ମୁଣ୍ଡ ଉପରେ ଯିବ!

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ସପ୍ତାହରେ ରେଳଗାଡ଼ି ଯୋଗେ ଉତ୍ତରପ୍ରଦେଶର କାନପୁର ଯାଇଥିଲେ। ଏହି ଦେଶର ବିରାଟକାୟ ରେଳ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ଅଳ୍ପ କେତୋଟି ଗାଡ଼ି ଚାଲିଛି। ଅବଶ୍ୟ ରାଷ୍ଟ୍ରପତିଙ୍କ ରେଳ ଗାଡ଼ିରେ ସାଧାରଣ ଯାତ୍ରୀ ଚଢ଼ିବାର ସୁବିଧା ନ ଥାଏ। କାରଣ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍‌ ରହିଛି। ଭାରତକୁ ଆମେ ଗଣତାନ୍ତ୍ରିକ ଦେଶ କହିଲେ ମଧ୍ୟ ବଡ଼ବଡ଼ିଆଙ୍କ ରାଜକୀୟ ଠାଣି ଭାଙ୍ଗିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଦୀର୍ଘ ୭ ଦଶନ୍ଧିର ସ୍ବାଧୀନତା ପରେ ଆମର ଅମଲାତନ୍ତ୍ର ଯୋଗୁ ସାଧାରଣ ଲୋକଙ୍କ ମନରେ ଏହି ବଡ଼ଲୋକଙ୍କ ପ୍ରତି ଥିବା ସମ୍ମାନ କ୍ରମଶଃ ବିକୃତ ରୂପ ଧାରଣ କରିସାରିଲାଣି। ବହୁ ଶତାବ୍ଦୀ ଧରି ବିଭିନ୍ନ ବାହ୍ୟଶକ୍ତି ଦ୍ୱାରା ଶାସିତ ହୋଇଆସିଥିବା ଭାରତୀୟ ବଡ଼ଲୋକଙ୍କର ଚାକର ଭାବେ ନିଜର ଆତ୍ମଶାନ୍ତି ଲାଭ କରିଥାଏ। ଅନେକ ଭାରତୀୟଙ୍କ ଘରେ ଏବେ ମଧ୍ୟ ବଡ଼ବଡ଼ିଆଙ୍କ ସହ ଫଟୋ କାନ୍ଥରେ ଟଙ୍ଗା ହୋଇଥିବା ଦେଖିବାକୁ ମିଳେ। ସେହି ଫଟୋକୁ ଅତି ଗର୍ବର ସହ ପ୍ରଦର୍ଶିତ କରାଯିବାର ଉଦାହରଣ ରହିଛି।
ଇତିମଧ୍ୟରେ ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧି ସରିଲାଣି। ସମଗ୍ର ପୃଥିବୀରେ ପରିବର୍ତ୍ତନ ଆସୁଥିବା ବେଳେ ଭାରତୀୟମାନେ ସେହିଭଳି ରାଜା ଖୋଜିବାରେ ବ୍ୟସ୍ତ ଅଛନ୍ତି। ଆମର ପୂର୍ବପୁରୁଷଙ୍କ ଚିନ୍ତାଧାରା ଅନୁଯାୟୀ ସାଧାରଣ ଲୋକଙ୍କ ଦୁଃଖଦୁର୍ଦ୍ଦଶା ଦୂର ହେବାକୁ ହେଲେ ରାଜା ହିଁ କରିପାରିବେ। ଏହି ସାମନ୍ତବାଦୀ ମନୋଭାବରେ ଗଢ଼ିଉଠିଥିବା ଭାରତୀୟ ପୁରୁଣା ଚିନ୍ତାଧାରା ଛାଡ଼ିପାରୁ ନ ଥିବା ହେତୁ ଗଣତାନ୍ତ୍ରିକ ନେତାମାନଙ୍କୁ ମଧ୍ୟ ରାଜାଙ୍କ ପୋଷାକ କିମ୍ବା ଢାଞ୍ଚାରେ ଦେଖିବାକୁ ସବୁବେଳେ ଲୋକେ ଭଲ ପାଆନ୍ତି। ହୁଏତ ସେଇଥିପାଇଁ ଗତ ସପ୍ତାହରେ ରାଷ୍ଟ୍ରପତି କୋବିନ୍ଦଙ୍କ ରେଳଗାଡ଼ି କାନପୁର ସହର ପ୍ରବେଶ କରିବା ପୂର୍ବରୁ ଏକ ଦୁଃଖଦାୟକ ଘଟଣା ଘଟିଲା। ଭାରତୀୟ ଶିଳ୍ପ ସଂଗଠନ (ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ) କାନପୁର ଶାଖାର ମହିଳା ସଭାନେତ୍ରୀ ବନ୍ଦନା ମିଶ୍ର ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ ପୁତ୍ରଙ୍କ ସହିତ ହସ୍ପିଟାଲ ବାଟରେ ଥିଲେ। ସହରର ଗୋବିନ୍ଦପୁରୀ ଅଞ୍ଚଳରେ ରେଳପଥ ଉପରେ ଥିବା ଫ୍ଲାଏଓଭର ଦେଇ ତାଙ୍କ ଗାଡ଼ି ଡାକ୍ତରଖାନା ଯାଇଥାଆନ୍ତା। କିନ୍ତୁ ରାଷ୍ଟ୍ରପତିଙ୍କ ରେଳଗାଡ଼ି ତଳେ ଯିବାକୁ ଥିବାରୁ ଫ୍ଲାଏଓଭର ଉପରେ ପୋଲିସ ସବୁ ଗାଡ଼ି ଯାତାୟାତ ବନ୍ଦ କରିଦେଇଥିଲା। ସେଇ ଫ୍ଲାଏଓଭର କିମ୍ବା ରେଳ ଓଭରବ୍ରିଜ୍‌ରେ ଗାଡ଼ି ଚଳାଚଳ ଘଟିଥିଲେ ରାଷ୍ଟ୍ରପତିଙ୍କ ରେଳଗାଡ଼ି ଯିବାରେ ଅସୁବିଧା ହୋଇ ନ ଥାନ୍ତା। ଏମିତି ବି ନୁହେଁ ଯେ, ରାମନାଥ କୋବିନ୍ଦ ତାଙ୍କ ଡବାର ଦୁଆର ଖୋଲି ବାହାରକୁ ଝୁଲିକରି ଠିଆ ହୋଇଥିବେ। ତେଣୁ ଫ୍ଲାଏଓଭର ଉପରେ ମୋଟରଗାଡ଼ି ଯାତାୟାତ କରିବାର କୌଣସି ଅସୁବିଧା ନ ଥିଲା। ପ୍ରୋଟୋକଲ କିମ୍ବା ସୁରକ୍ଷା ନିମନ୍ତେ ଯଦି ପୋଲିସର ଚିନ୍ତା ଥିଲା, ତେବେ ପୋଲିସ ପୋଲର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇ କୌଣସି ଗାଡ଼ିକୁ ଅଟକିବା ପାଇଁ ବାରଣ କରିପାରିଥାନ୍ତା। କିନ୍ତୁ ଯେହେତୁ ଉଭୟ ପାର୍ଶ୍ୱରେ ଗାଡ଼ିକୁ ବନ୍ଦ କରିଦିଆଯାଇଥିଲା, ସେଥିପାଇଁ ଅସୁସ୍ଥ ବନ୍ଦନାଙ୍କ ଗାଡ଼ି ମଧ୍ୟ ଦୀର୍ଘ ସମୟ ଅଟକି ରହିଥିଲା। ଡାକ୍ତରଖାନା ସୁବିଧାରୁ ବଞ୍ଚିତ ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଲା।
ବନ୍ଦନା ମିଶ୍ର ଏହି ଭିଭିଆଇପି ପ୍ରୋଟୋକଲର ପ୍ରଥମ ଶିକାର ନୁହନ୍ତି। ଦିଲ୍ଲୀରେ ଅନେକ ଥର ଭିଭିଆଇପିଙ୍କ କାର୍‌କେଡ୍‌ ଯିବାର ବହୁ ପୂର୍ବରୁ ରାସ୍ତା ବନ୍ଦ କରିଦିଆଯାଇଥାଏ, ଯେଉଁଥିପାଇଁ ମୃତ୍ୟୁ ସମେତ ବିଭିନ୍ନ ପ୍ରକାର ହଇରାଣହରକତ ହେବା ପାଇଁ ସାଧାରଣ ନାଗରିକ ବାଧ୍ୟ ହୋଇଥାଏ। ଏଭଳି ଘଟଣା ଭାରତର ବିଭିନ୍ନ ସ୍ଥାନରେ ବାରମ୍ବାର ଘଟୁଥିଲେ ମଧ୍ୟ ପୋଲିସ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକାର ଉଦ୍ୟମ ହୁଏ ନାହିଁ। ତେବେ କାନପୁର ପୋଲିସ କମିଶନର କ୍ଷମାପ୍ରାର୍ଥନା କରି ବନ୍ଦନା ମିଶ୍ରଙ୍କ ଦେହାନ୍ତ ଯୋଗୁ ଦୁଃଖ ପ୍ରକାଶ କରିଛନ୍ତି। ଏହି କ୍ଷୁଦ୍ର କ୍ଷମାପ୍ରାର୍ଥନା ହୋଇ ନ ଥାନ୍ତା ଯଦି ବନ୍ଦନା ଜଣେ ସୁପରିଚିତ ଓ ଧନୀ ମହିଳା ହୋଇ ନ ଥାନ୍ତେ। ତାଙ୍କ ସ୍ଥାନରେ ଜଣେ ଅଟୋରିକ୍ସା ଚାଳକଙ୍କ ମାତା କିମ୍ବା ଶ୍ରମିକଙ୍କ ପତ୍ନୀ ହୋଇଥିଲେ ଗଣମାଧ୍ୟମରେ ସେଇ ଘଟଣା ସ୍ଥାନ ପାଇ ନ ଥାନ୍ତା। ଭାରତ କେବେ ବିଶ୍ୱଶକ୍ତି ହୋଇପାରିବ କି ନାହିଁ କହିବା କାହାରି ପାଇଁ ସମ୍ଭବପର ନୁହେଁ। କିନ୍ତୁ ଯେଉଁ ଗଣତାନ୍ତ୍ରିକ ଦେଶରେ ନାଗରିକଙ୍କ ଜୀବନ ମାଛି ମଶା ଭଳି ପରିଗଣିତ ହୋଇଥାଏ, ସେହି ଦେଶରେ କୌଣସି ସ୍ଥାୟୀ ସାମାଜିକ ପରିବର୍ତ୍ତନ ବା ଉନ୍ନତି ଘଟିବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri