ଝିଅ ଆଗରେ ସ୍ତ୍ରୀଙ୍କୁ କଚାଡ଼ି ମାରିଦେଲେ

ଔପଦା, ୫।୧୦(ଧରିତ୍ରୀ ପଣ୍ଡା)ସାମାନ୍ୟ ପାରିବାରିକ ଗଣ୍ଡଗୋଳରୁ ହିତାହିତ ଜ୍ଞାନ ଭୁଲିଗଲେ ସ୍ବାମୀ। ପିଟି ପିଟି ମନ ଶାନ୍ତ ହେଲାନି। ୩ ବର୍ଷର ଝିଅ ଆଗରେ ସ୍ତ୍ରୀଙ୍କୁ ରାସ୍ତାରେ କଚାଡ଼ି ଦେଲେ। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ଏଭଳି ଏକ ନୃଶଂସ ଘଟଣା ଘଟିଛି ବାଲେଶ୍ୱର ଜିଲା ଔପଦା ଥାନା ତଳକିଆ ପଞ୍ଚାୟତ ପ୍ରତାପପୁର ଗ୍ରାମର ହରିଜନ ସାହିରେ।
ପୂର୍ବେ ମୟୂରଭଞ୍ଜ ଅଞ୍ଚଳ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର କୁନୁ ବାଗଙ୍କ ଝିଅ ବିଷମାଙ୍କୁ ନିଶାକର ମାଣ ବିବାହ କରିଥିଲେ। ତାଙ୍କର ୩ ବର୍ଷର ଏକ କନ୍ୟା ସନ୍ତାନ ଅଛି। ନିଶାକର ଶୁକ୍ରବାର ରାତିରେ ସ୍ତ୍ରୀ ବିଷମାଙ୍କୁ କୌଣସି କାରଣରୁ ମାରପିଟ୍‌ କରିଥିଲେ। ନିର୍ଧୁମ୍‌ ପିଟିବା ସହ ସ୍ତ୍ରୀଙ୍କୁ ଘରୁ ବାହାରକୁ ଟେକି ଆଣି ରାସ୍ତା ଉପରେ କଚାଡ଼ି ଦେଇଥିଲେ। ବିଷମା ଚିତ୍କାର କରିବାରୁ ପଡ଼ୋଶୀ ଲୋକେ ସେଠାରେ ପହଞ୍ଚତ୍ଥିଲେ। ଚେତାଶୂନ୍ୟ ଅବସ୍ଥାରେ ବିଷମାଙ୍କୁ ଉଦ୍ଧାର କରି ନିଶାକର ଓ ତାଙ୍କ ସମ୍ପର୍କୀୟ ପୁତୁରା ଖଇରା ଡାକ୍ତରଖାନାକୁ ନେଇଥିଲେ। ବିଷମାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଭଦ୍ରକ ନିଆଯାଉଥିବା ବେଳେ ବାଟରେ ବିଷମାଙ୍କର ମୃତ୍ୟୁ ହୋଇଥିଲା। ସେଠାରୁ ମୃତଦେହକୁ ଗାଁକୁ ଅଣାଯାଇଥିଲା। ଖବରପାଇ ବାପଘର ଲୋକେ ବିଳମ୍ବିତ ରାତିରେ ଔପଦା ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୫୮/୨୫) ରୁଜୁ କରି ନିଶାକରଙ୍କୁ ଗିରଫ କରିଥିଲା। ମାଜିଷ୍ଟ୍ରେଟ ପ୍ରଜ୍ଞା ପରମିତାଙ୍କ ଉପସ୍ଥିତିରେ ମୃତଦେହ ଜବତ କରାଯାଇଥିଲା। ସାଇଣ୍ଟିଫିକ୍‌ ଟିମ୍‌ ସହ ଔପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଜାରି ରଖିଛନ୍ତି। ନିଶାକରଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri