Posted inଖେଳ

ଆଇନଗତ ପଦକ୍ଷେପ ନେଇପାରନ୍ତି ଭୂତିଆ

କୋଲ୍‌କାତା, ୨୦ା୯: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ଅନୁରୋଧକୁ ଟାଳି ଦେଇଥିବାରୁ ସେ ହୁଏତ ଆଇନଗତ ପଦକ୍ଷେପ ନେଇପାରନ୍ତି। ଏଠାରେ ସୋମବାର ଅନୁଷ୍ଠିତ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ସାଧାରଣ ସମ୍ପାଦକ ପଦବୀରେ ଶାଜି ପ୍ରଭାକରନଙ୍କୁ କାହିଁକି ନିଯୁକ୍ତି ଦିଆଗଲା ସେ ପ୍ରସଙ୍ଗରେ ଆଲୋଚନା କରିବାକୁ ସେ ଅନୁରୋଧ କରିଥିଲେ। ପ୍ରଭାକରନ ଫୁଟ୍‌ବଲ ଦିଲ୍ଲୀର ଜଣେ ପ୍ରତିନିଧି ଭାବେ ଇଲେକ୍ଟୋରାଲ କଲେଜର ଜଣେ ସଦସ୍ୟ ଅଟନ୍ତି। ସେପ୍ଟେମ୍ବର ୨ରେ ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତର ପୂର୍ବତନ ଗୋଲ୍‌କିପର କଲ୍ୟାଣ ଚୌବେ ଭୂତିଆଙ୍କୁ ୩୩୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହେବା ପରେ ପ୍ରଭାକରନଙ୍କୁ ଏଆଇଏଫ୍‌ଏଫ୍‌ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ଭୂତିଆ କହିିଛନ୍ତି ଯେ, ଜଣେ ଭୋଟରଙ୍କୁ ମହାସଂଘର ଏକ ବେତନପ୍ରାପ୍ତ ପଦବୀରେ ନିଯୁକ୍ତି ଦିଆଯିବା ଯଥାର୍ଥ ନୁହେଁ। ଏହା ପଛରେ କିଛି ମୁଲ୍‌ଚାଲ ହୋଇଥିବା ତାଙ୍କର ସନ୍ଦେହ ହେଉଛି। ଏ ବିଷୟ ଏଠାରେ ସୋମବାର ଅନୁଷ୍ଠିତ କାର୍ଯ୍ୟନିର୍ବାହୀ କମିଟି ବୈଠକର ଏଜେଣ୍ଡାରେ ସାମିଲ କରିବା ଲାଗି ଭୂତିଆ ୨/୩ ଦିନ ପୂର୍ବରୁ ଏଆଇଏଫ୍‌ଏଫ୍‌କୁ ଅନୁରୋଧ କରିଥିଲେ। ମାତ୍ର ବୈଠକରେ ଏହି ପ୍ରସଙ୍ଗ ଆଦୌ ଉଠାଗଲାନାହିଁ, ଯାହା ତାଙ୍କୁ ନିରାଶ କରିଛି। ସେ ତାଙ୍କ ହିତାକାଂକ୍ଷୀମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଭୂତିଆ କହିଛନ୍ତି। ୨୦୧୧ରେ ଅବସର ନେବା ପୂର୍ବରୁ ଭୂତିଆ ଭାରତୀୟ ଫୁଟ୍‌ବଲର ଜଣେ ‘ପୋଷ୍ଟର ବୟ’ ରୂପେ ପରିଚିତ ଥିଲେ। ସେ କହିଛନ୍ତି, ଏଆଇଏଫ୍‌ଏଫ୍‌ ନିର୍ବାଚନରେ ପ୍ରଭାକରନ କେବଳ ଜଣେ ଭୋଟର ନ ଥିଲେ, ସେ କଲ୍ୟାଣ ଚୌବେଙ୍କ ପାଇଁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ବେତନପ୍ରାପ୍ତ ପଦବୀରେ ନିଯୁକ୍ତି ଦିଆଯିବା ଏକ ଖରାପ ଉଦାହରଣ ସୃଷ୍ଟି କରିଛି। ପ୍ରଭାକରନଙ୍କୁ ଯଦି କୌଣସି ଅବୈତନିକ ପଦବୀରେ ନିଯୁକ୍ତି ଦିଆଯାଇଥାନ୍ତା ତେବେ ତାଙ୍କର କୌଣସି ଆପତ୍ତି ନ ଥିଲା। ଭୂତିଆ ଆହୁରି ମଧ୍ୟ ଏଆଇଏଫ୍‌ଏଫ୍‌ର ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳକୁ ବାର୍ସିଲୋନା ପଠାଇବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଏଥିରୁ ଖେଳାଳିମାନେ ଉପକୃତ ହେବେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri