ଖୁବ୍‌ଶୀଘ୍ର ସରିବ ‘ଡିଏନ୍‌ ଫେରିଟେଲ୍‌’

ଭୁବନେଶ୍ୱର,୪।୩: ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଏନ୍‌ ହୋମସ’ର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ ‘ଡିଏନ ଫେରିଟେଲ’ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଡିଏନ୍‌ ହୋମସ ପକ୍ଷରୁ ଗୁରୁବାର ସ୍ଥାନୀୟ ପାତ୍ରପଡାଠାରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲା। ଏହି ଅବସରରେ ଡିଏନ୍‌ ହୋମ୍‌ସର କାର୍ଯ୍ୟନିର୍ବାହୀ ଭାଇସ ପ୍ରେସିଡେଣ୍ଟ ଶ୍ୟାମସୁନ୍ଦର ପାଢ଼ୀ ଉକ୍ତ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋକପାତ କରି କହିଥିଲେ, ୨୦୧୯ରେ ଉକ୍ତ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଏପରିକି ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆମେ ସମ୍ପୂର୍ଣ୍ଣ କରିବାକୁ ଯାଉଛୁ ବୋଲି ପାଢ଼ୀ ମତବ୍ୟକ୍ତ କରିଛନ୍ତି। ସେହିଭଳି ଡିଏନ୍‌ ହୋମ୍‌ସ ସବୁବେଳେ ଗ୍ରାହକଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇଥାଏ। ଏପରିକି ଗ୍ରାହକଙ୍କର ବିଶ୍ୱାସ ଓ ଭରସାକୁ ପୁଞ୍ଜିକରି ସଂସ୍ଥା ଆଗକୁ ବଢ଼ିଥାଏ ବୋଲି ସେ କହିଛନ୍ତି। ସେହିପରି କମ୍ପାନୀର ଭାଇସ୍‌ ପ୍ରେସିଡେଣ୍ଟ ସେଲ୍‌ସ ନିଖିଲ ବାଜପେୟୀ କହିଥିଲେ, ଉକ୍ତ ପ୍ରକଳ୍ପ ଉଭୟ ଶିଶୁ ଓ ବୟସ୍କମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରକଳ୍ପର ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ବିଶେଷକରି ଏହାର ଗ୍ରାହକମାନଙ୍କ ପାଇଁ ଜଗିଂ ଟ୍ରାକ୍‌, ଶୀତତାପ ନିୟନ୍ତ୍ରିତ ଜିମ୍‌, ସୁଇମିଂ ପୁଲ୍‌, କିଡ୍‌ସ ପୁଲ୍‌, ଫିସ୍‌ ପଣ୍ଡ, ଶପିଂ ସେଣ୍ଟର, ଟେନିସ କୋର୍ଟ, କ୍ରିକେଟ ନେଟ୍‌ ପ୍ରାକ୍ଟିସ, ଆମ୍ପି ଥଏଟର, ରେଷ୍ଟୁରାଣ୍ଟ, କାଫେଟେରିଆ, ତିନିଥାକିଆ ସିକ୍ୟୁରିଟି ବ୍ୟବସ୍ଥା ସହ ଅନ୍ୟାନ୍ୟ ବହୁ ସୁବିଧା ସୁଯୋଗ ରହିଛି ା ଅପରପକ୍ଷରେ ଇଶ୍ୱରଙ୍କ ଆଶୀର୍ବାଦ ଓ ଗ୍ରାହକମାନଙ୍କ ସହଯୋଗରୁ ୭୦୮ଫ୍ଲାଟ ବିଶିଷ୍ଟ ଉକ୍ତ ପ୍ରକଳ୍ପର କାମ ଖୁବଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ବାଜପେୟୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉକ୍ତ ପ୍ରକଳ୍ପ ଯୋଗୁ ସମଗ୍ର ମଦନପୁର ଓ ଦୁର୍ଗାପୁର ଅଞ୍ଚଳର ସାମାଜିକ ଭିତ୍ତିଭୂମିର ବିକାଶ ସହ ସ୍ଥାନୀୟ ବାସିନ୍ଦାମାନଙ୍କର ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ଘଟିବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri