Posted inଜାତୀୟ

ଆଉ ଧର୍ମେନ୍ଦ୍ରଙ୍କ ଇସ୍ତଫା ମାଗିବନି CJP? ଅଭିଜିତ କଲେ ଚମକାଇଲା ଭଳି ଖୁଲାସା

ନୂଆଦିଲ୍ଲୀ,୨୪ା୭: NEET ପେପର ଲିକ୍‌କୁ ନେଇ ଚାଲିଥିବା ବିବାଦ ମଧ୍ୟରେ CJP (କକରୋଚ ଜନତା ପାର୍ଟି) ନିଜର ଧାରଣା-ପ୍ରଦର୍ଶନ ଶେଷ କରିବ କି ନାହିଁ, ସେ ନେଇ ସ୍ପଷ୍ଟ କରିଦେଇଛି। ପ୍ରକୃତରେ, ସୋନମ୍ ୱାଙ୍ଗଚୁକ୍‌ଙ୍କ ଇସ୍ତଫା ପରେ CJP ର ଆଭିମୁଖ୍ୟ ନରମ ପଡ଼ିବ କି ନାହିଁ ବୋଲି ପ୍ରଶ୍ନ ଉଠୁଥିଲା। ଅଭିଜିତ୍ ଦୀପକେ ନିଜର X (ଟ୍ୱିଟର) ପୋଷ୍ଟରେ ଏହା ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ, କେନ୍ଦ୍ର ସରକାର ଗୁରୁବାର ରାତିରେ IAS ବିନୀତ ଯୋଶୀଙ୍କୁ ଶିକ୍ଷା ସଚିବ ପଦରୁ ହଟାଇ ତାଙ୍କ ସ୍ଥାନରେ ନରେଶ ପାଲ୍ ଗଙ୍ଗୱାରଙ୍କୁ ନୂଆ ଶିକ୍ଷା ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏହାକୁ ନେଇ ମଧ୍ୟ CJP ର ସଂସ୍ଥାପକ କଟାକ୍ଷ କରିଛନ୍ତି।

ଦୀପକେ X ରେ ଏକ ପୋଷ୍ଟ କରି କହିଛନ୍ତି, “ସରକାର ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବା ବଦଳରେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଛନ୍ତି।” ସେହିପରି, ଜନ୍ତର-ମନ୍ତରରେ ଆନ୍ଦୋଳନକାରୀଙ୍କୁ ସମ୍ବୋଧିତ କରି ଅଭିଜିତ୍ ଦୀପକେ କହିଛନ୍ତି ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ସେମାନେ ଜନ୍ତର-ମନ୍ତର ଛାଡ଼ିବେ ନାହିଁ।

ଦୀପକେ ଲେଖିଛନ୍ତି ଯେ ଗତକାଲି (ଗୁରୁବାର) ରାତିରେ ଶିକ୍ଷା ସଚିବ ବିନୀତ ଯୋଶୀଙ୍କ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପଶୁପାଳନ ବିଭାଗର ଜଣେ IAS ଅଫିସରଙ୍କୁ ଅଣାଯାଇଛି, ଯାହାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଦୁର୍ନୀତିର ଗମ୍ଭୀର ଅଭିଯୋଗ ରହିଛି। ଅଭିଜିତ୍ ଆହୁରି ଲେଖିଛନ୍ତି ଯେ ପେପର ଲିକ୍ ଏବଂ NEET ସହ ଜଡ଼ିତ ସମ୍ପୂର୍ଣ୍ଣ ସଙ୍କଟ ସିଷ୍ଟମରେ ବ୍ୟାପିଥିବା ଦୁର୍ନୀତିର ହିଁ ପରିଣାମ ଥିଲା। ଦୁର୍ନୀତିର ଗମ୍ଭୀର ଅଭିଯୋଗରେ ଘେରି ରହିଥିବା ଜଣେ ଅଫିସରଙ୍କ ସ୍ଥାନରେ ସେହିଭଳି ଅନ୍ୟ ଜଣେ ଅଫିସରଙ୍କୁ ଆଣିବା ସାରା ଦେଶର ଯୁବବର୍ଗଙ୍କ ପ୍ରତି ସିଧାସଳଖ ଅପମାନ।

CJP ସଂସ୍ଥାପକ କହିଛନ୍ତି, “ସରକାର ଆମଠାରୁ ଏହି ଆପୋଷ ବୁଝାମଣାକୁ ଗ୍ରହଣ କରିବାକୁ ଆଶା କରୁଛନ୍ତି କି? ଏହା ଉତ୍ତରଦାୟିତ୍ୱ ନୁହେଁ। ଯେପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଇଛନ୍ତି, ସେପର୍ଯ୍ୟନ୍ତ ଆମେ ଏବଂ ଆମର ଆନ୍ଦୋଳନ ଅଟକିବ ନାହିଁ।”

ପ୍ରକାଶଯୋଗ୍ୟ ଯେ, ଶିକ୍ଷା ସଚିବ ପଦରୁ ହଟାଯାଇଥିବା ବିନୀତ ଯୋଶୀ ଜୁନ୍ ୩୦ ରେ ସଞ୍ଜୟ କୁମାର ଅବସର ନେବା ପରଠାରୁ ବିଦ୍ୟାଳୟ ଶିକ୍ଷା ସଚିବ ପଦ ମଧ୍ୟ ସମ୍ଭାଳୁଥିଲେ। ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ଥିଲେ। ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟରୁ ବଦଳି କରାଯାଇ ପଞ୍ଚାୟତୀରାଜ ମନ୍ତ୍ରଣାଳୟକୁ ପଠାଯାଇଛି।

ବିନୀତ ଯୋଶୀଙ୍କୁ ୨୦୧୮ ମସିହାରେ NTA ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୧ ପର୍ଯ୍ୟନ୍ତ ସେ ଏହି ପଦରେ ଥିଲେ। ଗତ କିଛି ବର୍ଷ ହେବ NEET, JEE, UGC, CUET ପରି ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ NTA କ୍ରମାଗତ ଭାବେ ପ୍ରଶ୍ନଘେରରେ ରହିଛି।

ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀଙ୍କ ସ୍ଥାନରେ ନରେଶ ପାଲ୍ ଗଙ୍ଗୱାରଙ୍କୁ ଉଚ୍ଚଶିକ୍ଷା ସଚିବ କରାଯାଇଛି। କେନ୍ଦ୍ର ସରକାର ନୌକରଶାହୀ (Bureaucracy) ରେ ବଡ଼ ଧରଣର ଅଦଳବଦଳ କରି ୧୩ ଜଣ ସଚିବ ସ୍ତରୀୟ ନିଯୁକ୍ତି ଏବଂ ବଦଳିକୁ ମଞ୍ଜୁରୀ ଦେଇଛନ୍ତି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ଦାୟିତ୍ୱ ଟି.କେ. ଅନିଲ କୁମାରଙ୍କୁ ଦିଆଯାଇଛି। ଅର୍ଥାତ୍ ଶିକ୍ଷା ମନ୍ତ୍ରଣାଳୟର ଉଭୟ ବଡ଼ ବିଭାଗର ଶୀର୍ଷ ସ୍ତରରେ ପରିବର୍ତ୍ତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?