Posted inଖେଳ

ରାହାନେଙ୍କୁ ପ୍ରଶଂସା କଲେ ମୋ ବିରୋଧରେ ମୁମ୍ବାଇ ଖେଳାଳିଙ୍କୁ ସମର୍ଥନ କରୁଥିବା ଅଭିଯୋଗ ଆସିବ : ଗାଭାସ୍କର

ମେଲବୋର୍ନ, ୨୬।୧୨- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱକୁ ବହୁ ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି। ଏହି ତାଲିକାରେ ଅଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର। ହେଲେ ରାହାନେଙ୍କ ନେତୃତ୍ବରେ ତାଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ।

ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁସ୍ଥିତିରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ଭାର ସମ୍ଭାଳୁଥିବା ରାହାନେ ଜବରଦସ୍ତ ଫିଲ୍ଡ ପୋଜିଶନ ଓ ବୋଲିଂ ଚେଞ୍ଜ କରି ଘରୋଇ ଅଷ୍ଟ୍ରେଲିଆ ଦଳକୁ ୭୨.୩ ଓଭରରେ ୧୯୫ ରନ୍‌ରେ ସୀମିତ ରଖିଥିଲେ। ରାହାନେଙ୍କ ନେତୃତ୍ୱ ସମ୍ପର୍କରେ ଗାଭାସ୍କରଙ୍କୁ ମତ ଲୋଡ଼ାଯିବା ପରେ ସେ କହିଥିଲେ, ଏତେ ଶୀଘ୍ର ସିଦ୍ଧାନ୍ତରେ ପହଞ୍ଚତ୍ବା ଉଚିତ ନୁହେଁ। ଯଦି ତାଙ୍କ ନେତୃତ୍ୱକୁ ମୁଁ ପ୍ରଶଂସା କରେ, ତେବେ ପୁଣି ଥରେ ମୁମ୍ବାଇ ଖେଳାଳିଙ୍କୁ ସମର୍ଥନ କରୁଥିବା ଟ୍ୟାଗ ମୋ ଉପରେ ଲଗାଯିବ। ରାହାନେ ନୂଆ ନୂଆ ନେତୃତ୍ୱ ସମ୍ଭାଳୁଥିବାରୁ ମୁଁ ଏତେ ଶୀଘ୍ର କିଛି କହିବା ଉଚିତ ହେବ ନାହିଁ ବୋଲି ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର ପ୍ରସାରଣକାରୀ ଚ୍ୟାନେଲ ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri