Posted inଖେଳ

ଆଇନଗତ ପଦକ୍ଷେପ ନେଇପାରନ୍ତି ଭୂତିଆ

କୋଲ୍‌କାତା, ୨୦ା୯: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ଅନୁରୋଧକୁ ଟାଳି ଦେଇଥିବାରୁ ସେ ହୁଏତ ଆଇନଗତ ପଦକ୍ଷେପ ନେଇପାରନ୍ତି। ଏଠାରେ ସୋମବାର ଅନୁଷ୍ଠିତ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ସାଧାରଣ ସମ୍ପାଦକ ପଦବୀରେ ଶାଜି ପ୍ରଭାକରନଙ୍କୁ କାହିଁକି ନିଯୁକ୍ତି ଦିଆଗଲା ସେ ପ୍ରସଙ୍ଗରେ ଆଲୋଚନା କରିବାକୁ ସେ ଅନୁରୋଧ କରିଥିଲେ। ପ୍ରଭାକରନ ଫୁଟ୍‌ବଲ ଦିଲ୍ଲୀର ଜଣେ ପ୍ରତିନିଧି ଭାବେ ଇଲେକ୍ଟୋରାଲ କଲେଜର ଜଣେ ସଦସ୍ୟ ଅଟନ୍ତି। ସେପ୍ଟେମ୍ବର ୨ରେ ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତର ପୂର୍ବତନ ଗୋଲ୍‌କିପର କଲ୍ୟାଣ ଚୌବେ ଭୂତିଆଙ୍କୁ ୩୩୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହେବା ପରେ ପ୍ରଭାକରନଙ୍କୁ ଏଆଇଏଫ୍‌ଏଫ୍‌ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ଭୂତିଆ କହିିଛନ୍ତି ଯେ, ଜଣେ ଭୋଟରଙ୍କୁ ମହାସଂଘର ଏକ ବେତନପ୍ରାପ୍ତ ପଦବୀରେ ନିଯୁକ୍ତି ଦିଆଯିବା ଯଥାର୍ଥ ନୁହେଁ। ଏହା ପଛରେ କିଛି ମୁଲ୍‌ଚାଲ ହୋଇଥିବା ତାଙ୍କର ସନ୍ଦେହ ହେଉଛି। ଏ ବିଷୟ ଏଠାରେ ସୋମବାର ଅନୁଷ୍ଠିତ କାର୍ଯ୍ୟନିର୍ବାହୀ କମିଟି ବୈଠକର ଏଜେଣ୍ଡାରେ ସାମିଲ କରିବା ଲାଗି ଭୂତିଆ ୨/୩ ଦିନ ପୂର୍ବରୁ ଏଆଇଏଫ୍‌ଏଫ୍‌କୁ ଅନୁରୋଧ କରିଥିଲେ। ମାତ୍ର ବୈଠକରେ ଏହି ପ୍ରସଙ୍ଗ ଆଦୌ ଉଠାଗଲାନାହିଁ, ଯାହା ତାଙ୍କୁ ନିରାଶ କରିଛି। ସେ ତାଙ୍କ ହିତାକାଂକ୍ଷୀମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଭୂତିଆ କହିଛନ୍ତି। ୨୦୧୧ରେ ଅବସର ନେବା ପୂର୍ବରୁ ଭୂତିଆ ଭାରତୀୟ ଫୁଟ୍‌ବଲର ଜଣେ ‘ପୋଷ୍ଟର ବୟ’ ରୂପେ ପରିଚିତ ଥିଲେ। ସେ କହିଛନ୍ତି, ଏଆଇଏଫ୍‌ଏଫ୍‌ ନିର୍ବାଚନରେ ପ୍ରଭାକରନ କେବଳ ଜଣେ ଭୋଟର ନ ଥିଲେ, ସେ କଲ୍ୟାଣ ଚୌବେଙ୍କ ପାଇଁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ବେତନପ୍ରାପ୍ତ ପଦବୀରେ ନିଯୁକ୍ତି ଦିଆଯିବା ଏକ ଖରାପ ଉଦାହରଣ ସୃଷ୍ଟି କରିଛି। ପ୍ରଭାକରନଙ୍କୁ ଯଦି କୌଣସି ଅବୈତନିକ ପଦବୀରେ ନିଯୁକ୍ତି ଦିଆଯାଇଥାନ୍ତା ତେବେ ତାଙ୍କର କୌଣସି ଆପତ୍ତି ନ ଥିଲା। ଭୂତିଆ ଆହୁରି ମଧ୍ୟ ଏଆଇଏଫ୍‌ଏଫ୍‌ର ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳକୁ ବାର୍ସିଲୋନା ପଠାଇବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଏଥିରୁ ଖେଳାଳିମାନେ ଉପକୃତ ହେବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ଆଜି ବ୍ରାଜିଲକୁ ଭେଟିବ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଭୁବନେଶ୍ୱର ପର୍ଯ୍ୟାୟ ସୋମବାର ଶେଷ ହେବ। କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍‌...

ହରଭଜନଙ୍କ ସହ ଏହି ଯୁବତୀ ଜଣଙ୍କ କିଏ? ଫଟୋ ଭାଇରାଲ

ସାଉଥାମ୍ପଟନ୍‌, ୨୪।୬: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟ ଖେଳାଯାଇଥିବା ବିଶ୍ୱକପର ଏକ ମ୍ୟାଚରେ ଭାରତ ୧୧ରନରେ ବିଜୟୀ ହୋଇଛି। ଏହି ମ୍ୟାଚରେ କମେଣ୍ଟ୍ରି କରୁଥିବା ପୂର୍ବତନ...

ଧୋନୀ ମ୍ୟାଚ୍‌ ଜିତାଇବା ଦେଖି ଚେୟାର୍‌ ଉପରୁ ଡେଇଁ ପଡିଲେ କୋହଲି : ଆଉ ତା’ପରେ

ଦୁବାଇ,୧୧।୧୦: ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସିଏସ୍‌କେ ଦିଲ୍ଲୀ କ୍ୟାପିଟାଲ୍ସକୁ...

ମନ ଜିଣିଲେ ଜାଡେଜା: ପଡିଆରେ କଲେ ଏମିତି କାମ

ମୁମ୍ବାଇ, ୨୦।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ନିଜ ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଲରାଉଣ୍ଡର ରବିନ୍ଦ୍ର...

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଆଉ ଏକ ଉପଲବ୍ଧି

ସିଡନୀ,୨୯।୧୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳ ସ୍ଥିତି ମଜଭୁତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ...

ବିସିସିଆଇର ୩୬ତମ ଅଧ୍ୟକ୍ଷ ହେଲେ ରୋଜର ବିନ୍ନି

ନୂଆଦିଲ୍ଲୀ,୧୮।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ)ର ୩୬ତମ ଅଧ୍ୟକ୍ଷ ହୋଇଛନ୍ତି ପୂର୍ବତନ କ୍ରିକେଟର୍‌ ରୋଜର ବିନ୍ନି। ମଙ୍ଗଳବାର ମୁମ୍ବାଇର ତାଜ...

ପାକିସ୍ତାନକୁ ୧୭୬ ରନ୍‌ରେ ରୋକି ଦେଲା ଅଷ୍ଟ୍ରେଲିଆ

ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିବା ପାଇଁ ଅଷ୍ଟ୍ରେଲିଆକୁ ୧୭୭ ରନ୍‌ ଦରକାର। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦...

ପୁଣି ବିଶ୍ୱକପ୍‌ରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମାଞ୍ଚେଷ୍ଟର,୨୮।୬- ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ‘ମଦର ଅଫ୍‌ ଅଲ ବ୍ୟାଟ୍‌ଲ’ ବୋଲି କୁହାଯାଏ। ଗତ ୧୬ ତାରିଖରେ ପାକିସ୍ତାନକୁ ଏକତରଫା ମ୍ୟାଚ୍‌ରେ ହରାଇ ଭାରତୀୟ ଦଳ...

Advertisement
Archives

Model This Week