇଁ ବ୍ଲକରେ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ କାର୍ଯ୍ୟ...

ମାଳବନ୍ଧରେ ୭୫ ଫୁଟର ଘାଇ

ନୟାଗଡ଼ ଅଫିସ,୧୮ା୭: ଲଘୁଚାପଜନିତ ବର୍ଷାରେ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଶନିବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ଲୁଣିଝରା,...

ପ୍ରସୂତିଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ସରପଞ୍ଚ, ସାଧାରଣରେ ପ୍ରଶଂସା

ମାଲକାନଗିରି, ୨୩ା୬(ଡି.ଏନ.ଏ.): ମାଲକାନଗିରି ଜିଲାର ଜଣେ ଯୁବ ସରପଞ୍ଚ ନନ୍ଦ କୁମାର ଆଜମେରା । ଜଣେ ପ୍ରସୂତି ମହିଳାଙ୍କୁ ଶନିବାର ରକ୍ତଦାନ କରି ସେ ମୃତ୍ୟୁମୁଖରୁ...

Advertisement
Archives

Model This Week