ଶୀତୁଆ କୁହୁଡ଼ି

ଡା.କାନ୍ତୀ ନାୟକ

 

ଶୀତ ଓ କୁହୁଡ଼ିର ଚାଦର ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଏକ ପ୍ରକାର ଅସ୍ତବ୍ୟସ୍ତ କରିଦେଉଛି। ବେଳେ ବେଳେ କୁହୁଡ଼ିର ମାତ୍ରା ବଢ଼ି ଯାଉଥିବାବେଳେ ପରିବେଶରୁ ତାପ ମଧ୍ୟ କମିଯାଉଛି। ସେହିପରି ମଝିରେ ମଝିରେ ଅଦିନିଆ ଅସରା ବା ଦିଅସରା ବର୍ଷା ଯଦି ହୋଇଗଲା ତାହାହେଲେ ସୁଖଟା ଦୁଃଖରେ ପରିଣତ ହୋଇଯାଏ। କାଲୁଆ ଜାଡ ଦେହର ସବୁ ଅଙ୍ଗପ୍ରତ୍ୟଙ୍ଗକୁ ଏକ ପ୍ରକାର ଥଣ୍ଡା ଥଣ୍ଡା କରିଦେଉଥିବା ବେଳେ ଅସମୟର ବର୍ଷା ମଧ୍ୟ ସବୁକିଛିକୁ ବିଗାଡ଼ି ଦିଏ। ଭଳିକି ଭଳି ସୌଖୀନ ଶୀତବସ୍ତ୍ର ପିନ୍ଧି ଆଟ୍ରାକ୍ଟିଭ ଲୁକ୍‌ ପାଇବା ସାଙ୍ଗକୁ ସାଙ୍ଗସାଥୀଙ୍କ ସହ ପିକ୍‌ନିକ ଏବଂ ବୁଲାବୁଲିର ମଜା ନେବା ଲାଗି ଯୁବପିଢ଼ି ଚାହିଁ ରହିଥାନ୍ତି ଶୀତ ଦିନକୁ। ଆଉ ଏମିତିରେ ଶୀତ ଆରମ୍ଭରୁ ହଠାତ୍‌ ଲଘୁଚାପ ଜନିତ ବର୍ଷା ନା କେବଳ ବାହାରକୁ ବାହାରିବା ମୁସ୍କିଲ କରି ସେମାନଙ୍କ ଏସବୁ ପ୍ଲାନରେ ବାଧକ ସାଜୁଛି ବରଂ ଶୀତ ସାଙ୍ଗକୁ ବର୍ଷାପାଣି ସେମାନଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବି ସୃଷ୍ଟି କରୁଛି। ଯାହାକୁ ଏଡ଼ାଇବା ଲାଗି ସତର୍କତା ଅବଲମ୍ବନ କରିବା ଆବଶ୍ୟକ।
ସାଧାରଣତଃ ଶୀତ ଆସିଲେ ପାଣିପାଗ ବଦଳିବା ଯୋଗୁ ଅଧିକାଂଶଙ୍କ ଠାରେ ଶରୀର ଶୁଷ୍କ ହୋଇଯିବା, ଶିରା ପ୍ରଶିରା ସଂକୁଚିତ ହୋଇଯିବା ସହ ରୋଗ ପ୍ରତିରୋଧକ ଶକ୍ତି କମିବା ଫଳରେ ଥଣ୍ଡା, ଜ୍ୱର ଭଳି ରୋଗ ଦେଖାଦେଇଥାଏ। ଆଉ ଏମିତିରେ ଅଦିନିଆ ବର୍ଷା ନିଅଁାରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଥାଏ। ଅର୍ଥାତ୍‌ ଏଥିପାଇଁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥାଏ। ତେଣୁ ଏହାକୁ ଏଡ଼େଇବା ଲାଗି ସର୍ବପ୍ରଥମେ ଯଥାସମ୍ଭବ ବର୍ଷାପାଣି ସଂସ୍ପର୍ଶରେ ଆସିବାଠାରୁ ନିଜକୁ ବଞ୍ଚାନ୍ତୁ। ବାହାରକୁ ବାହାରିବା ସମୟରେ ଉଭୟ ବର୍ଷାପାଣି ଏବଂ ଶୀତରୁ ରକ୍ଷା ପାଇବା ଲାଗି ମୁଣ୍ଡ ଏବଂ ଦେହକୁ ଭଲ ଭାବେ ଘୋଡ଼ାଇ ରଖନ୍ତୁ। ଶୀତ ଦିନେ ଅନେକଙ୍କଠାରେ ଜଳୀୟଂଶ କମିଯାଇ ଶରୀର ଅଧିକ ଶୁଷ୍କ ହେବା, ଚର୍ମ ପାଉଁଶିଆ ଦେଖାଯିବା, ଗୋଡ଼, ହାତ, ଓଠ ଆଦି ଫାଟିବା, କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯାଏ। ହେଲେ ଏହି ଦିନେ ବର୍ଷାରେ ଏହି ସମସ୍ୟା ଅଧିକ ବଢ଼ିଯାଏ। ଏହାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳ ଅଧିକ ଶୁଷ୍କ ଥିବାରୁ ଧୂଳିକଣା ଆକାରରେ ଥିବା କାର୍ବନ ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ, ସଲଫର ମ୍ୟାଗ୍ନେସିୟମ୍‌, ଭାଇରସ୍‌, ବ୍ୟାକ୍ଟେରିଆ ଭଳି ବିଷାକ୍ତ ପଦାର୍ଥ ରହିଥାଏ ଯାହାକି ବର୍ଷା ଆକାରରେ ତ୍ୱଚା ସଂସ୍ପର୍ଶରେ ଆସିବା ଦ୍ୱାରା କୁଣ୍ଡାଇ ହେବା, ଫଳିଯିବା, ସ୍କିନ୍‌ ଆଲର୍ଜି, ଫଙ୍ଗାଲ୍‌ ଇନ୍‌ଫେକ୍ସନ ଭଳି ଚର୍ମରୋଗ କରାଇଥାଏ। ତେଣୁ ବର୍ଷା ପାଣି ଏବଂ ଶୀତୁଆର ଥଣ୍ଡା ପବନ ସଂସ୍ପର୍ଶରେ ନ ଆସିବା ଲାଗି ଚେଷ୍ଟା କରନ୍ତୁ। ତା’ଛଡ଼ା ଏଭଳି ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁଁ ବର୍ଷାରେ ଭାରି ପୋଷାକ, ଫୁଲ୍‌ ଜୋତା ସାଙ୍ଗକୁ ଶୀତବସ୍ତ୍ର ବ୍ୟବହାର କରିବା କଷ୍ଟ ହେଉଥିବାରୁ ଥଣ୍ଡା ପବନ ବାଜି ଥଣ୍ଡା, ଜ୍ୱର, କାଶ ଆଦି ସମସ୍ୟା ବଢ଼ିଥାଏ। ଏଣେ ପାଣି ଲାଗି ପୋଷାକ ସହଜରେ ନ ଶୁଖିବା କାରଣରୁ ଚର୍ମ ରୋଗ ବିଶେଷ କରି ଫଙ୍ଗାଲ ଇନ୍‌ଫେକ୍ସନ ଦେଖାଦେଇଥାଏ। ତେଣୁ ଏଭଳି ସମସ୍ୟାରୁ ମୁକ୍ତି ପାଇବା ଲାଗି ଏସବୁ ବ୍ୟବହାର କରିବା ସହିତ ପ୍ରତିଦିନ ରାତିରେ ଉଷୁମ ଶୋରିଷ ତେଲ ପାଦରେ ମସାଜ କରନ୍ତୁ। ଆଙ୍ଗୁଠି ଫାଙ୍କଗୁଡ଼ିକରେ ଭେସଲିନ୍‌ ଲଗାନ୍ତୁ। ଗାଧୋଇବା ବେଳେ ତେଲ କିମ୍ବା ବଡ଼ି ଲୋଶନ ଲଗାନ୍ତୁ।
ଏମିତିରେ ଶୀତଦିନେ ଅଧିକାଂଶ ଯୁବତୀ ଯୁବକଙ୍କ ଲାଗି କେଶ ଶୁଷ୍କ ହେବା, ରୁପି ହେବା ଏକ ବଡ଼ ସମସ୍ୟା ପାଲଟେ। ଆଉ ଏ ସମୟରେ ଅଦିନିଆ ବର୍ଷା ହେବା ଯୋଗୁଁ ମୁଣ୍ଡରେ ପାଣି ପଡ଼ିବା ଦ୍ୱାରା ରୁପି ସହ ବିଭିନ୍ନ ଫଙ୍ଗାଲ ଇନ୍‌ଫେକ୍ସନ ହୋଇ କେଶ ଝଡ଼ିବା ଆଶଙ୍କା ବୃଦ୍ଧି ପାଇଥାଏ। ଯାହାକୁ ଦୂର କରିବା ଲାଗି କେଶ ଓଦା ହେବାକୁ ଦିଅନ୍ତୁ ନାହିଁ ଏବଂ ଯଦି ଓଦା ହୋଇଯାଏ ତେବେ ସଙ୍ଗେ ସଙ୍ଗେ ପୋଛି ଦିଅନ୍ତୁ। ଏହା ବ୍ୟତୀତ କେଶମୂଳେ ନିୟମିତ ସମୟ ଅନ୍ତରାଳରେ ତେଲ ମସାଜ କରନ୍ତୁ। ଭିଟାମିନ୍‌ ବି, ଏ, ସି, ଇ ସହିତ ଜିଙ୍କ, ପୋଟାସିୟମ ଏବଂ ଆଇରନ ଭଳି ମିନେରାଲ୍ସ ଥିବା ଖାଦ୍ୟ ବିଶେଷ କରି କଦଳୀ, ସେଓ, ଅମୃତଭଣ୍ଡା ଆଦି ଫଳ ଖାଆନ୍ତୁ। ବଜାରରେ ମିଳୁଥିବା ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପରିବର୍ତ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ସୁଷମ ଆହାର ଗ୍ରହଣ କରନ୍ତୁ। ବିଶେଷକରି ପ୍ରୋଟିନ୍‌, ଆଇରନ୍‌, ଜିଙ୍କ୍‌, ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ସହିତ ଋତୁଭିିତ୍ତିକ ସବୁଜ ପନିପରିବା, ଫଳ ଓ ଶାଗ ଭଳି ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ଗାଈଘିଅକୁ ସାମିଲ କରନ୍ତୁ। ଯଦି କାଶ ହୁଏ ତେବେ ସକାଳୁ ଖାଲିପେଟରେ ଅଦାରସ, ମହୁ କିମ୍ବା ତୁଳସୀ ରସ, ମହୁ ଖାଆନ୍ତୁ। ଉଷୁମ କ୍ଷୀର ପିଇବା ଦ୍ୱାରା ମଧ୍ୟ ଆପଣ ଉପକୃତ ହେବେ। ରସୁଣ ମଧ୍ୟ ଖାଇବା ଏଦିନେ ବେଶ୍‌ ଉପକାରୀ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। କୁହାଯାଏ ସୁଖ ଓ ଦୁଃଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱପରି ତେଣୁ ଭଗବାନଙ୍କ ସୃଷ୍ଟିରେ ଛଅଟି ଋତୁ ନିଜ ନିଜ ଯୁଗର କର୍ତ୍ତବ୍ୟକୁ ପାଳନ କରିଥାନ୍ତି। ତେଣୁ ବର୍ତ୍ତମାନର କରୋନା ପରିସ୍ଥିତିକୁ ଦେଖି ସବୁ ଦୃଷ୍ଟିରୁ ନିଜ ପାଇଁ ନିଜେ ସ୍ବାସ୍ଥ୍ୟ ସତର୍କ ରହିଲେ ଶୀତ ଦିନଟି ଆପଣଙ୍କ ପାଇଁ ଆନନ୍ଦ ଓ ଖୁସିର ଋତୁ ହେବ।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅର୍ବାନ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri