ତେଲିପାଲିରେ ମଦ ବନ୍ଦ ନିଷ୍ପତ୍ତି ନେଲେ ମହିଳା, ଯିଏ ନିୟମ ଉଲ୍ଲଙ୍ଘନ କରିବ…

ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ଥାନା ଅଞ୍ଚଳର ଗାଁଗାଁ ରେ ହେଉଛି ବ୍ୟାପକ ମଦ ବିକ୍ରି। ଅବକାରୀ ବିଭାଗ ସବୁ ଜାଣି ଚୁପ ରହୁଥିବାରୁ ଚୋରି ଓ ଦେଶୀ ମଦ ବିକ୍ରି ବଢ଼ିବାରେ ଲାଗୁଛି। ଫଳରେ ଅଞ୍ଚଳର ଲୋକେ ଅତିଷ୍ଠ ହୋଇ ପଡିଲେଣି। ଏହି କ୍ରମରେ ବ୍ଲକର କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ମଧ୍ୟ ଦୀର୍ଘ ଦିନ ହେଲା ବେଆଇନ ଭାବେ ମଦ ବିକ୍ରି ହେଉଛି। ମଦ ବେପାରୀମାନେ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ମାସିକିଆ ବଟି ଦେଇ ଖୁଲାମ ଖୁଲା ମଦ ବିକ୍ରି କରୁଛନ୍ତି। ଫଳରେ ମଦ୍ୟପମାନେ ଅନେକ ସମୟର ଗାଁ ଦାଣ୍ଡରେ ଗଣ୍ଡଗୋଳ କରିବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି। ମଦ୍ୟପମାନଙ୍କ ଯୋଗୁ ଗାଁ ରାସ୍ତା ଦେଇ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରୀମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ମଦ ବ୍ୟବସାୟୀମାନେ ଦେଶୀ ମଦ ପ୍ରସ୍ତୁତ କରୁଛନ୍ତି। ଅତ୍ୟଧିକ ନିଶା ହେବା ପାଇଁ ମଦରେ ୟୁରିଆ, ସୁଲେସନ, ସ୍ପିରିଟ ଭଳି କେତେକ ବିଷାକ୍ତ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ଉକ୍ତ ବିଷାକ୍ତ ମଦ ପିଇବା ଦ୍ୱାରା ଅନେକ ମଦ୍ୟପ ଅସମୟରେ ମୃତ୍ୟୁବରଣ କରୁଥିବାରୁ ଅନେକ ମହିଳା ଯୁବାବସ୍ଥାରେ ବିଧବା ହେଉଛନ୍ତି। ମଦ ପାଇଁ ଗାଁରେ ଅସନ୍ତୋଷ ଓ ଗଣ୍ଡଗୋଳ ହେଉଛି। ଫଳରେ ତେଲିପାଲି ଗ୍ରାମର ନାମ ମଣ୍ଡପରେ ଗ୍ରାମର ମହିଳାମାନେ ଏକ ବୈଠକ କରିଥିଲେ। ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଯିଏ ବି ନିୟମ ଉଲ୍ଲଙ୍ଘନ କରିବ ଏବଂ ମଦ ବିକ୍ରି କରିବ ତାହା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଏ ନେଇ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଏଥିରେ ସର୍ବସମ୍ମତି କ୍ରମେ ସାରଳା ପାଣିଗ୍ରାହୀଙ୍କୁ ସଭାପତି ଓ ଜୟନ୍ତୀ ବାଘ ଙ୍କୁ ସମ୍ପାଦିକା ଭାବେ ଚୟନ କରାଯାଇଛି। ଏହା ସହିତ ଗୌରୀ ନାଏକ, ସୁବାଶିନୀ ସାହୁ,ସୁନବୁଇ ସାହୁ,ପୂର୍ଣମାସୀ ବେହେରା,ସୁଭଦ୍ରା ଗୁଙ୍ଘୁରିଆ,ବିନୋଦିନୀ ଭୁକ୍ତା,ସନ୍ଧ୍ୟାରାଣୀ ସାହୁ, ସୁପ୍ରିତା ପଧାନ, ସୁବାଶିନୀ ସାହୁ ପ୍ରମୁଖଙ୍କୁ ଉକ୍ତ କମିଟିର ସଭ୍ୟା ଭାବେ ଚୟନ କରାଯାଇଛି।ଗ୍ରାମରେ ମଦ ବିକ୍ରି ବନ୍ଦକୁ ନେଇ ଗ୍ରାମର ମହିଳାମାନେ ବୀରମହାରାଜପୁର ଥାନାକୁ ଯାଇ ଏକ ଦାବିପତ୍ର ଦେବାକୁ ମଧ୍ୟ ସ୍ଥିର କରାଯାଇଛି। ଏହି ବୈଠକରେ ଗ୍ରାମର ସମସ୍ତ ସୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଧ୍ୟ ଯୋଗଦେଇଥିଲେ। ପୂର୍ବତନ ଜିଲା ପରିଷଦ ସଭ୍ୟ ରାଜ ଗୋପାଳ ପାଣିଗ୍ରାହୀ, ଏମବିକେ ଗୀତାଞ୍ଜଳି ଜେନା,ପୂର୍ବତନ ଜିଲା ପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?