ସ୍ପିରିଟ୍‌ରେ ତିଆରି ହେଉଥିଲା ମଦ

ଢେଙ୍କାନାଳ ଅଫିସ/ଭୁବନ, ୧୫।୩(ଡି.ଏନ୍‌.ଏ.)କୋଲକାତାରୁ ଆସୁଥିଲା ସ୍ପିରିଟ୍‌। ସେଥିରେ ଏସେନ୍ସ ମିଶାଇ ତିଆରି ହେଉଥିଲା ନକଲି ମଦ। ନାମୀଦାମୀ କମ୍ପାନୀର ଠିପି, ଷ୍ଟିକର ଲଗାଇ ଅନାୟାସରେ ଚାଲିଥିଲା ଏହି ନିଷିଦ୍ଧ ନିଶା କାରବାର। ଗ୍ରାମାଞ୍ଚଳରୁ ସହରରେ ପହଞ୍ଚତ୍ବା ପରେ ଚଢ଼ା ଦରରେ ଏହାକୁ ବିକ୍ରି କରାଯାଉଥିଲା। ଢେଙ୍କାନାଳ ଜିଲା ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗ୍ରାମରୁ ଏଭଳି ଏକ ନକଲି ମଦ ବଟିଲିଂ ପ୍ଲାଣ୍ଟକୁ ଠାବ କରିଛି କଟକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ୍‌। ଘଟଣାରେ ମାଷ୍ଟର ମାଇଣ୍ଡ୍‌ ବିଷ୍ଣୁ ଚରଣ ବେହେରା ଗିରଫ ହୋଇଥିବାବେଳେ ତାଙ୍କ ଘରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ସ୍ପିରିଟ୍‌ ଏବଂ ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ସରଞ୍ଜାମ।
ଅନୁଗୋଳ-ଢେଙ୍କାନାଳ-କଟକ-ଭୁବନେଶ୍ୱରରେ ନକଲି ବିଦେଶୀ ମଦ କାରବାର ର଼୍ୟାକେଟ୍‌ ସକ୍ରିୟ ଥିବା ଜଣାପଡ଼ିବା ପରେ ଅବକାରୀ ବିଭାଗ ସଜାଗ ହୋଇଉଠିଛି। ଗତ ମାସରେ ଅନୁଗୋଳ ରାଣୀଗୁଡ଼ାର ଜୟପ୍ରକାଶ ଗୁପ୍ତାଙ୍କ ଘରୁ ବିପୁଳ ପରିମାଣର ବିଦେଶୀ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଥିଲା। ଅଭିଯୁକ୍ତ ଜୟପ୍ରକାଶ କୋର୍ଟରେ ଆତ୍ମସମର୍ପଣ କରିବାକୁ ଯାଉଥିବାବେଳେ ପୋଲିସ ତାଙ୍କୁ ଗିରଫ କରି ହେପାଜତ୍‌କୁ ନେଇଥିଲା। ସେହିପରି ଅରୁଣାଚଳପ୍ରଦେଶରେ ବିକ୍ରି ପାଇଁ ଉଦ୍ଦିଷ୍ଟ ୭୫ ଲକ୍ଷ ଟଙ୍କାର ବିଦେଶୀ ମଦ କଣ୍ଟେନରରେ ଅନୁଗୋଳ ଚାଲାଣ ବେଳେ ଢେଙ୍କାନାଳ ଜିଲା ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା। ଏହି ଘଟଣାରେ ୫ଜଣ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କୁ ଜେରା ବେଳେ ନକଲି ମଦ କାରବାର ସମ୍ପର୍କରେ ବହୁ ତଥ୍ୟ ପଦାକୁ ଆସିଛି। କୋଲକାତାରୁ ଡ୍ରମ୍‌ରେ ସ୍ପିରିଟ୍‌ ଆଣି କହ୍ଲେଇପାଳରେ ନକଲି ମଦ ବଟଲିଂ ପ୍ଲାଣ୍ଟ ଚାଲିଥିବା ଗୋଇନ୍ଦା ସୂଚନା ମିଳିବା ପରେ କଟକ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାଡ୍‌ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୬୦ ଲିଟର ନକଲି ବିଦେଶୀ ମଦ, ୩୬୦ ଲିଟର ସ୍ପିରିଟ୍‌, ୨୮୫୦ ନକଲି ହଲୋଗ୍ରାମ, ୨୪୦୦ ଠିପି, ୧୦୦୦ ଖାଲି ବୋତଲ, ୧ ଲିଟର କାରାମେଲ, ୧ ଲିଟର ଏସେନ୍ସ ଫ୍ଲେବର, ଗୋଟିଏ ମିନିଟ୍ରକ୍‌ ଏବଂ ଗୋଟିଏ ଡିପ୍‌ ଫ୍ରିଜ୍‌ ଜବତ ହୋଇଛି। କଟକ ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା। ଗିରଫ ଅଭିଯୁକ୍ତଙ୍କୁ ଜେରା ପରେ ଏଭଳି ନକଲି ମଦ କାରବାରର ଚେର କୁଆଡ଼େ ଲମ୍ବିଛି ତାହା ଜଣାପଡ଼ିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri