ଭାବିଥିଲେ ପଥର, ମୂଲ୍ୟ ଜାଣି ଚକିତ ହୋଇଗଲେ

ଜାକର୍ତ୍ତା,୪।୩ : ସମୁଦ୍ର କୂଳରେ ବୁଲିଥିବା ଥାଇଲାଣ୍ଡର ଜଣେ ମହିଳାଙ୍କ ଭାଗ୍ୟ ବଦଳି ଯାଇଛି। ସିରିପର୍ନ ନିଆମ୍ରିନ ନାମକ ମହିଳା ନାଖୋନ ସି ଥାମାରାଟ୍‌ କୂଳରେ ଗତ ୨୩ ତାରିଖରେ ବୁଲୁଥିଲେ। ହଠାତ୍‌ ତାଙ୍କ ନଜର ପଡ଼ିଥିଲା ମାଛ ଭଳି ଗନ୍ଧ ହୋଇଥିବା ହାଲୁକା ପଥର ଉପରେ। ଏହାକୁ ବଜାରରେ ବିକିଲେ କିଛି ମୂଲ୍ୟ ମିଳିବ ଚିନ୍ତା କରି ଘରକୁ ନେଇ ଆସିଥିଲେ। ଘରେ ପହଞ୍ଚିବା ପରେ ଏହା କ’ଣ ଜାଣିବା ପାଇଁ ପଡୋଶୀଙ୍କୁ ମାଗିଥିଲେ ସହାୟତା।

ଏହା ଥିଲା ସବୁଠୁ ବଡ଼ ମାଛ ହ୍ବେଲର ବାନ୍ତି। ଏହା ଏମ୍ବରଗ୍ରିସ ଭାବେ ଜଣାଯାଏ। ଡେଲି ମେଲ ଅନୁଯାୟୀ, ୧୨ ଇଞ୍ଚ ଚଉଡ଼ା ଓ ୨୪ ଇଞ୍ଚ ଲମ୍ବା ଏମ୍ବରଗ୍ରିସର ମୂଲ୍ୟ ୧.୮୬ ଲକ୍ଷ ପାଉଣ୍ଡ, ଯାହାକି ଭାରତୀୟ ମୂଦ୍ରାରେ ୧.୮ କୋଟି ଟଙ୍କା। ଏହାର ମୂଲ୍ୟ ଜାଣିବା ପରେ ବିଶ୍ୱାସ କରିପାରି ନ ଥିଲେ ସିରିପର୍ନ। ସେ ଏବେ ବିଶେଷଜ୍ଞଙ୍କୁ ଅପେକ୍ଷା କରିଛନ୍ତି। ବିଶେଷଜ୍ଞମାନେ ଏହା ପ୍ରକୃତ ଏମ୍ବରଗ୍ରିସ କି ନାହିଁ, ତା’ର ଯାଞ୍ଚ କରିବେ। ତେବେ ଏହା ପରଫ୍ୟୁମରେ ଫିକ୍ସିଟିଭ ଭଳି କାମ କରେ। ବାସ୍ନାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ଏହାକୁ ବ୍ୟବହାର କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଛି କି? ଯଦି ହଁ, ତେବେ…

ବ୍ୟାୟାମ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ଏହାପୂର୍ବରୁ ଆମକୁ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ବ୍ୟାୟାମ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଭାରତୀୟ ମହିଳା

ଲକ୍ଷ୍ନୌ, ୩୧ା୮ (ପି.ଟି.) : ଲକ୍ଷ୍ନୌର ୪୩ ବର୍ଷୀୟା ଶିବାନୀ ମେହରୋତ୍ରା ସାଂସାରିକ ବନ୍ଧନରେ ଥାଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗଗୁଡ଼ିକୁ ଚଢ଼ି ନିଜର ଦୃଢ଼ ଇଚ୍ଛାଶକ୍ତିର…

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri