
ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ଲାଞ୍ଚ ନେବା ବେଳେ ମହିଳା କନିଷ୍ଠ କିରାଣିଙ୍କୁ ଧରିଛି ଭିଜିଲାନ୍ସ। ଦେବଗଡ଼ ମହାବିଦ୍ୟାଳୟ କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନ ଗିରଫ। ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ଭିଜିଲାନ୍ସ ଚଢ଼ାଉ ହୋଇଛି। ଭାଲିଆଡିହି ଗ୍ରାମର ଶକ୍ତିମାନ ରଣାଙ୍କ ଯୁକ୍ତ ୨ ସାର୍ଟିଫିକେଟ ନଷ୍ଟ ହୋଇଯାଇଥିଲା। ନୂତନ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିବା ବେଳେ କନିଷ୍ଠ କିରାଣି ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ନଗଦ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଛି ଭିଜିଲାନ୍ସ। କାର୍ଯ୍ୟାଳୟ ଭିତରୁ କନିଷ୍ଠ କିରାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ।