Posted inଖେଳ

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍‌…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହୋଇଛି। ଦୁବାଇର ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୩ ରନ୍‌ କରିଛି। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୪ ରନ୍‌ ରହିଛି।

ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇ ପ୍ରଥମରୁ ବିପର୍ଯ୍ୟୟର ଶିକାର ହୋଇଥିଲା। ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକାଙ୍କ ନେତୃତ୍ୱରେ ଟିମ୍‌ ଶ୍ରୀଲଙ୍କା ବୋଲିଂରେ ଭାରତୀୟ ଦଳ ପାଇଁ ସମସ୍ୟା ସୃଷ୍ଟି କରିଥିଲେ।

ବିରାଟ କୋହଲି ୪ ଟି ବଲ ଖେଳି କୌଣସି ରନ୍‌ ନକରି ପାଭିଲିୟନ ଫେରି ଯାଇଥିବାବେଳେ କେଏଲ ରାହୁଲ ୭ ବଲ୍‌ ଖେଳି ୬ ରନ୍‌ କରି ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଅଧନାୟକ ରୋହିତ ଶର୍ମା ୪୧ ବଲ୍‌ରେ ୭୨ ରନ୍‌ ଏବଂ ସୂର୍ଯ୍ୟ କୂମାର ଯାଦବ ୨୯ ବଲରେ ୩୪ ରନ୍‌ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ଦେଶ ପାଇଁ ଆସିଲା ଖୁସି ଖବର

ନୂଆଦିଲ୍ଲୀ,୧୬।୫: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ପେଟ୍ରୋଲ, ଡିଜେଲ ଏବଂ CNG ର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହି ସମୟରେ, ଭାରତ ପାଇଁ LPG…

ପାକିସ୍ତାନରେ ଧୁମ୍‌ ମଚାଇଲା‘ଧୁରନ୍ଧର 2’ ନେଟଫ୍ଲିକ୍ସ ସର୍ଭର କ୍ରାସ, #1 ରେ ଟ୍ରେଣ୍ଡ କରୁଛି…

ଇସଲାମାବାଦ,୧୬।୫: ରଣବୀର ସିଂହଙ୍କ ଆକ୍ସନ ଥ୍ରୀଲର୍‌, ଧୁରନ୍ଧର: ଦି ରିଭେଞ୍ଜ, ପାକିସ୍ତାନରେ ଏକ ବିରାଟ ଆଲୋଡନ ସୃଷ୍ଟି କରିଛି। ଏହି ଫିଲ୍ମଟି ୧୫ ମଇ, ୨୦୨୬ରେ OTT…

ସାବିତ୍ରୀ ବ୍ରତ ପାଇଁ ଦେବାଳୟରେ ପ୍ରବଳ ଭିଡ଼

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଦେବାଳୟଗୁଡିକରେ ଶନିବାର ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମହିଳାମାନେ ନୂଆ ଶାଢ଼ି,…

ପିକ୍‌ଅପ୍‌ରେ ଯାଉଥିଲେ ୨୭ ଶ୍ରମିକ, ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଲା, ତା’ ପରେ…

ବାସୁଦେବପୁର,୧୭ା୫(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅରଣ୍ଡୁଆ ପଞ୍ଚାୟତର ବେକମୁଡ଼ି ଛକ ନିକଟରେ ଶନିବାର ଏକ ପିକ୍‌ଅପ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି।…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ପାଇଁ ୫୦ ନିୟୁତ ପୁରସ୍କାର, ଘୋଷଣା କଲା ଏହି ଦେଶ ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୧୬।୫: ଇରାନୀ ଗଣମାଧ୍ୟମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସଦ୍ୟତମ ରିପୋର୍ଟରେ ଦାବି…

ସାବିତ୍ରୀ ପାଇଁ ମନ୍ଦିରରେ ଅସମ୍ଭାଳ ଭିଡ଼, ସ୍ବାମୀଙ୍କ ଦୀର୍ଘାୟୁ କାମନା କରି…

ଗଞ୍ଜାମ,୧୭ା୫(ଅନାଥ ତରାଇ): ଗଞ୍ଜାମ ସହରସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଖଣ୍ଡେଶ୍ୱର ମନ୍ଦିରରେ ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଛି। ଶନିବାର ସକାଳୁ ସକାଳୁ…

ହତ୍ୟା କରି ନଦୀପଠାରେ ଫିଙ୍ଗି ଦେଇଥିଲେ: ୭ ଦିନ ପରେ ବିହାରରୁ ଗିରଫ ହେଲେ ୩ ମୁଖ୍ୟ ଅଭିଯୁକ୍ତ

ରାୟଗଡ଼ା,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ାର ନିଖିଲ ହାଡ଼ପାଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାକାଣ୍ଡକୁ ନେଇ ରାୟଗଡ଼ା ସହର ଅଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri