କୃଷକଙ୍କ ବାଡ଼ିରେ ଫଳିଛି ୩ କେଜିର ଲେମ୍ବୁ, ଦେଖିବା ପାଇଁ ନାହିଁ ନ ଥିବା ଭିଡ଼

ଚଣ୍ଡିଗଡ଼,୨୬ା୧୨: ହରିୟାଣାର ଆଦାମପୁରର କିଶନଗଡ଼ ଗ୍ରାମ ନିବାସୀ କୃଷକ ବିଜେନ୍ଦ୍ର ଥୋରିଙ୍କ ବାଡ଼ିରେ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଯେଉଁଠାରେ ଲେମ୍ବୁଗୁଡ଼ିକ ତରଭୁଜ ଆକାରର ଫଳିଛି। ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ସତ।

ବିଜେନ୍ଦ୍ରଙ୍କ ବାଡ଼ିରେ ଫଳିଥିବା ତରଭୁଜ ଆକାରର ଲେମ୍ବୁ ଦେଖିବାକୁ ଦୂରଦୂରାନ୍ତରୁ ବହୁ ଲୋକ ଆସୁଛନ୍ତି। ଖାଲି ଆସନ୍ତି ନାହିଁ ଯିବାବେଳେ ସାଙ୍ଗରେ ନେବା ପାଇଁ ମଧ୍ୟ ଆଦୌ ଭୁଲନ୍ତି ନାହିଁ। ଏହି ଲେମ୍ବୁର ଓଜନ ୩.୫୦ କେଜିରୁ ଅଧିକ ହେବ। ଏତେ ବଡ଼ବଡ଼ ଆକାରର ଲେମ୍ବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଖୁବ୍‌ଶୀଘ୍ର ବିଜେନ୍ଦ୍ର ଗିନିଜ୍‌ ବୁକ୍‌ ଅଫ ଓ୍ବାଲର୍‌ଡ ରେକର୍ଡରେ ପଞ୍ଜୀକରଣ ପାଇଁ ଆବେଦନ କରିବେ ବୋଲି କହିଛନ୍ତି।


ବିଜେନ୍ଦ୍ର କୁହନ୍ତି, କିଛି ବର୍ଷ ପୂର୍ବେ ସେ ତାଙ୍କର ୭ ଏକର ଜମି ପାଇଁ ପଞ୍ଜାବରୁ ଲେମ୍ବୁ ଚାରା କିଣି ଆଣିଥିଲେ। ବର୍ତ୍ତମାନ ଏହି ଲେମ୍ବୁ ଫଳିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଲେମ୍ବୁଗୁଡ଼ିକ ତରଭୁଜ ଆକାରର।


ଯେତେବେଳେ ଗ୍ରାମବାସୀ ଗଛରୁ ଲେମ୍ବୁ ତୋଳି ରଖିଥିଲେ ଏହାର ଓଜନ ୨ କିଲୋଗ୍ରାମ ୪୬୪ ଗ୍ରାମ ଥିଲା। ତା’ ପରଠାରୁ ଫଳୁଥିବା ଲେମ୍ବୁଗୁଡ଼ିକ ୩ କେଜିରୁ ଅଧିକ ଓଜନର ହେଉଛି। ସେ କହିଛନ୍ତି, ଏଥିରେ କେବଳ ଜୈବିକ ସାର ଦିଆଯାଇଛି। ଯେଉଁଥିପାଇଁ ଲେମ୍ବୁର ଓଜନ ଏତେ ବୃଦ୍ଧି ପାଇଛି। କିଛି ଲୋକ କୁହନ୍ତି, ଏହିପରି ଲେମ୍ବୁ ଇସ୍ରାଏଲରେ ମିଳିଥାଏ, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଯେ ଏଠାରେ ଏତେ ବଡ଼ବଡ଼ ଲେମ୍ବୁ ଦେଖିବାକୁ ମିଳିଛି।

ବିଜେନ୍ଦ୍ର କୁହନ୍ତି, ଏହି ଲେମ୍ବୁ ପାଣି ଯେଉଁମାନେ ପିଇଛନ୍ତି ତାଙ୍କର ଷ୍ଟୋନ୍‌ ରୋଗ ଭଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃଣମୂଳରେ ଫାଟ ଆଶଙ୍କା: କ୍ୟାବିନେଟ୍‌ ବୈଠକରେ ଯୋଗ ଦେଲେନି ମନ୍ତ୍ରୀ ଶୁଭେନ୍ଦୁ

କୋଲକାତା,୧୨।୧୧: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ପରେ ମମତାଙ୍କ...

ବର୍ଷା ତୁଷାରପାତ: ଚାର୍‌ଧାମ୍‌ ଯାତ୍ରା ବାଧାପ୍ରାପ୍ତ

ଡେରାଡୁନ୍‌,୨୫।୫: ପ୍ରବଳ ବର୍ଷା ସାଙ୍ଗକୁ ତୁଷାରପାତ ଯୋଗୁ ପ୍ରସିଦ୍ଧ ଚାର୍‌ଧାମ ଯାତ୍ରା ମଙ୍ଗଳବାର ବାଧାପ୍ରାପ୍ତ ହୋଇଛି। ଫଳରେ କେଦାରନାଥ ଓ ଯମୁନୋତ୍ରୀ ମନ୍ଦିର ଅଭିମୁଖେ ଯାଉଥିବା...

ସର୍ଭିକାଲ କ୍ୟାନସର ସ୍ବଦେଶୀ ଟିକାକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୬।୬ : ସେରମ ଇନଷ୍ଟିଚ୍ୟୁଟର କ୍ୱାଡି ଭେଲଣ୍ଟ ହ୍ୟୁମାନ ପାପିଲୋମାଭାଇରସ ଟିକାକୁ ଡିସିଜିଆଇର ବିଶେଷଜ୍ଞ କମିଟି ଦ୍ୱାରା ଅନୁମୋଦନ କରାଯାଇଛି। ଏହି ସ୍ବଦେଶୀ ଟିକା...

ଆଜି ଅଟଳଜୀଙ୍କ ଅନୁପସ୍ଥିତି ଅନୁଭବ କରୁଛି: ମେହବୁବା ମୁଫ୍‌ତି

ଶ୍ରୀନଗର,୫ା୮: ଜମ୍ମୁ-କଶ୍ମୀରରେ ଏବେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା। ସୋମବାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ବଡ...

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ  କରୋନାରେ ପୀଡ଼ିତ ହୋଇଛନ୍ତି। ଦ୍ୱିତୀୟ ଥର ତାଙ୍କର କରୋନା ଯାଞ୍ଚ କରାଯାଇଥିବା ବେଳେ ବୁଧବାର ଆସିଥିବା ରିପୋର୍ଟରେ କରୋନା...

ଭୁଲ ଭାବେ ମହିଳାଙ୍କ କେଶ କାଟିବା ପଡ଼ିଲା ମହଙ୍ଗା: ଏବେ ସେଲୁନକୁ ଦେବାକୁ ପଡ଼ିବ ୨ କୋଟି ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀର ଏକ ସେଲୁନରେ ଭୁଲ ଭାବେ ମହିଳାଙ୍କ କେଶ କାଟିବା ମହଙ୍ଗା ପଡିଛି। ଫଳରେ ସେଲୁନକୁ ୨ କୋଟି ଟଙ୍କାର କ୍ଷତି ପୂରଣ ଏବେ...

୮୮ ବର୍ଷ ପରେ କୋସି ନଦୀ ଉପରେ ଟ୍ରେନ୍‌ ଚଳାଚଳ ଆରମ୍ଭ …

ପାଟନା, ୭।୫ : ବିହାରର ଉତ୍ତର-ପୂର୍ବ ଭାଗକୁ ମିଥିଲାଞ୍ଚଳରେ କୋସି ନଦୀ ସବୁଠାରୁ ବିନାଶକାରୀ ନଦୀ ଭାବରେ ଜଣାଶୁଣା । କୋସିକୁ ବିହାରର ଦୁଃଖ ବୋଲି...

ବୋହୂଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ନେଲେ ଏମିତି ନିଷ୍ପତ୍ତି

ଗୁରୁଗାଓଁ,୨୫।୧୨: ଦିଲ୍ଳୀର ଗୁରୁଗାଓଁରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘରେ କାମ କରୁଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ଏବଂ ଦିଅର...

Advertisement
Archives

Model This Week