Posted inଜାତୀୟ

ଭାଙ୍ଗିଯିବ କି ରାହୁଲ-ଅଖିଳେଶଙ୍କ ବନ୍ଧୁତା, ଅଡୁଆ କଲାଣି ବିଧାନସଭା ନିର୍ବାଚନ ଗଣିତ

ନୂଆଦିଲ୍ଲୀ,୨୭।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ଭାଙ୍ଗିଯିବ କି ବନ୍ଧୁତା। କ’ଣ ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପାଇଁ ଥିଲା କି? ଏପରି ପ୍ରଶ୍ନ କରିଛନ୍ତି ଏସପିର ଜଣେ ବରିଷ୍ଠ ନେତା।

ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିବାଦ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟିର ସଭାପତି ଆବୁ ଆଜମି ଏଭଳି ବିବୃତ୍ତି ଦେଇ କହିଛନ୍ତି, ଯାହା ଜାତୀୟ ରାଜନୀତିକୁ ସରଗରମ କରିଛି। ସେ ତାଙ୍କ ବୟାନରେ କେବଳ ମହାବିକାଶ ଅଗାଡିଙ୍କୁ ସିଧାସଳଖ ଟାର୍ଗେଟ କରିନାହାନ୍ତି, ବିଧାନସଭା ନିର୍ବାଚନରେ ଯଦି ସେ ଚାହୁଁଥିବା ଆସନ ନ ପାଆନ୍ତି ତେବେ ସେ ଏକୁଟିଆ ଲଢିବେ ବୋଲି ଘୋଷଣା କରିଛନ୍ତି।

ଚଳିତ ବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ, ସମାଜବାଦି ପାର୍ଟିର ମହାରାଷ୍ଟ୍ର ସଭାପତିି ଆବୁ ଆଜମି ନିଜର ସହଯୋଗୀ ପାର୍ଟନର MVA ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଆଜମି କହିଛନ୍ତି, ଆମେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଗାଡିଙ୍କ ଠାରୁ ୧୦ଟି ସିଟ ଦାବି କରିବୁ। ଆଉ ସେହି ଆସନଗୁଡ଼ିକୁ ନିଜେ ସ୍ଥିର କରିବୁ। ଯଦି ଆମର ମତାମତ ଗ୍ରହଣ କରାଯାଏ ନାହିଁ ତେବେ ଆମେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।

ମହାବିକାଶ ଆଗାଡିକୁ ଟାର୍ଗେଟ କରି ଆଜମି କହିଛନ୍ତି, ଏମଭିଏ ମଧ୍ୟ ମୁସଲମାନ ସଂରକ୍ଷଣ ପ୍ରସଙ୍ଗ ଉଠାଇ ନାହିଁ। ସେହି ୫ଶତକଡା ଜନସଂଖ୍ୟା ଉପରେ କେହି କଥାବାର୍ତ୍ତା କରନ୍ତି ନାହିଁ। ମୁସଲିମ ଭୋଟର ସେମାନଙ୍କର ସମ୍ପୂର୍ଣ୍ଣ ଭରସା ଅଛି କିନ୍ତୁ ସେମାନେ ସଂରକ୍ଷଣ ବିଷୟରେ କିଛି କହନ୍ତି ନାହିଁ। ଏହା ଆମ ପାଇଁ ଗ୍ରହଣୀୟ ନୁହେଁ। ଆମେ ଏହି ପ୍ରସଙ୍ଗ ଉପରେ ନିଶ୍ଚିତ ସ୍ବର ଉଠାଇବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ଅକ୍ଟୋବରରୁ ବଦଳିଯିବ ଏସବୁ ନିୟମ, ଏବେଠୁ ଜାଣି ରଖନ୍ତୁ ସବୁକିଛି

ନୂଆଦିଲ୍ଲୀ,୨୩।୯: ପ୍ରତି ମାସର ପହିଲା ତାରିଖରେ କିଛି ନା କିଛି ନିୟମରେ ପରିବର୍ତ୍ତନ ହୋଇଥାଏ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସୁକତା ରହିଥାଏ ଯେ, ଆସନ୍ତା…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ…

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?