ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ ମୁଖ୍ୟଙ୍କ ୧୧ତମ ସମ୍ମିଳନୀର ମହତ୍ତ୍ୱପୂର୍ଣ୍ଣ ଚିନ୍ତାଧାରା ପ୍ରକାଶ ପାଇଥିଲା। ୨୦୪୭କୁ ଲକ୍ଷ୍ୟ କରି କୂଟନୀତିର ପୁନଃକଳ୍ପନା କରନ୍ତୁ ବୋଲି ଆହ୍ବାନ ଦିଆଯାଇଛି। ଏହା ବାସ୍ତବରେ ଏକ ମହତ୍ତ୍ୱାକାଂକ୍ଷୀ ଗତିଶୀଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚାଇନାର ଦୃଢ଼ତା, ପଶ୍ଚିମ ଏସିଆର ଅସ୍ଥିରତା, ଦେଶଗୁଡ଼ିକର ମେଣ୍ଟରେ ପରିବର୍ତ୍ତନ ଏବଂ ଏକ ପ୍ରଯୁକ୍ତି ଆଧାରିତ ବୈଶ୍ୱିକ ଦୌଡ଼ ଭଳି ମୁହୂର୍ତ୍ତକୁ ଉପସ୍ଥାପନ କରାଯାଇଥିଲା। ଏଥିମଧ୍ୟରୁ କୌଣସିଟି ନୂଆ ନୁହେଁ। ଭାରତର ବୈଦେଶିକ ନୀତି ଅନେକ ବର୍ଷ ଧରି ଏ ଦିଗରେ ଗତି କରୁଛି। ଏବେ ଅର୍ଥନୈତିକ କୂଟନୀତି ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଦୂତାବାସଗୁଡ଼ିକ ନିବେଶ ଆଣିବା, ପ୍ରଯୁକ୍ତିବିଦ୍ୟା ସହଭାଗିତା ସୁରକ୍ଷିତ କରିବା ଏବଂ ଭାରତର ଅଭିବୃଦ୍ଧି ଗାଥା ପ୍ରଚାରପ୍ରସାର କରୁଥିବା ମନେହେଉଛି। ରଣନୈତିକ ସହଭାଗିତା, ବିଶ୍ୱସ୍ତରୀୟ ସମ୍ପର୍କ ଏବଂ ‘3Ts’( ଟାରିଫ୍‌, ଟ୍ୟାକ୍ସ ଓ ଟ୍ରାନ୍ସଫର) ମାନକ ହୋଇଯାଇଛି। ଏଠାରେ ଜୟଶଙ୍କରଙ୍କ ପ୍ରଭାବ ସ୍ପଷ୍ଟ ହୋଇଛି। କୂଟନୀତିଜ୍ଞରୁ ମନ୍ତ୍ରୀ ପାଲଟିଥିବା ଜୟଶଙ୍କର ଭାରତୀୟ ବୈଦେଶିକ ନୀତିକୁ ଘୋଷଣାରେ ସୀମିତ ନ ରଖି ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱରେ ଅନେକ ଗୋଷ୍ଠୀଙ୍କୁ ଜଡ଼ିତ କରିବା, ସତର୍କତାର ସହ ପସନ୍ଦ କରିବା ଏବଂ ଭାରତର ସ୍ବାର୍ଥକୁ ମୁଖ୍ୟ ଭାବି ଗୁରୁତ୍ୱ ଦେବା ଏବେ ସିଦ୍ଧାନ୍ତ ହୋଇଯାଇଛି, ଯାହା ଏକ ବିଭାଜିତ ବିଶ୍ୱକୁ ସଜାଡ଼ିବା ସହ ବ୍ୟବସ୍ଥା ଆଗକୁ କେମିତି ବଢ଼ିବ ତାହା ଉପରେ ଗୁରୁତ୍ୱ ଦିଏ। ଏହି ସମ୍ମିଳନୀ ବ୍ୟବସ୍ଥାଗତ ବାଧା ଦୂର କରିବାର ଏକ ପ୍ରୟାସର ସଙ୍କେତ ଦିଏ।
ନିଲମ୍ବନ ଏକ ସଙ୍କେତ
କେରଳର ବାବୁସାମ୍ରାଜ୍ୟରେ ପୂର୍ବରୁ ଏକ ବର୍ଷରୁ ଅଧିକ ସମୟ ପାଇଁ ନିଲମ୍ବିତ ହୋଇଥିବା ଏନ୍‌. ପ୍ରଶାନ୍ତ ଏବେ ସରକାରଙ୍କୁ ସମାଲୋଚନା ଏବଂ ସହଯୋଗୀ ଅଧିକାରୀ ବି. ଅଶୋକଙ୍କୁ ସମର୍ଥନ କରିବା ପାଇଁ ନୂତନ ଭାବେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ଆଚରଣ ନିୟମ ଉଲ୍ଲଂଘନ, ସଂଯମର ଅଭାବ, ସୀମା ବାହାରେ କହିବା ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। କିନ୍ତୁ ସୂତ୍ର ଅନୁଯାୟୀ, ପ୍ରକୃତ ପ୍ରସଙ୍ଗ ଆଢୁଆଳରେ ରହିଛି। ଏକଦା ପ୍ରଶାନ୍ତଙ୍କୁୁ ‘କଲେକ୍ଟର ବ୍ରଦର’ ନାମ ଦିଆଯାଇଥିଲା। ସେ ଏକ ଅଧିକ ସ୍ପଷ୍ଟ, ଲୋକାଭିମୁଖୀ ପ୍ରଶାସନର ପ୍ରତିନିଧିତ୍ୱ କରନ୍ତି। ତଥାପି ସେ ଯେଉଁ ବ୍ୟବସ୍ଥାରେ କାର୍ଯ୍ୟ କରନ୍ତି, ତାହା ଏବେ ବି ଏକ ପୁରୁଣା ନିୟମରେ ଚାଲିଛି- ନିରପେକ୍ଷ ରୁହନ୍ତୁ, ନୀରବ ରୁହନ୍ତୁ, ଫାଇଲ ଭିତରେ ସୀମିତ ରୁହନ୍ତୁ। ଏଥିରେ ଅସଙ୍ଗତି ଯୋଗୁ ମୁହାଁମୁହିଁ ସ୍ଥିତି ଉପୁଜୁଛି। ଏଠାରେ ପ୍ରଶାନ୍ତଙ୍କ ନିଲମ୍ବନ ତଦନ୍ତକୁ ସକ୍ଷମ କରିବା ପାଇଁ ଉଦ୍ଦିଷ୍ଟ। ଏହା କେବଳ ସମ୍ପୃକ୍ତ ଅଧିକାରୀଙ୍କୁ ନୁହେଁ ବରଂ ସତର୍କତାର ସହିତ କୁହନ୍ତୁ ବୋଲି ସମଗ୍ର ସେବାକୁ ଏକ ସଙ୍କେତ ଦିଏ। କେରଳ ଘଟଣା ନିଆରା ନୁହେଁ। ସମଗ୍ର ଭାରତରେ ପ୍ରଶାସନ ଅଧିକ ସାର୍ବଜନୀନ, ଅଧିକ ଯାଞ୍ଚକୈନ୍ଦ୍ରିକ ଏବଂ ଅଧିକ ରାଜନୈତିକ ହେବା ଯୋଗୁ ଅମଲାତାନ୍ତ୍ରିକ ଅଭିବ୍ୟକ୍ତି ପାଇଁ ସ୍ଥାନ ସଂକୁଚିତ ହେଉଛି। କେବଳ ନିୟମ ପୁସ୍ତକ ମାଧ୍ୟମରେ ସେହି ବିରୋଧାଭାସକୁ ପରିଚାଳନା କରାଯାଇପାରିବ ନାହିଁ। କାରଣ ନୀରବତା ପ୍ରଶାସନିକ ଦୃଷ୍ଟିରୁ ସୁବିଧାଜନକ ହେଲେ ମଧ୍ୟ ଏହାର କିଛି ମୂଲ୍ୟ ଦେବାକୁ ପଡ଼ିଥାଏ।
ଚଣ୍ଡିଗଡ଼ରେ ବାବୁ ଅସନ୍ତୁଳନ
ଭାରତର ବାବୁସାମ୍ରାଜ୍ୟରେ ଅଧିକ କିମ୍ବା କମ୍‌ ଅଧିକାରୀ ରହିପାରୁଥିବାର ପ୍ରମାଣ ଯଦି ଦେଖିବାକୁ ଚାହଁୁଛନ୍ତି, ତେବେ ଚଣ୍ଡିଗଡ଼କୁ ଲକ୍ଷ୍ୟ କରନ୍ତୁ। ସେଠାରେ ନିଯୁକ୍ତି ଔପଚାରିକ ହେଲେ ବି ପରିଣାମ ଅତ୍ୟନ୍ତ ଗମ୍ଭୀର। ବାବୁ ପରିସରରେ ବରିଷ୍ଠ ପଦବୀଗୁଡ଼ିକ ସଙ୍କୁଚିତ ହେବାରେ ଲାଗିଛି। ହେଲେ ପ୍ରକୃତରେ ଚଣ୍ଡିଗଡ଼ରେ ଅନୁମୋଦିତ ପଦବୀ ବାସ୍ତବରେ ଯଥେଷ୍ଟ କମ୍‌ ଥିଲାବେଳେ ତାହା ତୁଳନାରେ ଅଧିକ ସଚିବ ଅଛନ୍ତି , ଅର୍ଥାତ ଏହି ସଂଖ୍ୟା ଏବେ ୧୨ । ସେଠାରେ ନିଯୁକ୍ତ ପ୍ରତ୍ୟେକ ଆଇଏଏସ୍‌ ଅଧିକାରୀ ସଚିବ ସ୍ତରରେ କାର୍ଯ୍ୟ କରୁଛନ୍ତି। ମଧ୍ୟମ ଏବଂ ତଳ ପଦବୀଗୁଡ଼ିକ ଖାଲି ହୋଇଗଲାଣି। ନିର୍ଦ୍ଦେଶକ ସ୍ତରୀୟ ଦାୟିତ୍ୱ ଅସ୍ଥାୟୀ ବ୍ୟବସ୍ଥାରେ ପରିଚାଳିତ ହୁଏ, ପ୍ରାୟତଃ ଅଧିକାରୀମାନେ ବିଭିନ୍ନ ବିଭାଗ ମଧ୍ୟରେ ବିଭିନ୍ନ ଦାୟିତ୍ୱ ତୁଲାଇଥାନ୍ତି। ତଳସ୍ତରରେ ନୀତିକୁ କାର୍ଯ୍ୟରେ ପରିଣତ କରୁଥିବା କିରାଣି, କ୍ଷେତ୍ର କର୍ମଚାରୀ, ପୌର କର୍ମଚାରୀଙ୍କର ଅଭାବ ରହିଛି। ତେଣୁ କାଗଜପତ୍ରରେ ଶାସନ ଶକ୍ତି ଅତ୍ୟନ୍ତ ଦୃଢ଼ ଦେଖାଯାଉଥିଲେ ମଧ୍ୟ ଏହା କ୍ଷେତ୍ରସ୍ତରରେ ଦୁର୍ବଳ। ଏହା କେବଳ ଏକ କର୍ମଚାରୀ ସମସ୍ୟା ନୁହେଁ; ବରଂ ଢାଞ୍ଚାଗତ ଅସଙ୍ଗତି। ଯେତେବେଳେ ସମସ୍ତେ ‘ବରିଷ୍ଠ’ ହୁଅନ୍ତି, ସେତେବେଳେ କେହି କାର୍ଯ୍ୟାନ୍ବୟନ ପାଇଁ ଉତ୍ତରଦାୟୀ ରହନ୍ତି ନାହିଁ। ବହୁସ୍ତରରେ ନିଷ୍ପତ୍ତି ଗ୍ରହଣ ହେଲେ ବି ତାହାର କାର୍ଯ୍ୟକାରିତାରେ ଦୁର୍ବଳତା ଦେଖାଯାଏ। ଫାଇଲଗୁଡ଼ିକ ଆଗକୁ ବଢ଼ି ଚାଲିଲେ ମଧ୍ୟ କାମ ଅଟକିଯାଏ। ଭାରତ ଦୀର୍ଘ ଦିନ ଧରି ସାମଗ୍ରିକ ଭାବରେ ଆଇଏଏସ୍‌ ଅଭାବର ସ୍ଥିତିକୁ ସାମ୍ନା କରିଆସୁଛି, ଯଦିଓ ନିଯୁକ୍ତି ଏବେ ବି ଅସନ୍ତୁଳିତ ହୋଇ ରହିଛି। ଚଣ୍ଡିଗଡ଼ରେ ମାନବ ସମ୍ବଳର ଭୁଲ୍‌ ବଣ୍ଟନ ସ୍ଥିତି ଅସୁରକ୍ଷା, ଅଦକ୍ଷତା ଏବଂ ଆଇନଗତ ବିବାଦର ଏକ ସମାନ୍ତରାଳ ସମସ୍ୟା ସୃଷ୍ଟି କରେ। ଯେପର୍ଯ୍ୟନ୍ତ ସନ୍ତୁଳନ ନ ଆସିଛି ସେପର୍ଯ୍ୟନ୍ତ କେନ୍ଦ୍ରଶାସିତ ଅଞ୍ଚଳର ବାବୁଙ୍କଠାରୁ ଚମତ୍କାର ପ୍ରଦର୍ଶନ ଆଶା କରିବା ବୃଥା।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ଫୁଟ୍‌ପାଥରେ ଶୋଇଥିବାବେଳେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ଆଉ ତା’ପରେ…

ନୂଆଦିଲ୍ଲୀ,୨୪ା୬: ଦକ୍ଷିଣ ଦିଲ୍ଲୀର ମେହରୋଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷୀୟା ବାଳିକା ତାଙ୍କ ପରିବାର…

ରାତି ଅଧରେ ଭୟଙ୍କର ଅଗ୍ନିକାଣ୍ଡ, ଦିନମଜୁରିଆ ପରିବାରର ସର୍ବସ୍ବ ପୋଡ଼ି ପାଉଁଶ

ଧୂଷୁରୀ,୨୪।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ବୟାଣ୍ଡିହି ପଞ୍ଚାୟତର ସଇଦଜାଫର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ଦିନମଜୁରିଆ ପରିବାର ସର୍ବସ୍ବ ହରାଇଛନ୍ତି। ଗତ…

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

ସଫଳ ସାହିତ୍ୟ ସ୍ରଷ୍ଟା

ସୃଷ୍ଟିରେ ଜଣେ ସାରସତ୍ତ୍ୱ ସାଧକ ସାହସର ସହ ସମାଜର ବାସ୍ତବ ଚିତ୍ରକୁ ପ୍ରକାଶ କରିଥାଏ। ସାହିତ୍ୟରେ ଅଙ୍ଗୀକାରବଦ୍ଧତା ରହିଲେ, ତାହା ଯାବତୀୟ ସଂଶୟ ଏବଂ ଯାବତୀୟ ବାଡ଼ଠାରୁ…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri