ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହେଲା ବିରଳ ହଳଦିଆ ପେଙ୍ଗୁଇନ୍‌!

ତିବଲିସି,୨୧ ।୨: ପେଙ୍ଗୁଇନ୍ ସାଧାରଣତଃ ଧଳା ଓ କଳା ରଙ୍ଗର ହୋଇଥିବା ବେଳେ ସେମାନଙ୍କ ବେକ ନିକଟରେ ଏକ ହଳଦିଆ ପ୍ୟାଚ ଥାଏ । କିନ୍ତୁ ଦକ୍ଷିଣ ଜର୍ଜିଆର ଜଣେ ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ହଳଦିଆ ରଙ୍ଗର ଏକ ପେଙ୍ଗୁଇନର ଚିତ୍ର ଉତ୍ତୋଳନ କରିଥିବା କହିଛନ୍ତି । ଯାହା ଦୁର୍ଲଭ ବୋଲି କୁହାଯାଉଛି । ଫଟୋରେ ଏହ ହଳଦିଆ ଓ ଧଳା ରଙ୍ଗର ପେଙ୍ଗୁଇନ୍ ପାଣିରେ ପହଁରୁଥିବା ଦେଖାଯାଇଛି । ଉକ୍ତ ଫଟୋଗ୍ରାଫର କହିଛନ୍ତି ଯେତେବେଳେ ସେ ଏହି ହଳଦିଆ ପେଙ୍ଗୁଇନକୁ ଦେଖିଲେ ସେତେବେଳେ ଏହାକୁ ସେ ସହଜରେ ବିଶ୍ୱାସ କରିପାରିଲେ ନାହିଁ । କାରଣ ଧଳା ଓ କଳା ରଙ୍ଗର ପେଙ୍ଗୁଇନଙ୍କ ଭିତରେ ଏହି ହଳଦିଆ ପେଙ୍ଗୁଇନଟି ଥିଲା । ୱାଇଲ୍ଡଲାଇଫ୍ ଫଟୋଗ୍ରାଫର ୟିବସ ଏଡମ୍ସ ଆଣ୍ଟାର୍କଟିକା ଓ ଦକ୍ଷିଣ ଆଟଲାଣ୍ଟିକ ମଧ୍ୟରେ ଦୁଇମାସର ଫଟୋଗ୍ରାଫି ଏକ୍ସପିଡିଶନର ମୁଖ୍ୟ ଭାବେ କାମ କରୁଛନ୍ତି । ଏହି ସମୟରେ ସେ ଏହି ବିରଳ ପେଙ୍ଗୁଇନର ଫଟୋ ଉଠାଇଥିବା ପ୍ରକାଶ କରିଛନ୍ତି । ଏଡମ୍ସ କହିଛନ୍ତି ୩୦ ବର୍ଷ ପୂର୍ବେ ତାଙ୍କର ଦକ୍ଷିଣ ଜର୍ଜିଆ ଯିବାର ସ୍ୱପ୍ନ ଥିଲା । ଯେତେବେଳେ ସେ ସାର୍ ଡେଭିଡଅଟନବରୋଙ୍କ ଡକ୍ୟୁମେଣ୍ଟାରୀରେ ହଳଦିଆ ପେ୍‌ଗୁଇନ୍ ଦେଖିଥିଲେ ସେତେବେଳଠାରୁ ସେ ଏହାକୁ ଖୋଜୁଥିଲେ ବୋଲି କହିଛନ୍ତି । ଆଉ ଦୀର୍ଘ ୩ ବର୍ଷ ପରେ ଏହା ପୂରଣ ହୋଇଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri