ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ):ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି। ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଦେଲେଣି ତିନି ପ୍ରମୁଖ ରାଜନୈତିକ ଦଳ। କଳାହାଣ୍ଡି ଜିଲାର ଜୁନାଗଡ଼ ହେଉଛି ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ। ଏକଦା ଭାଜପାର ଗଡ଼ ଭାବରେ ପରିଚିତ ଥିବା ଏହି ନିର୍ବାଚନମଣ୍ଡଳୀ ଏବେ ବିଜେଡିର ଗଡ ଭାବରେ ପରିଚିତ ହୋଇଛି। କାରଣ ଗତ ୨ ନିର୍ବାଚନରେ ବିଜେଡିର କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବିଜୟୀ ହୋଇଆସୁଛନ୍ତି। ଇତିହାସକୁ ଦେଖିଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ଭାଜପା ୪ ଥର, କଂଗ୍ରେସ ୩ ଥର ଓ ବିଜେଡି ୨ଥର ବିଜୟୀ ହୋଇଛି।
ଜୁନାଗଡ଼ ବ୍ଲକର ୩୪ ଓ ଗୋଲାମୁଣ୍ଡା ବ୍ଲକର ୨୮ ପଞ୍ଚାୟତ ସମେତ ଜୁନାଗଡ଼ ବିଜ୍ଞପିତ ଅଞ୍ଚଳ ପରିଷଦ(ଏନ୍‌ଏସି)କୁ ନେଇ ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ୧ ଲକ୍ଷ ୨୪ ହଜାର ୩୧୩ ଜଣ ପୁରୁଷ ଓ ୧ ଲକ୍ଷ ୨୧ ହଜାର ୪୨୧ ଜଣ ମହିଳା ଭୋଟର ରହିଛନ୍ତି। ସେହିପରି ୪୩୫ ଜଣ ନବାଗତ ଭୋଟର ଓ ୪ଜଣ ତୃତୀୟଲିଙ୍ଗୀ ଭୋଟର ରହିଥିବା ସରକାରୀ ତଥ୍ୟ କହୁଛି। ଇତିମଧ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସ ପ୍ରାର୍ଥୀ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରିଛନ୍ତି। ବିଜେଡି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଦିବ୍ୟଶଙ୍କର ଗତ ୨ ନିର୍ବାଚନରେ ବିଜୟ ହାସଲ କରି ନବୀନଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି। ସେହିପରି ବରିଷ୍ଠ ଭାଜପା ନେତା ମନୋଜ ମେହେରଙ୍କୁ ପୁଣି ଥରେ ଦଳ ପ୍ରାର୍ଥୀ କରିଛି। କଂଗ୍ରେସ ନୂଆ ଚେହେରାକୁ ସାମ୍ନାକୁ ଆଣି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେକର୍ଡକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ଭାଜପା ଓ କଂଗ୍ରେସ ମମିତା ମେହେର ହତ୍ୟା ଘଟଣା ସହ ବେକାରି ଓ ଦାଦନ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି।
ବିଗତ ନିର୍ବାଚନକୁ ବିଶ୍ଳେଷଣ କଲେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାଶ ୪୫ ହଜାର ୩୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବୀର ସିପକା ୩୮ ହଜାର ୮୧୨ ଖଣ୍ଡ ଭୋଟ ପାଇଥିଲେ। ଭାଜପା ପ୍ରାର୍ଥୀ ହିମାଂଶୁ ମେହେରଙ୍କୁ ୩୪ ହଜାର ୩୩୪ ଖଣ୍ଡ ଭୋଟ ମିଳିଥିଲା। ୨୦୧୪ରେ ରାଜନୀତି ସମୀକରଣ ବଦଳି ଯାଇଥିଲା। ନୂଆ କରି ରାଜନୀତିରେ ପାଦ ଦେଇଥିବା ଦିବ୍ୟଶଙ୍କରଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ସେ ସମୟରେ ଦିବ୍ୟଶଙ୍କର ୫୬ ହଜାର ୪୪୩ ଭୋଟ ପାଇ ବିଜୟ ହାସଲ କରିଥିଲେ। ଭାଜପା ପ୍ରାର୍ଥୀ ଅନିଲ ସିଂହଦେଓ ୪୬ ହଜାର ୪୯୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାସ ୩୮ ହଜାର ୭୧୫ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ସେହିପରି ୨୦୧୯ ନିର୍ବାଚନ ସମୟରେ ବିଜେଡିରୁ ପୁଣି ଥରେ ପ୍ରାର୍ଥୀ ହୋଇଥିଲେ ଦିବ୍ୟଶଙ୍କର ମିଶ୍ର। ଏହି ନିର୍ବାଚନରେ ସେ ୮୩ ହଜାର ୭୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ମନୋଜ ମେହେରଙ୍କୁ ୫୫ ହଜାର ୯୩୦ ଓ କଂଗ୍ରେସ ପ୍ରାର୍ଥୀ ଅନିଲ ସିଂଦେଓଙ୍କୁ ୩୨ ହଜାର ୩୪୩ ଖଣ୍ଡ ଭୋଟ ମିଳିଥିଲା। ତେବେ ୨୦୨୪ ନିର୍ବାଚନରେ ୩ ବିଜେଡିର ଦିବ୍ୟଶଙ୍କର, ଭାଜପାର ମନୋଜ ଓ କଂଗ୍ରେସର ତୁଲେଶ୍ୱର ମଇଦାନକୁ ଓହ୍ଲାଇଛନ୍ତି। ଫଳରେ ଏଠାରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣାପଡ଼ିଛି। ମମିତା ମେହେର ଘଟଣାକୁ ନେଇ ଦିବ୍ୟଶଙ୍କର ବିଗତ ଦିନରେ ଅଡ଼ୁଆରେ ପଡ଼ିଥିଲେ। ତେବେ ସେ ପୁଣି ରିପିଟ୍‌ ହେବେ ନା ପରିବର୍ତ୍ତନ ଆସିବ, ତାହା ଉପରେ ସମସ୍ତଙ୍କ ନଜର ରହିବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?