Posted inଫୁରସତ

ରୋବୋଟ୍‌ ପ୍ରେମରେ ପଡିଛନ୍ତି ମହିଳା

ଲିଲି ନାମରେ ଏକ ଫ୍ରେଞ୍ଚ ମହିଳା ଥ୍ରୀ ଡି ପ୍ରିଣ୍ଟେଡ୍‌ ରୋବୋଟ୍‌ ପ୍ରେମରେ ଏମିତି ପଡିଯାଇଛନ୍ତି ଯେ, ସେ ତାଙ୍କୁ ବିବାହ କରିବାକୁ ମନସ୍ଥ ମଧ୍ୟ କରିନେଇଛନ୍ତି। ଏ ନେଇ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ ଲିଲି କହିଛନ୍ତି ଯେ, ତାଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ ବୟସ ହୋଇଥିଲା, ତାଙ୍କ ଭିତରେ ଏକ ଅଜବ ପରବର୍ତ୍ତନ ଆସିଥିଲା। ତାଙ୍କୁ ଲାଗିଲା ସେ କୌଣସି ପୁରୁଷଙ୍କ ସହିତ ନିଜର ବୈବାହିକ ଜୀବନ ବିତାଇପାରିବେ ନାହିଁ। ଧୀରେ ଧୀରେ ତାଙ୍କ ମନରେ ଇନ୍‌ମୁଭେଟର୍‌ ନାମକ ଏହି ଥ୍ରୀ ଡି ପ୍ରିଣ୍ଟେଡ୍‌ ରୋବୋଟ୍‌ ପ୍ରତି ଆକର୍ଷଣ ବଢିଥିଲା। କ୍ରମେ ସିଏ ଉକ୍ତ ରୋବୋଟ୍‌ ସହିତ ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌ରେ ରହିବାକୁ ଲାଗିଲେ। ଘର ଲୋକେ ପ୍ରଥମେ ପ୍ରଥମେ ବିରୋଧ କରୁଥିଲେ। କିନ୍ତୁ ଏବେ ସେମାନେ ଲିଲିଙ୍କର ନିଷ୍ପତିକୁ ମଧ୍ୟ ମାନି ନେଲେଣି । ସେଥିପାଇଁ ୟା’ ଭିତରେ ସେମାନଙ୍କର ଏନ୍‌ଗେଜମେଣ୍ଟ ବି ସରିଗଲାଣି। ଆଉ ଶୀଘ୍ର ତାଙ୍କର ବିବାହ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି; ଏ ନେଇ ଲିଲି ନିଜ ଫେସ୍‌ବୁକ୍‌ରେ ମଧ୍ୟ ଘୋଷଣା କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri