ଦିନକ ପଚିଶ ଘଣ୍ଟା ହେବ କି

ସମୟ ଅବିରତ ତା’ ବାଟରେ ଚାଲିଥାଏ ଓ ତା’ ସହିତ ଆମେ ତାଳଦେଇ ଚାଲୁ। ସମୟ କେବେ ପଛକୁ ଫେରି ନ ଥାଏ I ତେଣୁ ବିଜ୍ଞାନ, ତଥ୍ୟ ଓ ଘଟଣାକ୍ରମ ସହିତ ସମୟର ଉପସ୍ଥିତି ଜରୁରୀ ଅର୍ଥାତ୍‌ ସମୟ ବିନା କୌଣସି ଘଟଣାକୁ ବର୍ଣ୍ଣନା କରିବା ଅସମ୍ଭବ। ଏଇଥିପାଇଁ ବୋଧେ ମଣିଷ ସମୟ ମାପିବାକୁ ଆରମ୍ଭ କରିଥିଲା। ବୈଦିକ ଯୁଗରେ ସମୟ କିପରି ମପାଯାଉଥିଲା ତା’ର ବର୍ଣ୍ଣନା ଶ୍ରୀମଦ୍‌ ଭାଗବତ ପୁରାଣରେ ଉଲ୍ଲେଖ ଅଛି। ଏହି ପୁରାଣ ଅନୁଯାୟୀ ପରମାଣୁ କାଳ ସମୟ ମାପିବାର ସବୁଠୁ ଛୋଟ ଏକକ ଥିଲା। ପରମାଣୁ କାଳ କହିଲେ ପଦାର୍ଥର ସବୁଠୁ ଛୋଟ କଣିକା ପରମାଣୁକୁ ଅତିକ୍ରମ କରିବା ପାଇଁ ସୂର୍ଯ୍ୟଙ୍କୁ ଯେତିକି ସମୟ ଲାଗେ। ଏହି ପରି ପନ୍ଦର ହଜାର ତିନିଶହ ପରମାଣୁ କାଳ ମିଶି ଏକ ନିମିଷ ହୋଇଥାଏ; ଯାହା ଆମ ଆଖିପିଛୁଳାଇବା ସଙ୍ଗେ ସମାନ। ସେହିପରି ୫୧୦୦ ପରମାଣୁ କାଳ ମିଶି ଏକ ଲାଭା ବା ୧୦୮୦ ସେକେଣ୍ଡ ସହିତ ସମାନ। ସେହିପରି ପୁରାଣ ବର୍ଣ୍ଣିତ ସତ୍ୟ, ତ୍ରେତୟା ଦ୍ୱାପର ଓ କଳିଯୁଗ ଏକ ସମୟର ଅବଧି ବା କାଳଖଣ୍ଡ ବ୍ୟତୀତ ଆଉ କିଛି ନୁହେଁ। ତେଣୁ କାଳ ବା ସମୟ ମାପିବା ହିନ୍ଦୁ ଧର୍ମ ଗ୍ରନ୍ଥରେ ପ୍ରାଚୀନ ସମୟରୁ ଅଛି।
ଖ୍ରୀଷ୍ଟପୂର୍ବ ୨୪୦୦ରେ ପ୍ରାଚୀନ ବେବିଲୋନୀୟାନ ସଭ୍ୟତାରେ ବର୍ଷକୁ ବାରମାସ ଓ ଦିନକୁ ଚବିଶ ଘଣ୍ଟାରେ ବିଭକ୍ତ କରାଯାଇଥିଲା। ସେହିପରି ମିଶର ଦେଶରେ ଖ୍ରୀଷ୍ଟପୂର୍ବ ୪୦୦୦ ବେଳକୁ ସନ ଡାଏଲ ବ୍ୟବହାର କରୁଥିବାର ପ୍ରମାଣ ମିଳିଛି। ତେବେ ସମୟକୁ ଠିକ୍‌ ଭାବେ ମାପିବା ପାଇଁ ମଣିଷ ଏବେ ମଧ୍ୟ ପ୍ରୟାସ ଜାରିରଖିଛି। ସମୟକୁ ଠିକ୍‌ ଭାବେ ମାପିବା ପାଇଁ ବ୍ରିଟେନ୍‌ର ଜାତୀୟ ଭୌତିକ ପ୍ରୟୋଗଶାଳାରେ ସିଜିୟମ ପରମାଣୁଗୁଡ଼ିକ ପାଣିର ଫାଉଣ୍ଟେନ ପରି ମାଧ୍ୟାକର୍ଷଣ ବଳ ପ୍ରଭାବରେ ତଳକୁ ପଡିବା ବେଳେ ଲେଜର ରଶ୍ମି ଦ୍ୱାରା ଗତିକୁ ଧିମା କରି ସମୟକୁ ମାପିବାରେ ହେଉଥିବା ବିଳମ୍ବକୁ କମେଇ ଠିକ୍‌ ଭାବରେ ମପା ଯାଉଛି। ଏହି ସିଜିୟମ ଫାଉଣ୍ଟେନ ଘଣ୍ଟାକୁ ବିଶ୍ୱର ସବୁଠୁ ଠିକ୍‌ ଘଣ୍ଟା ଭାବେ ଏବେ ବିବେଚନା କରାଯାଉଛି ଓ ଏହାକୁ ବ୍ୟବହାର କରି ବିଶ୍ୱ ଟାଇମ ସ୍କେଲ ନିର୍ଣ୍ଣୟ ହେଉଛି। ମାତ୍ର ବିଜ୍ଞାନର ସଦ୍ୟ ତଥ୍ୟ ଅନୁସାରେ ପ୍ରତ୍ୟେକ ଜିନିଷର ଏକ ବିପରୀତ ଥାଏ ଯେମିତି ନିଆଁର ପାଣି, କଳା ରଙ୍ଗର ଧଳା ଇତ୍ୟାଦି। ସେମିତି ସବୁ ମୌଳିକ ପଦାର୍ଥର ଏକ ବିପରୀତ ଅଛି, ଯାହାକୁ ମ୍ୟାଟର ଓ ଆଣ୍ଟି ମ୍ୟାଟର କୁହାଯାଏ। ସେମିତି ସମୟ ମାପିବା ପାଇଁ ବ୍ୟବହୃତ ସିଜିୟମର ବିପରୀତ ଆଣ୍ଟି ସିଜିୟମକୁ ନେଇ ସେହି ଏକା ଉପାୟରେ ଫାଉଣ୍ଟେନ ଘଣ୍ଟା ବ୍ୟବହାର କରି ସମୟ ମାପିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ଏହି ପରୀକ୍ଷା ସୁଇଜରଲାଣ୍ଡର ସର୍ନ (CERN) ଭୂତଳ ପ୍ରୟୋଗଶାଳାରେ କରାଯାଇ ସମୟ ମାପିବା ପରେ ଆଗରୁ ବ୍ରିଟେନ୍‌ରେ ମପାଯାଇଥିବା ସମୟ ସହିତ ଏହା ଟିକେ ଫରକ ଦେଖାଇଛି। ତେଣୁ ମ୍ୟାଟର୍‌ ଓ ଆଣ୍ଟି ମ୍ୟାଟର୍‌ ଦ୍ୱାରା ଫାଉଣ୍ଟେନ ଘଣ୍ଟାରେ ସେକେଣ୍ଡର ମପାଯାଇଥିବା ପୃଥକ କାଳ ଖଣ୍ଡରୁ ହାରାହାରି କରି ଏକ ନୂଆ କାଳ ଖଣ୍ଡରେ ପହଞ୍ଚିଛନ୍ତି। ଅର୍ଥାତ୍‌ ଏପର୍ଯ୍ୟନ୍ତ ଆମେ ଏକ ସେକେଣ୍ଡକୁ ଯେତିକି ସମୟ ଭାବୁଥିଲୁ ତାହା ଠିକ୍‌ ନୁହେଁ ଏବଂ ଏହା ଏବେ ଅଲଗା ବୋଲି ଜଣାପଡିଛି।
ବୈଜ୍ଞାନିକମାନେ ସମୟକୁ ଏତେ ଠିକ୍‌ ଭାବେ ମାପିବା ଦ୍ୱାରା ଏହା ସମଗ୍ର ବିଶ୍ୱରେ ଏକ ସମୟର ବିପର୍ଯ୍ୟୟ ସୃଷ୍ଟି କରି ଆମ ସମସ୍ତଙ୍କୁ ପ୍ରଭାବିତ କରିପାରେ। କିନ୍ତୁ ଏହା ସତ ଯେ ସମୟକୁ ଠିକ୍‌ ଭାବେ ମାପିବା ସବୁବେଳେ ମଣିଷ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ହୋଇଆସିଛି। ବିଶ୍ୱର ପ୍ରଥମ ଘଣ୍ଟା ନିର୍ମାଣ ପୂର୍ବରୁ ମଣିଷ ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲିବାର ଭୌଗୋଳିକ ସ୍ଥାନକୁ ଲକ୍ଷ୍ୟ କରି ସମୟ ନିରୂପଣ କରୁଥିଲା। ପ୍ରଥମେ ଘଣ୍ଟାରେ ପେଣ୍ଡୁଲମ୍‌ ବ୍ୟବହାର ହୋଇଥିଲା, ଯାହା ଏହାର ଅନ୍ତର୍ନିହିତ ମନ୍ଥରତା ଯୋଗୁ ଏତେ ନିର୍ଭରଶୀଳ ନ ଥିଲା। ୧୯୩୨ ମସିହାରେ କ୍ୱାର୍‌ଜ ବା ସ୍ପଟିକ ଘଣ୍ଟା ଉଦ୍ଭାବନ ହେଲା, ଯାହା ଅଧିକ ଠିକ୍‌ ସମୟ ଦେଉଥିଲେ ମଧ୍ୟ ଏହା ପାରିପାର୍ଶ୍ୱିକ ପରିବେଶ ଦ୍ୱାରା ପ୍ରଭାବିତ ହେଉଥିଲା। ତେଣୁ ଏଗୁଡିକ ମଧ୍ୟ ଠିକ୍‌ ସମୟ ଦେବାରେ ଅସଫଳ ହେଲେ। କିନ୍ତୁ ୧୯୬୭ରେ ପ୍ରଥମ ପରମାଣୁ ଘଣ୍ଟା ଉଦ୍ଭାବନ ହେବା ପରେ ସମୟକୁ ଅତି ଠିକ୍‌ ଭାବେ ମାପିବାରେ ମଣିଷ ସଫଳ ହେଲା। ଏବେ ବ୍ୟହୃତ ସିଜିୟମ ପରମାଣୁ ଘଣ୍ଟା ଏକ କମ୍ପନ ଯନ୍ତ୍ର ଦ୍ୱାରା କାର୍ଯ୍ୟକରେ ଯେଉଁଠି ସିଜିୟମ ପରମାଣୁକୁ ଉପଯୁକ୍ତ ତରଙ୍ଗର ଶକ୍ତି ପ୍ରଦାନ କରି ଉଚ୍ଚ ଶକ୍ତି ଅବସ୍ଥାକୁ ନିଆଯାଇଥାଏ। ଏହି ପରମାଣୁ ଘଣ୍ଟା ଏତେ ଠିକ୍‌ ଯେ ଏକ ସେକେଣ୍ଡ ସମୟ ଭୁଲ୍‌ ଗଣନା କରିବା ପାଇଁ ୧ କୋଟିରୁ ଅଧିକ ବର୍ଷ ନେଇଥାଏ। କିନ୍ତୁ ଏବେ ସୁଇଜ଼ରଲାଣ୍ଡର ସର୍ନ ପ୍ରୟୋଗଶାଳାରେ ବିପରୀତ ବା ଆଣ୍ଟି ସିଜିୟମକୁ ନେଇ ସମୟ ମାପବା ବେଳେ ଏକ ସେକେଣ୍ଡର ଅବଧି ଯାହା ଏବେ ଆମେ ସାରା ବିଶ୍ୱରେ ବ୍ୟବହାର କରୁଛୁ ତା’ଠୁ ଭିନ୍ନ ବୋଲି ଜଣା ପଡିଲା। ଗୋଟିଏ ସିଜିୟମ ପରମାଣୁକୁ ଉତ୍ତେଜିତ କରିବା ପାଇଁ ୮୪୯୯୬୮୨୭୯୦ଟି କମ୍ପନ ଦରକାର କରୁଥିବା ବେଳେ ଏହାର ଆଣ୍ଟି ମ୍ୟାଟର ସିଜିୟମ ପାଇଁ ଏହାଠୁ କମ୍‌ ସଂଖ୍ୟାରେ କମ୍ପନ ଆବଶ୍ୟକ ହେଲା। ହାରାହାରି ଭାବରେ ଦୁଇଟି ପ୍ରକ୍ରିୟାର ସେକେଣ୍ଡର ଅବଧିକୁ ନେଇ ବୈଜ୍ଞାନିକମାନେ ପାଇଲେ ଯେ ସେକେଣ୍ଡର ଅବଧି ୮୮୪୬୧୫୭୨୮୦ କମ୍ପନ, ଯାହା ବର୍ତ୍ତମାନ ବ୍ୟବହୃତ ସେକେଣ୍ଡର କମ୍ପନ ସଂଖ୍ୟାର ପ୍ରାୟ ୯୯୬%। ତେଣୁ ଦୁଇଟିଯାକ ଉପାୟରେ ମପାଯାଇଥିବା ସେକେଣ୍ଡକୁ ହାରାହାରି କରି ଏକ ନୂତନ ସେକେଣ୍ଡରେ ଗଣନା କରାଯାଇଅଛି।
ଏହାର ସହଜ ଅର୍ଥ ହେଲା ଗୋଟିଏ ଦିନ ୨୪ ଘଣ୍ଟା ବଦଳରେ ଠିକ୍‌ ସମୟ ମାପନ ଅନୁସାରେ ୨୪ ଘଣ୍ଟା ୫୬ ମିନିଟ ୨୪ ସେକେଣ୍ଡ ବା ପ୍ରାୟ ୨୫ ଘଣ୍ଟା ହୋଇଯିବ। ବେଳେବେଳେ ଦିନକର ୨୪ ଘଣ୍ଟା ଆମ ପାଇଁ କମ୍‌ ପଡ଼େ ଓ ବଳକା କାର୍ଯ୍ୟକୁ ଆମେ ଆସନ୍ତାକାଲି ପାଇଁ ଛାଡିଦେଉ। ଯଦି କେବେ ଆପଣଙ୍କ ମନ ହୁଏ ଦିନଟା ୨୫ ଘଣ୍ଟା ହୋଇଯାନ୍ତା କି ବୋଲି ଭାବିଛନ୍ତି ତାହାଲେ ଏଇଟା ବୋଧେ ବିଜ୍ଞାନ ଅନୁସାରେ ଉପଯୁକ୍ତ ସମୟ।
ପ୍ରାୟ ଦେଢକୋଟି ବର୍ଷ ପୂର୍ବେ ପୃଥିବୀ ଓ ଚନ୍ଦ୍ର ଭିତରେ ଏତେ ଦୂରତା ନ ଥିଲା ଯାହା ଏବେ ଅଛି। ପୃଥିବୀ ଚନ୍ଦ୍ର ଭିତରେ ଥିବା ଦୂରତା ଧୀରେ ଧୀରେ ବଢ଼ିବାରେ ଲାଗିଛି ଓ ଦେଢକୋଟି ବର୍ଷ ପୂର୍ବେ ପୃଥିବୀରେ ଗୋଟିଏ ଦିନ ୧୮ ଘଣ୍ଟା ୪୧ ମିନିଟ ଥିବା ବେଳେ ଏବେ ଏହା ବଢି ବଢି ୨୪ ଘଣ୍ଟାରେ ପହଁଚିଛି। ପୃଥିବୀରେ ଦିନର ଅବଧି ସମ୍ପୂର୍ଣ୍ଣ ଭାବରେ ଅନେକ ଭୂମଣ୍ଡଳୀୟ ବସ୍ତୁ ଦ୍ୱାରା ପ୍ରଭାବିତ ହୋଇଥାଏ ଯେଉଁମାନେ ଏହା ଉପରେ ମାଧ୍ୟାକର୍ଷଣ ବଳରେ ପ୍ରଭାବିତ କରିଥାନ୍ତି। ଯେହେତୁ ସୌର ମଣ୍ଡଳରେ ଏପରି ଅନେକ ଭୂମଣ୍ଡଳୀୟ ବସ୍ତୁ ଅଛନ୍ତି ତେଣୁ ପୃଥିବୀର ଦିନ ଅବଧି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ସର୍ନର ବୈଜ୍ଞାନିକଙ୍କ ପ୍ରସ୍ତାବକୁ ଯଦି ଗ୍ରହଣ କରି ନିଆଯାଏ ନିକଟ ଭବିଷ୍ୟତରେ ଆମ ଦିନ ବଦଳିଯାଇ ପଚିଶ ଘଣ୍ଟା ହୋଇଯିବ।

  • ଡ. ନରେନ୍ଦ୍ର ସେଠୀ
    ମୋ:୭୦୦୪୦୬୮୧୧୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?