ଅଗ୍ନିପଥ ଯୋଜନା ପ୍ରତ୍ୟାହାର କର: ସିପିଆଇ(ଏମ୍‌)

ଭୁବନେଶ୍ୱର, ୧୮ା୬(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସିପିଆଇ (ଏମ୍‌) ପକ୍ଷରୁ ଦାବି କରାଯାଇଛି। ବୃତ୍ତିଗତ ସେନା ଠିକାଭିତ୍ତିରେ ୪ବର୍ଷ ଲାଗି ନିଯୁକ୍ତି ଦେବା ନିଷ୍ପତ୍ତି ଗ୍ରହଣଯୋଗ୍ୟ ନୁହେଁ। ଏହାଦ୍ୱାରା ପେନସନ ଅର୍ଥକୁ ବଞ୍ଚାଇବାକୁ ଯାଇ ସେନାର ଗୁଣ ଏବଂ ଦକ୍ଷତା ପ୍ରତି ସାଂଘାତିକ ଭାବେ ସାଲିସ କରାଯାଇଛି। ଏହି ଯୋଜନା ଜାତୀୟ ସ୍ବାର୍ଥବିରୋଧୀ ବୋଲି ଦଳର ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଗତ ଦୁଇବର୍ଷ ଧରି ସେନାରେ କୌଣସି ନିଯୁକ୍ତି ଦିଆଯାଇନାହିଁ। ସ୍ଥାୟୀସୈନିକ ନିଯୁକ୍ତି ଦେବା ପରିବର୍ତ୍ତେ ଅସ୍ଥାୟୀ ଭାବେ ୪ବର୍ଷ ପାଇଁ ଠିକା ନିଯୁକ୍ତି ଦେଇ ସେମାନଙ୍କ ଭବିଷ୍ୟତ ପ୍ରତି ଆଖି ବୁଜି ଦିଆଯାଇଛି। ଏହାର ପରିଣାମ ସ୍ବରୂପ ଠିକା ନିଯୁକ୍ତିରେ ତାଲିମପ୍ରାପ୍ତ ଏହି ସୈନିକ ବଳ ପରବର୍ତ୍ତୀ ସମୟରେ ଏକ ଘରୋଇ ସଶସ୍ତ୍ର ବାହିନୀରେ ପରିଣତ ହେବ, ଯାହାର ପରିଣତି ସମାଜ ଉପରେ ଅତି ଭୟଙ୍କର ହେବ। ନିଯୁକ୍ତିର ସର୍ବନିମ୍ନ ନିରାପତ୍ତା ନ ଥାଇ ଆମ ଯୁବକଙ୍କୁ ସର୍ବୋତ୍ତମ ତ୍ୟାଗ କରିବା ପାଇଁ ଆହ୍ବାନ ଦେବା ଅପରାଧ। ସାରା ଦେଶରେ ଏହି ଭୟଙ୍କର ଯୋଜନା ବିରୋଧରେ ଯୁବତୀଯୁବକଙ୍କ ପ୍ରତିବାଦ ପୁଞ୍ଜିଭୂତ କ୍ରୋଧକୁ ପ୍ରତିଫଳିତ କରୁଛି। ତେଣୁ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନା ଯବାନରୁ ଚନ୍ଦ୍ରନାଥ କେମିତି ହେଲେ ଶୁଭେନ୍ଦୁଙ୍କ ଡାହାଣ ହାତ? BJP  ପୂର୍ବରୁ TMC ସହ ଥିଲା ସମ୍ପର୍କ

କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

‘ଏମାନେ ମୋ ପୁଅକୁ ହତ୍ୟା କରିଛନ୍ତି! ’, ପିଏ ମା’ଙ୍କ ଚାଞ୍ଚଲ୍ୟକାର ଖୁଲାସା

କୋଲକାତା,୭।୫: ଶୁଭେନ୍ଦୁ ଅଧିକାରୀଙ୍କ ଡାହାଣ ହାତ ବୋଲି ବିବେଚିତ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଚନ୍ଦ୍ରନାଥଙ୍କ ମା’…

ଫସିଗଲେ ଥଲାପତି ବିଜୟ: ରାଜ୍ୟପାଳ ରଖିଲେ ବଡ଼ ସର୍ତ୍ତ, ଏବେ ହେବ କ’ଣ

ଚେନ୍ନାଇ,୭।୫: ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ପରେ ମଧ୍ୟ ନୂତନ ସରକାର ଗଠନ ସମ୍ପର୍କିତ ଚିତ୍ର ଅସ୍ପଷ୍ଟ ରହିଛି। କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଦାବି…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

ଆସୁଛି ଲଘଚାପ: ଏହି ଦିନଠାରୁ ଛେଚିବ ବର୍ଷା

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ):ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ…

ହାନ୍ତା ଭାଇରସ୍‌କୁ ନେଇ ଚିନ୍ତା: ମଣିଷଠାରୁ ମଣିଷକୁ ହେବ ସଂକ୍ରମଣ

କେପ୍‌ ଟାଉନ୍‌,୭ା୫:ଆଫ୍ରିକାର ପଶ୍ଚିମ ଉପକୂଳରେ ଏକ ବିଳାସପୂର୍ଣ୍ଣ କ୍ରୁଜ୍‌ ଜାହାଜରେ ହାନ୍ତା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇ ୩ ଯାତ୍ରୀଙ୍କ ମୃତ୍ୟୁ ଏବଂ ୫ରୁ ଅଧିକ ଯାତ୍ରୀ…

୯ ତାରିଖ ସକାଳ ବଙ୍ଗଳାରେ ଶପଥ ଗ୍ରହଣ, ସନ୍ଧ୍ୟାରେ ଅଭିଯୁକ୍ତର ଏନ୍‌କାଉଣ୍ଟର…

କୋଲକାତା,୭।୫:  ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଅବସ୍ଥିତ ମଧ୍ୟମଗ୍ରାମରେ, ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri