ସ୍ପିରିଟ୍‌ରେ ତିଆରି ହେଉଥିଲା ମଦ

ଢେଙ୍କାନାଳ ଅଫିସ/ଭୁବନ, ୧୫।୩(ଡି.ଏନ୍‌.ଏ.)କୋଲକାତାରୁ ଆସୁଥିଲା ସ୍ପିରିଟ୍‌। ସେଥିରେ ଏସେନ୍ସ ମିଶାଇ ତିଆରି ହେଉଥିଲା ନକଲି ମଦ। ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଲଗାଇ ଅନାୟାସରେ ଚାଲିଥିଲା ଏହି ନିଷିଦ୍ଧ ନିଶା କାରବାର। ଗ୍ରାମାଞ୍ଚଳରୁ ସହରରେ ପହଞ୍ଚତ୍ବା ପରେ ଚଢ଼ା ଦରରେ ଏହାକୁ ବିକ୍ରି କରାଯାଉଥିଲା। ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗ୍ରାମରୁ ଏଭଳି ଏକ ନକଲି ମଦ ବଟିଲିଂ ପ୍ଲାଣ୍ଟକୁ ଠାବ କରିଛି କଟକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍‌। ଘଟଣାରେ ମାଷ୍ଟର ମାଇଣ୍ଡ୍‌ ବିଷ୍ଣୁ ଚରଣ ବେହେରା ଗିରଫ ହୋଇଥିବାବେଳେ ତାଙ୍କ ଘରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ସ୍ପିରିଟ୍‌ ଏବଂ ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ।
ଅନୁଗୋଳ-ଢେଙ୍କାନାଳ-କଟକ-ଭୁବନେଶ୍ୱରରେ ନକଲି ବିଦେଶୀ ମଦ କାରବାର ର଼୍ୟାକେଟ୍‌ ସକ୍ରିୟ ଥିବା ଜଣାପଡ଼ିବା ପରେ ଅବକାରୀ ବିଭାଗ ସଜାଗ ହୋଇଉଠିଛି। ଗତ ମାସରେ ଅନୁଗୋଳ ରାଣୀଗୁଡ଼ାର ଜୟପ୍ରକାଶ ଗୁପ୍ତାଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିଲା। ଅଭିଯୁକ୍ତ ଜୟପ୍ରକାଶ କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରି ହେପାଜତ୍‌କୁ ନେଇଥିଲା। ସେହିପରି ଅରୁଣାଚଳପ୍ରଦେଶରେ ବିକ୍ରି ପାଇଁ ଉଦ୍ଦିଷ୍ଟ ୭୫ ଲକ୍ଷ ଟଙ୍କାର ବିଦେଶୀ ମଦ କଣ୍ଟେନରରେ ଅନୁଗୋଳ ଚାଲାଣ ବେଳେ ଢେଙ୍କାନାଳ ଜିଲା ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା। ଏହି ଘଟଣାରେ ୫ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଜେରା ବେଳେ ନକଲି ମଦ କାରବାର ସମ୍ପର୍କରେ ବହୁ ତଥ୍ୟ ପଦାକୁ ଆସିଛି। କୋଲକାତାରୁ ଡ୍ରମ୍‌ରେ ସ୍ପିରିଟ୍‌ ଆଣି କହ୍ଲେଇପାଳରେ ନକଲି ମଦ ବଟଲିଂ ପ୍ଲାଣ୍ଟ ଚାଲିଥିବା ଗୋଇନ୍ଦା ସୂଚନା ମିଳିବା ପରେ କଟକ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍‌ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୬୦ ଲିଟର ନକଲି ବିଦେଶୀ ମଦ, ୩୬୦ ଲିଟର ସ୍ପିରିଟ୍‌, ୨୮୫୦ ନକଲି ହଲୋଗ୍ରାମ, ୨୪୦୦ ଠିପି, ୧୦୦୦ ଖାଲି ବୋତଲ, ୧ ଲିଟର କାରାମେଲ, ୧ ଲିଟର ଏସେନ୍ସ ଫ୍ଲେବର, ଗୋଟିଏ ମିନିଟ୍ରକ୍‌ ଏବଂ ଗୋଟିଏ ଡିପ୍‌ ଫ୍ରିଜ୍‌ ଜବତ ହୋଇଛି। କଟକ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଜେରା ପରେ ଏଭଳି ନକଲି ମଦ କାରବାରର ଚେର କୁଆଡ଼େ ଲମ୍ବିଛି ତାହା ଜଣାପଡ଼ିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri