ଭାଜପା ଯୋଗଦେବେ କି ବିଜେଡି କର୍ପୋରେଟର ଅମରେଶ ଜେନା: ଏମିତି କହିଦେଲେ ଜଗା ପ୍ରଧାନ

ଭୁବନେଶ୍ୱର,୨୪।୧୦: ନାବାଳିକା ବଳାତ୍କାର ମାମଲାରେ ଗିରଫ ହୋଇଥିବା ବିଏମ୍‌ସି ୪୫ ନଂ. ୱାର୍ଡ କର୍ପୋରେଟର ଅମରେଶ ଜେନା ଓରଫ ବାଇଆଁ ପ୍ରାୟ ୩ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ସାରେ ସମର୍ଥକମାନେ ଅମରେଶଙ୍କୁ ସ୍ବାଗତ କରି ଭବ୍ୟ ପଟୁଆରରେ ପାଛୋଟି ନେଇଥିଲେ। ଏହି ସମୟରେ ଅମରେଶ କହିଥିଲେ, ମୋର ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଭୁ ଜଗନ୍ନାଥ ଓ ନ୍ୟାୟାଳୟ ଉପରେ ଭରସା ଥିଲା। ପ୍ରାରମ୍ଭିକ ନ୍ୟାୟ ପାଇଥିବାବେଳେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ନ୍ୟାୟ ପାଇବେ। ଷଡ଼ଯନ୍ତ୍ରକାରୀମାନଙ୍କୁ ଭଗବାନ କ୍ଷମା କରିଦିଅନ୍ତୁ ବୋଲି ସେ କହିଛନ୍ତି। ଅକ୍ଟୋବର ୧୭ରେ ହାଇକୋର୍ଟ ଅମରେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।

ଅମରେଶଙ୍କୁ କେବଳ ତାଙ୍କ ସମର୍ଥକମାନେ ନୁହେଁ, ଭାଜପା ନେତା ଜଗନ୍ନାଥ ପ୍ରଧାନ ଏବହ ତାଙ୍କ ସମର୍ଥକମାନେ ଭବ୍ୟ ସ୍ବାଗତ କରିଥିଲେ। ଜେଲ୍‌ରୁ ଫେରିବା ପରେ ଅମରେଶ ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଅମରେଶ ଜେନାଙ୍କୁ ପ୍ରଶଂସା କରି ଜଗନ୍ନାଥ କହିଛନ୍ତି, ସେ ଲୋକଙ୍କ ଦୁଃଖ ସୁଖର ସାଥୀ। ତେଣୁ ତାଙ୍କ ଦୁଃଖ ଏବଂ ସୁଖରେ ମୁଁ ଅଛି। ବିଜେଡି ଓ ନବୀନ ବାବୁ ଦୁଃଖ ସମୟରେ ତା’ ହାତ ଛାଡିଦେଇଛନ୍ତି। ଅମରେଶଙ୍କ ସହ ଅନ୍ୟାୟ ହୋଇଛି। ଏବେ ସିଏ ବାହାରକୁ ଆସିଛନ୍ତି, ପୂରା ସତ୍ୟାସତ୍ୟ ସାମ୍ନାକୁ ଆସିବ। ଅମରେଶ ଜେନା ଯଦି ହଁ କହିବେ, ତାହେେଲେ ମୁଁ ଭାଜପାକୁ ସ୍ବାଗତ କରିବା ସହ ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବି। ଅମରେଶ ଆସିଲେ ଆହୁରି ମଜଭୁତ ହେବ।

ସୂଚନାଯୋଗ୍ୟ, ବିବାହର ପ୍ରତିଶ୍ରୁତି ଦେଇ ଅମରେଶ ବଳାତ୍କାର କରିଥିବା ଗତ ଜୁଲାଇ ୨୩ରେ ୧୯ ବର୍ଷୀୟା ଜଣେ ପୀଡ଼ିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅମରେଶଙ୍କ ନଁାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତା ନାବାଳିକା ଥିବା ସମୟରୁ ଅମରେଶ ତାଙ୍କ ସହ ଅମାନୁଷିକ କାଣ୍ଡ ଘଟାଇଥିଲେ। ଏପରିକି ପୀଡ଼ିତାଙ୍କ ଗର୍ଭପାତ କରାଇ ତାଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିବା ସହ ଭୁବନେଶ୍ୱର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅମରେଶଙ୍କୁ ଜୁଲାଇ ୨୭ରେ ବାଲେଶ୍ୱରରୁ ଗିରଫ କରିଥିଲା। ଏହାପୂର୍ବରୁ ତାଙ୍କୁ ଫେରାର କରାଇବା ଅଭିଯୋଗରେ ୫ଜଣ ସହଯୋଗୀ ଗିରଫ ହୋଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?