ମହତ୍ତ୍ୱାକାଂକ୍ଷୀ ଗତିଶୀଳତା

ନିୟମିତ ଭାବେ କିଛି ବର୍ଷ ବ୍ୟବଧାନରେ ବାସ୍ତବ ସ୍ଥିତିକୁ ସ୍ବୀକାର କରି ତଦନୁଯାୟୀ କାର୍ଯ୍ୟ କରିବା ପାଇଁ ଭାରତ ଏହାର ରାଷ୍ଟ୍ରଦୂତଙ୍କୁ ଆହ୍ବାନ ଦିଏ। ସମ୍ପ୍ରତି ରାଷ୍ଟ୍ରଦୂତ ମୁଖ୍ୟଙ୍କ ୧୧ତମ ସମ୍ମିଳନୀର ମହତ୍ତ୍ୱପୂର୍ଣ୍ଣ ଚିନ୍ତାଧାରା ପ୍ରକାଶ ପାଇଥିଲା। ୨୦୪୭କୁ ଲକ୍ଷ୍ୟ କରି କୂଟନୀତିର ପୁନଃକଳ୍ପନା କରନ୍ତୁ ବୋଲି ଆହ୍ବାନ ଦିଆଯାଇଛି। ଏହା ବାସ୍ତବରେ ଏକ ମହତ୍ତ୍ୱାକାଂକ୍ଷୀ ଗତିଶୀଳତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଚାଇନାର ଦୃଢ଼ତା, ପଶ୍ଚିମ ଏସିଆର ଅସ୍ଥିରତା, ଦେଶଗୁଡ଼ିକର ମେଣ୍ଟରେ ପରିବର୍ତ୍ତନ ଏବଂ ଏକ ପ୍ରଯୁକ୍ତି ଆଧାରିତ ବୈଶ୍ୱିକ ଦୌଡ଼ ଭଳି ମୁହୂର୍ତ୍ତକୁ ଉପସ୍ଥାପନ କରାଯାଇଥିଲା। ଏଥିମଧ୍ୟରୁ କୌଣସିଟି ନୂଆ ନୁହେଁ। ଭାରତର ବୈଦେଶିକ ନୀତି ଅନେକ ବର୍ଷ ଧରି ଏ ଦିଗରେ ଗତି କରୁଛି। ଏବେ ଅର୍ଥନୈତିକ କୂଟନୀତି ଉପରେ ଅଧିକ ଧ୍ୟାନ ଦିଆଯାଉଛି। ଦୂତାବାସଗୁଡ଼ିକ ନିବେଶ ଆଣିବା, ପ୍ରଯୁକ୍ତିବିଦ୍ୟା ସହଭାଗିତା ସୁରକ୍ଷିତ କରିବା ଏବଂ ଭାରତର ଅଭିବୃଦ୍ଧି ଗାଥା ପ୍ରଚାରପ୍ରସାର କରୁଥିବା ମନେହେଉଛି। ରଣନୈତିକ ସହଭାଗିତା, ବିଶ୍ୱସ୍ତରୀୟ ସମ୍ପର୍କ ଏବଂ ‘3Ts’( ଟାରିଫ୍‌, ଟ୍ୟାକ୍ସ ଓ ଟ୍ରାନ୍ସଫର) ମାନକ ହୋଇଯାଇଛି। ଏଠାରେ ଜୟଶଙ୍କରଙ୍କ ପ୍ରଭାବ ସ୍ପଷ୍ଟ ହୋଇଛି। କୂଟନୀତିଜ୍ଞରୁ ମନ୍ତ୍ରୀ ପାଲଟିଥିବା ଜୟଶଙ୍କର ଭାରତୀୟ ବୈଦେଶିକ ନୀତିକୁ ଘୋଷଣାରେ ସୀମିତ ନ ରଖି ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱରେ ଅନେକ ଗୋଷ୍ଠୀଙ୍କୁ ଜଡ଼ିତ କରିବା, ସତର୍କତାର ସହ ପସନ୍ଦ କରିବା ଏବଂ ଭାରତର ସ୍ବାର୍ଥକୁ ମୁଖ୍ୟ ଭାବି ଗୁରୁତ୍ୱ ଦେବା ଏବେ ସିଦ୍ଧାନ୍ତ ହୋଇଯାଇଛି, ଯାହା ଏକ ବିଭାଜିତ ବିଶ୍ୱକୁ ସଜାଡ଼ିବା ସହ ବ୍ୟବସ୍ଥା ଆଗକୁ କେମିତି ବଢ଼ିବ ତାହା ଉପରେ ଗୁରୁତ୍ୱ ଦିଏ। ଏହି ସମ୍ମିଳନୀ ବ୍ୟବସ୍ଥାଗତ ବାଧା ଦୂର କରିବାର ଏକ ପ୍ରୟାସର ସଙ୍କେତ ଦିଏ।
ନିଲମ୍ବନ ଏକ ସଙ୍କେତ
କେରଳର ବାବୁସାମ୍ରାଜ୍ୟରେ ପୂର୍ବରୁ ଏକ ବର୍ଷରୁ ଅଧିକ ସମୟ ପାଇଁ ନିଲମ୍ବିତ ହୋଇଥିବା ଏନ୍‌. ପ୍ରଶାନ୍ତ ଏବେ ସରକାରଙ୍କୁ ସମାଲୋଚନା ଏବଂ ସହଯୋଗୀ ଅଧିକାରୀ ବି. ଅଶୋକଙ୍କୁ ସମର୍ଥନ କରିବା ପାଇଁ ନୂତନ ଭାବେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି। ଆଚରଣ ନିୟମ ଉଲ୍ଲଂଘନ, ସଂଯମର ଅଭାବ, ସୀମା ବାହାରେ କହିବା ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ। କିନ୍ତୁ ସୂତ୍ର ଅନୁଯାୟୀ, ପ୍ରକୃତ ପ୍ରସଙ୍ଗ ଆଢୁଆଳରେ ରହିଛି। ଏକଦା ପ୍ରଶାନ୍ତଙ୍କୁୁ ‘କଲେକ୍ଟର ବ୍ରଦର’ ନାମ ଦିଆଯାଇଥିଲା। ସେ ଏକ ଅଧିକ ସ୍ପଷ୍ଟ, ଲୋକାଭିମୁଖୀ ପ୍ରଶାସନର ପ୍ରତିନିଧିତ୍ୱ କରନ୍ତି। ତଥାପି ସେ ଯେଉଁ ବ୍ୟବସ୍ଥାରେ କାର୍ଯ୍ୟ କରନ୍ତି, ତାହା ଏବେ ବି ଏକ ପୁରୁଣା ନିୟମରେ ଚାଲିଛି- ନିରପେକ୍ଷ ରୁହନ୍ତୁ, ନୀରବ ରୁହନ୍ତୁ, ଫାଇଲ ଭିତରେ ସୀମିତ ରୁହନ୍ତୁ। ଏଥିରେ ଅସଙ୍ଗତି ଯୋଗୁ ମୁହାଁମୁହିଁ ସ୍ଥିତି ଉପୁଜୁଛି। ଏଠାରେ ପ୍ରଶାନ୍ତଙ୍କ ନିଲମ୍ବନ ତଦନ୍ତକୁ ସକ୍ଷମ କରିବା ପାଇଁ ଉଦ୍ଦିଷ୍ଟ। ଏହା କେବଳ ସମ୍ପୃକ୍ତ ଅଧିକାରୀଙ୍କୁ ନୁହେଁ ବରଂ ସତର୍କତାର ସହିତ କୁହନ୍ତୁ ବୋଲି ସମଗ୍ର ସେବାକୁ ଏକ ସଙ୍କେତ ଦିଏ। କେରଳ ଘଟଣା ନିଆରା ନୁହେଁ। ସମଗ୍ର ଭାରତରେ ପ୍ରଶାସନ ଅଧିକ ସାର୍ବଜନୀନ, ଅଧିକ ଯାଞ୍ଚକୈନ୍ଦ୍ରିକ ଏବଂ ଅଧିକ ରାଜନୈତିକ ହେବା ଯୋଗୁ ଅମଲାତାନ୍ତ୍ରିକ ଅଭିବ୍ୟକ୍ତି ପାଇଁ ସ୍ଥାନ ସଂକୁଚିତ ହେଉଛି। କେବଳ ନିୟମ ପୁସ୍ତକ ମାଧ୍ୟମରେ ସେହି ବିରୋଧାଭାସକୁ ପରିଚାଳନା କରାଯାଇପାରିବ ନାହିଁ। କାରଣ ନୀରବତା ପ୍ରଶାସନିକ ଦୃଷ୍ଟିରୁ ସୁବିଧାଜନକ ହେଲେ ମଧ୍ୟ ଏହାର କିଛି ମୂଲ୍ୟ ଦେବାକୁ ପଡ଼ିଥାଏ।
ଚଣ୍ଡିଗଡ଼ରେ ବାବୁ ଅସନ୍ତୁଳନ
ଭାରତର ବାବୁସାମ୍ରାଜ୍ୟରେ ଅଧିକ କିମ୍ବା କମ୍‌ ଅଧିକାରୀ ରହିପାରୁଥିବାର ପ୍ରମାଣ ଯଦି ଦେଖିବାକୁ ଚାହଁୁଛନ୍ତି, ତେବେ ଚଣ୍ଡିଗଡ଼କୁ ଲକ୍ଷ୍ୟ କରନ୍ତୁ। ସେଠାରେ ନିଯୁକ୍ତି ଔପଚାରିକ ହେଲେ ବି ପରିଣାମ ଅତ୍ୟନ୍ତ ଗମ୍ଭୀର। ବାବୁ ପରିସରରେ ବରିଷ୍ଠ ପଦବୀଗୁଡ଼ିକ ସଙ୍କୁଚିତ ହେବାରେ ଲାଗିଛି। ହେଲେ ପ୍ରକୃତରେ ଚଣ୍ଡିଗଡ଼ରେ ଅନୁମୋଦିତ ପଦବୀ ବାସ୍ତବରେ ଯଥେଷ୍ଟ କମ୍‌ ଥିଲାବେଳେ ତାହା ତୁଳନାରେ ଅଧିକ ସଚିବ ଅଛନ୍ତି , ଅର୍ଥାତ ଏହି ସଂଖ୍ୟା ଏବେ ୧୨ । ସେଠାରେ ନିଯୁକ୍ତ ପ୍ରତ୍ୟେକ ଆଇଏଏସ୍‌ ଅଧିକାରୀ ସଚିବ ସ୍ତରରେ କାର୍ଯ୍ୟ କରୁଛନ୍ତି। ମଧ୍ୟମ ଏବଂ ତଳ ପଦବୀଗୁଡ଼ିକ ଖାଲି ହୋଇଗଲାଣି। ନିର୍ଦ୍ଦେଶକ ସ୍ତରୀୟ ଦାୟିତ୍ୱ ଅସ୍ଥାୟୀ ବ୍ୟବସ୍ଥାରେ ପରିଚାଳିତ ହୁଏ, ପ୍ରାୟତଃ ଅଧିକାରୀମାନେ ବିଭିନ୍ନ ବିଭାଗ ମଧ୍ୟରେ ବିଭିନ୍ନ ଦାୟିତ୍ୱ ତୁଲାଇଥାନ୍ତି। ତଳସ୍ତରରେ ନୀତିକୁ କାର୍ଯ୍ୟରେ ପରିଣତ କରୁଥିବା କିରାଣି, କ୍ଷେତ୍ର କର୍ମଚାରୀ, ପୌର କର୍ମଚାରୀଙ୍କର ଅଭାବ ରହିଛି। ତେଣୁ କାଗଜପତ୍ରରେ ଶାସନ ଶକ୍ତି ଅତ୍ୟନ୍ତ ଦୃଢ଼ ଦେଖାଯାଉଥିଲେ ମଧ୍ୟ ଏହା କ୍ଷେତ୍ରସ୍ତରରେ ଦୁର୍ବଳ। ଏହା କେବଳ ଏକ କର୍ମଚାରୀ ସମସ୍ୟା ନୁହେଁ; ବରଂ ଢାଞ୍ଚାଗତ ଅସଙ୍ଗତି। ଯେତେବେଳେ ସମସ୍ତେ ‘ବରିଷ୍ଠ’ ହୁଅନ୍ତି, ସେତେବେଳେ କେହି କାର୍ଯ୍ୟାନ୍ବୟନ ପାଇଁ ଉତ୍ତରଦାୟୀ ରହନ୍ତି ନାହିଁ। ବହୁସ୍ତରରେ ନିଷ୍ପତ୍ତି ଗ୍ରହଣ ହେଲେ ବି ତାହାର କାର୍ଯ୍ୟକାରିତାରେ ଦୁର୍ବଳତା ଦେଖାଯାଏ। ଫାଇଲଗୁଡ଼ିକ ଆଗକୁ ବଢ଼ି ଚାଲିଲେ ମଧ୍ୟ କାମ ଅଟକିଯାଏ। ଭାରତ ଦୀର୍ଘ ଦିନ ଧରି ସାମଗ୍ରିକ ଭାବରେ ଆଇଏଏସ୍‌ ଅଭାବର ସ୍ଥିତିକୁ ସାମ୍ନା କରିଆସୁଛି, ଯଦିଓ ନିଯୁକ୍ତି ଏବେ ବି ଅସନ୍ତୁଳିତ ହୋଇ ରହିଛି। ଚଣ୍ଡିଗଡ଼ରେ ମାନବ ସମ୍ବଳର ଭୁଲ୍‌ ବଣ୍ଟନ ସ୍ଥିତି ଅସୁରକ୍ଷା, ଅଦକ୍ଷତା ଏବଂ ଆଇନଗତ ବିବାଦର ଏକ ସମାନ୍ତରାଳ ସମସ୍ୟା ସୃଷ୍ଟି କରେ। ଯେପର୍ଯ୍ୟନ୍ତ ସନ୍ତୁଳନ ନ ଆସିଛି ସେପର୍ଯ୍ୟନ୍ତ କେନ୍ଦ୍ରଶାସିତ ଅଞ୍ଚଳର ବାବୁଙ୍କଠାରୁ ଚମତ୍କାର ପ୍ରଦର୍ଶନ ଆଶା କରିବା ବୃଥା।
Email: dilipcherian@gmail.com

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?