ଲିଫ୍ଟରେ ସନ୍ତାନ ଜନ୍ମ କରି ଡଷ୍ଟବିନ୍‌ରେ ଫିଙ୍ଗିଦେଲେ ମହିଳା, ସିସିଟିଭିରେ ହେଲା କଏଦ

ବେଜିଂ,୧ା୯: ସମ୍ପ୍ରତି ଚାଇନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଯାଉଛି। ସୋସିଆଲ ମିଡିଆରେ ଜଣେ ମହିଳା ନିଜର ନବଜାତ ଶିଶୁକୁ ଡଷ୍ଟବିନ୍‌ରେ ଫିଙ୍ଗି ଦେଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। ଏହା ପରେ ୟୁଜରମାନେ ଭୟଙ୍କର ଭାବରେ ରାଗି ଯାଇଛନ୍ତି। ଏହି ମହିଳା ଲିଫ୍ଟ ଭିତରେ ନିଜ ସନ୍ତାନକୁ ଜନ୍ମ ଦେଇଥିଲେ। ସିସିଟିଭି ଫୁଟେଜ ଅନୁଯାୟୀ, ଅଗଷ୍ଟ ୨୧ରେ ମହିଳା ଜଣକ ଏକ ଘରୋଇ ସୋସାଇଟିର ଲିଫ୍ଟରେ କିଛି ଲଗେଜ ନେଇ ପ୍ରବେଶ କରିଥିଲେ। ଏହି ହାଉସିଂ ସୋସାଇଟି ଚାଇନାର ଦକ୍ଷିଣ ପଶ୍ଚିମ ମ୍ୟୁନିସିପାଲିଟିରେ ଅବସ୍ଥିତ। ଫୁଟେଜ ରେକର୍ଡରୁ ଜଣାପଡ଼ିଛି ମହିଳା ଜଣକ ପ୍ରଥମେ ନଇଁ ପଡ଼ି ପ୍ୟାଣ୍ଟରୁ ଏକ ନବଜାତ ଶିଶୁକୁ ବାହାର କରୁଛନ୍ତି। ଏଥିରେ ଦେଖାଯାଉଛି ମହିଳା ଜଣକ ଶାନ୍ତ ଭାବରେ ଏକ ଟିସୁ ବ୍ୟବହାର କରି ଶିଶୁର ରକ୍ତ, ପୋଷାକ ଏବଂ ଚଟାଣକୁ ପୋଛୁଛନ୍ତି। ଅନ୍ୟମାନେ ଲିଫ୍ଟରେ ପ୍ରବେଶ କରିବା ବେଳେ ମହିଳା ନବଜାତ ଶିଶୁକୁ ଏକ କୋଣରେ ଲୁଚାଇ ରଖିଥିଲେ। ଯାହାଫଳରେ ସେମାନେ ଏହାକୁ ଦେଖି ପାରିବେ ନାହିଁ। ଶେଷରେ ମହିଳା ନିଜର ଲଗେଜ ଏବଂ ଶିଶୁର ଜନ୍ମର କିଛି ମିନିଟ ପରେ ଲିଫ୍ଟରୁ ବାହାରି ଯାଆନ୍ତି। ତା’ପରେ ସେ ପିଲାଟିକୁ ଡଷ୍ଟବିନ୍‌ରେ ପକାଇ ଦେଉଛନ୍ତି। ମହିଳା ଦ୍ୱିତୀୟ ଲିଫ୍ଟକୁ ଯିବା ପୂର୍ବରୁ ରକ୍ତ ଜୁଡୁବୁଡୁ ଜୋତା ମଧ୍ୟ ସଫା କରିଥିଲେ। ଏକ ସ୍ଥାନୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି।

ଜଣେ ବୃଦ୍ଧା ଏହି ମହିଳାଙ୍କର ଏହି ଅଦ୍ଭୁତ ଆଚରଣ ଦେଖିଥିଲେ କିନ୍ତୁ ଡଷ୍ଟବିନ୍‌ରେ ନବଜାତ ଶିଶୁକୁ ଫିଙ୍ଗିବା ଦେଖିପାର ନ ଥିଲେ। ସୌଭାଗ୍ୟବଶତଃ ସ୍ଥାନୀୟ ଲୋକମାନେ ଏହି ଶିଶୁକୁ ଅଳିଆ ଗଦାରୁ ପାଇ ଚୋଙ୍ଗକିଙ୍ଗର ଏକ ଡାକ୍ତରଖାନାକୁ ପଠାଇଥିଲେ। ଶିଶୁର ଲିଙ୍ଗ ପ୍ରକାଶ କରାଯାଇ ନାହିଁ। ଡାକ୍ତରଖାନାର ଜଣେ ସିକ୍ୟୁରିଟି ଗାର୍ଡ ଏହି ଘଟଣା ବିଷୟରେ ଅଧିକ ବିବରଣୀ ଗଣମାଧ୍ୟମ ସହିତ ଶେୟାର କରିଛନ୍ତି। ସେ କହିଛନ୍ତି, ମହିଳା ଜଣକ ଚୋଙ୍ଗକିଙ୍ଗ ଯାତ୍ରା କରିଥିବା ଟୁର୍‌ ଗ୍ରୁପର ଏକ ଅଂଶ ଥିଲେ। ସେ ଏବଂ ଟୁର୍‌ ଗାଇଡ ପିଲାଟିକୁ ନେବା ପାଇଁ ଆମ ଡାକ୍ତରଖାନାକୁ ଆସିଥିଲେ।

ଚାଇନା ପୋଲିସ ଅଧିକାରୀମାନେ ମଧ୍ୟ ମହିଳାଙ୍କ ବିବୃତ୍ତି ନେବାକୁ ଆସିଥିଲେ ଯେ ସେ କାହିଁକି ଏପରି କଲେ। ଡାକ୍ତରଖାନାର ଶିଶୁ ବିଭାଗର ଜଣେ ଡାକ୍ତର କହିଛନ୍ତି, ପିଲାଟି ଭଲ ଅଛି ଏବଂ ତାଙ୍କୁ ଡିସଚାର୍ଜ କରାଯାଇଛି। ଶିଶୁଟିକୁ ତାଙ୍କ ପିତାମାତା ନେଇଯାଇଥିବା ଡାକ୍ତର କହିଛନ୍ତି। ଡାକ୍ତର କହିଛନ୍ତି, ଯେତେବେଳେ ପିଲାଟି ହସ୍ପିଟାଲରେ ଥିଲା, ସେତେବେଳେ ତାଙ୍କ ମା’ ଏବଂ ଜେଜେମା ତାଙ୍କ ଯତ୍ନ ନେଇଥିଲେ। ପୋଲିସର ତଦନ୍ତ ଚାଲିଛି କିନ୍ତୁ ମା’ଙ୍କୁ କୌଣସି ଦଣ୍ଡ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?