Posted inଖେଳ

ଷଷ୍ଠ ବିଜୟ ସହ ମୁମ୍ବାଇ ପୁଣି ଶୀର୍ଷରେ

ଆବୁଧାବି, ୧୭।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ପୁଣି ଫେରିଛି। ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ଦଳ କୋଲକାତା ନାଇଟ ରାଇଡର୍ସକୁ ୮ ଉଇକେଟରେ ପରାସ୍ତ କରିଛି। କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୧୪୮ ରନ କରିଥିବାବେଳେ ମୁମ୍ବାଇ ୧୬.୫ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମୁମ୍ବାଇ ୮ ମ୍ୟାଚରୁ ୬ ବିଜୟ ସହ ୧୨ ପଏଣ୍ଟ ପାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ୧୨ ପଏଣ୍ଟ ପାଇଥିଲେ ହେଁ ରନ ହାରରେ ମୁମ୍ବାଇ ଉପରକୁ ଉଠିଛି। ଅନ୍ୟପକ୍ଷରେ କୋଲକାତା ଏଠାରେ ୮ମ ମ୍ୟାଚ ଖେଳିଥିବାବେଳେ ୪ର୍ଥ ପରାଜୟ ବରଣ କରିଛି।
ଚଳିତ ଆଇପିଏଲରେ ପ୍ରଥମଥରପାଇଁ କୋଲକାତା ଦଳର ନେତୃତ୍ୱ ନେଉଥିବା ଇଅନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମାତ୍ର ଏହା ଭୁଲ୍‌ ସାବ୍ୟସ୍ତ ହୋଇଥିଲା। ଶୀଘ୍ର ଉଇକେଟ ପତନ ଯୋଗୁ ୧୦.୪ ଓଭର ବେଳକୁ ସ୍କୋର ୬୧/୫ ହୋଇ ଯାଇଥିଲା। ଟପ୍‌ ଅର୍ଡରର କୌଣସି ବ୍ୟାଟ୍ସମ୍ୟାନ ମୁମ୍ବାଇ ବୋଲରଙ୍କୁ ମୁକାବିଲା କରିପାରି ନ ଥିଲେ। ରାହୁଲ ତ୍ରିପାଠୀ ୭, ନୀତୀଶ ରାଣା ୫, ଶୁବମନ ଗିଲ୍‌ ୨୧, ଅଧିନାୟକ ପଦ ଛାଡ଼ିଥିବା ଦୀନେଶ କାର୍ତ୍ତିକ ୪ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ୧୨ ରନ କରି ଆଉଟ ହୋଇଥିଲେ। ତେବେ ପ୍ୟାଟ୍‌ କୁମିନ୍ସଙ୍କ କ୍ୟାରିୟର ଶ୍ରେଷ୍ଠ ଇନିଂସ ଏବଂ ମୋର୍ଗାନଙ୍କ ସହ ଅସମାପ୍ତ ୬ଷ୍ଠ ଉଇକେଟରେ ୫୬ ବଲ୍‌ରୁ ୮୭ ରନ ଭାଗୀଦାରି ଯୋଗୁ କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା। ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ହାସଲ କରି କୁମିନ୍ସ ୩୬ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୫୩ ଓ ମୋର୍ଗାନ ୨୯ ବଲ୍‌ରୁ ୨ଟି ଲେଖାଏ ଚୌକା ଓ ଛକା ମାରି ୩୯ ରନରେ ଅପରାଜିତ ରହିଥିଲେ। ମୁମ୍ବାଇ ବୋଲରଙ୍କ ମଧ୍ୟରେ ରାହୁଲ ଚହର ୨ଟି ଏବଂ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍‌ରା, ଓ ନାଥାନ କୁଲ୍ଟର-ନୀଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୪୮ ରନ ଚଳିତ ଆଇପିଏଲରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ କ୍ଷେତ୍ରରେ ଦ୍ୱିତୀୟ ସର୍ବନିମ୍ନ ଦଳଗତ ସ୍କୋର। ପୂର୍ବରୁ କୋଲକାତା ବିପକ୍ଷ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ କରିଥିବା ୧୪୨ ରନ ସର୍ବନିମ୍ନ ସ୍କୋର ହୋଇ ରହିଛି।
ଟାର୍ଗେଟ ବଡ଼ ନ ଥିବାରୁ ବିନା ଚାପରେ ଖେଳ ଆରମ୍ଭ କରିଥିଲା ମୁମ୍ବାଇ। ଦୁଇ ଓପନର କ୍ୱିଣ୍ଟନ ଡିକକ୍‌ ଓ ଅଧିନାୟକ ରୋହିତ ଶର୍ମା ପ୍ରତିପକ୍ଷ ବୋଲରଙ୍କୁ ଧୂଲେଇ କରି ଦ୍ରୁତ ହାରରେ ରନ ସଂଗ୍ରହ କରିଥିଲେ। ଫଳରେ ପାଓ୍ବାର ପ୍ଲେ ୬ ଓଭରରେ ଦଳ ୫୦ ଏବଂ ୧୧.୫ ଓଭରରେ ୧୦୦ ରନ ପୂରଣ କରିଥିଲା। ବିସ୍ଫୋରକ ବ୍ୟାଟିଂ କରିଥିବା ଡିକକ୍‌ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଗତ ୪ ମ୍ୟାଚରୁ ଏହାଥିଲା ତାଙ୍କର ତୃତୀୟ ଅର୍ଦ୍ଧଶତକ। ଓପନିଂ ଯୋଡ଼ିରେ ୬୩ ବଲ୍‌ରୁ ୯୪ ରନ ଭାଗୀଦାରି ପରେ ରୋହିତ ଆଉଟ ହୋଇଥିଲେ। ସେ ୩୬ ବଲ୍‌ରୁ ୩୫(୫ ଚୌକା, ୧ ଛକା) ରନ କରି ଶିବମ୍‌ ମାଭିଙ୍କ ବଲ୍‌ରେ ଦୀନେଶ କାର୍ତ୍ତିକଙ୍କଦ୍ୱାରା କଟ୍‌ବିହାଇଣ୍ଡ ହୋଇଯାଇଥିଲେ। ସୂର୍ଯ୍ୟକୁମାର ଯାଦବ ମାତ୍ର ୧୦ ରନରେ ଆଉଟ ହୋଇଥିବାବେଳେ ଡିକକ୍‌ ଖେଳିଥିଲେ ଅନ୍ୟତମ ଶ୍ରେଷ୍ଠ ଇନିଂସ। ସେ ୪୪ ବଲ୍‌ରୁ ୭୮ (୯ ଚୌକା, ୩ ଛକା) ରନରେ ଅପରାଜିତ ରହି ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୧ ବଲ୍‌ରୁ ଦ୍ରୁତ ୨୧(୩ ଚୌକା, ୧ ଛକା) କରି ଅପରାଜିତ ରହିଥିଲେ। ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ଦୁହେଁ ୩୮ ରନ ଯୋଗ କରିଥିଲେ। ଫଳରେ ମୁମ୍ବାଇ ଆହୁରି ୧୯ଟି ବଲ୍‌ ବାକିଥାଇ ବିଜୟ ହାସଲ କରିଥିଲା। କୋଲକାତା ପକ୍ଷରୁ ଶିବମ୍‌ ମାଭି ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୧୪୮/୫(କୁମିନ୍ସ-୫୩*, ମୋର୍ଗାନ-୩୯*, ଶୁବମନ-୨୧, ରାହୁଲ ଚହର-୨/୧୮, ବୁମ୍‌ରା-୧/୨୨, ବୋଲ୍ଟ-୧/୩୨, କୁଲ୍ଟର ନୀଲ-୧/୫୧)। ମୁମ୍ବାଇ ଇଣ୍ଡିଆନ୍ସ ୧୬.୫ ଓଭରରେ ୧୪୯/୨(ଡିକକ୍‌-୭୮*, ରୋହିତ-୩୫, ହାର୍ଦ୍ଦିକ-୨୧*, ମାଭି-୧/୨୪, ବରୁଣ-୧/୨୩)।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଆରମ୍ଭ ୬ ହଜାରରୁ ହେଲେ ଏବେ ୧୩ ପ୍ଲଟ୍‌, ଲକ୍‌ରରେ କୋଟି କୋଟି ଟଙ୍କା ; ଆଇଟିଡିଏ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି…

ଭୁବନେଶ୍ୱର/ବାଲିଗୁଡ଼ା,୬।୬(ତ୍ରିନାଥ ମହାନ୍ତି/ ସଞ୍ଜୟ କୁମାର ପାଣିଗ୍ରାହୀ): ଚାକିିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri