ମହିଳାଙ୍କୁ କବରରେ ଜୀବନ୍ତ ପୋତିଥଲେ ଲୋକ, ୧୧ଦିନ ପରେ ଘଟିଲା ଏପରି ଘଟଣା…

ବ୍ରାଜିଲ୍‌,୧୭।୮: ଜୀବନ୍ତ ମହିଳାଙ୍କୁ କବର ଦେଇଦେଲେ ଲୋକେ। ଅନେକ ଦିନ ଧରି ସେ କଫିନ ଭିତରେ ଜୀବିତ ଅବସ୍ଥାରେ ଥିଲେ। କଫିନରେ ଥିବା ଭିତରେ ମହିଳା ଜଣକ ବାହାରକୁ ବାହାରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ପରେ, ତାଙ୍କର କ୍ରନ୍ଦନ ଶୁଣି ଲୋକମାନେ ତାଙ୍କୁ ୧୧ଦିନ ପରେ ଜୀବନ୍ତ ବାହାର କରିଥିଲେ।

୩୭ ବର୍ଷିୟ ବ୍ରାଜିଲ ମହିଳା ଜଣଙ୍କ ହେଉଛନ୍ତି ରୋଜାଙ୍ଗେଲା ଆଲମାଇଡା ଡୋସ ସାଣ୍ଟୋସ। ସେ ବିବାହିତ ଥିଲେ ହେଲେ ତାଙ୍କର ସନ୍ତାନ ନ ଥିଲେ। ସାତ ବର୍ଷ ବୟସରୁ ସେ ମୁଣ୍ଡ ବୁଲାଇବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେ ଏଥିପାଇଁ ଔଷଧ ମଧ୍ୟ ନେଉଥିଲେ। ଏହି କାରଣରୁ ଦିନେ ସେ ବେହୋଶ ହୋଇ ପଡିଗଲେ। ପରେ ଲୋକମାନେ ତାଙ୍କୁ ମୃତ ବୋଲି ଭାବି କବର ଦେଇଥିଲେ। ଏହି ଘଟଣାଟି ୨୦୧୮ ମସିହାରେ ହୋଇଥିଲା। ସେତେବେଳେ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ କୁହାଯାଇଥିଲା ଯେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।

ମହିଳାଙ୍କୁ ୨୦୧୮ ମସିହାରେ ଉତ୍ତର-ପୂର୍ବ ବ୍ରାଜିଲର ରିଚାଓ ଡାସ ନେଭ୍ସର ଏକ ଶ୍ମଶାନରେ ପୋତି ଦିଆଯାଇଥିଲା। ଏହାପରେ ଶ୍ମଶାନ ନିକଟରେ ରହୁଥିବା ଲୋକମାନଙ୍କୁ ଶ୍ମଶାନରୁ ପ୍ରତିଦିନ କାହାର କାନ୍ଦ ଶୁଣିବାକୁ ମିଳୁଥିଲା। ସେମାନେ ମହିଳାଙ୍କ ପରିବାର ଲୋକଙ୍କୁ ଏହି ଖବର ଜଣାଇଥିଲେ। ପରିବାର ଲୋକ କବର ପାଖରେ ପହଞ୍ଚି କଫିନକୁ ମାଟିତଳୁ ବାହାର କରିଥିଲେ। ଏବଂ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ।

କଫିନରୁ ବାହାରିବା ପାଇଁ ଦୀର୍ଘ ୧୧ଦିନ ଧରି ମହିଳାଜଣକ ଛଟପଟ ହେଉଥିଲେ। ଯନ୍ତ୍ରଣାରେ ଉଟପଟ ହୋଇ କଫିନ ଭିତରେ କାନ୍ଦୁଥିଲେ। ହେଲେ ତାଙ୍କ କାନ୍ଦ ଲୋକଙ୍କ ପାଖରେ ପହଞ୍ଚି ପାରୁ ନ ଥିଲା। କିଛି ଲୋକ କାନ୍ଦ ଶୁଣି ମଧ୍ୟ ଡରି କିଛି କହୁ ନ ଥିଲେ। କବର ଭିତରେ ସେ ହାତଗୋଡ ଛାଟି ପ୍ରାଣମୂର୍ଚ୍ଚା ବାହାରିବା ପାଇଁ ଉଦ୍ୟମ କରିଥିଲେ। ଯେଉଁଥିରେ ତାଙ୍କ ହାତଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ତେବେ ମହିଳାଙ୍କୁ କଫିନରୁ ବାହାର କରିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ତାଙ୍କର ବାହୁ ଏବଂ ଗୋଡରେ ଘା’ ହୋଇ ଯାଇଥିଲା। ଜିନ୍ତୁ ୧୧ଦିନର ପ୍ରାଣମୂର୍ଚ୍ଛା ଉଦ୍ୟମରେ ସେ ବଞ୍ଚି ପାରି ନ ଥିଲେ। ତାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ସେ ତହିଁ ପରଦିନ ମୃତ୍ୟୁ ବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri