ବନ୍ୟପ୍ରାଣୀଙ୍କ ଉତ୍ପାତ: ଚିନ୍ତାରେ ଚାଷୀ

ବେଗୁନିଆ, ୨୮।୯(ଡି.ଏନ୍‌.ଏ): ବେଗୁନିଆ ବ୍ଲକ ଅଞ୍ଚଳରେ ପ୍ରାକୃତିକ ବିପର୍ଯ୍ୟୟ ଓ ବନ୍ୟପ୍ରାଣୀଙ୍କ ଉତ୍ପାତ ଯୋଗୁ ଚାଷୀଙ୍କ ଦୁଃଖ ବଢୁଛି। ଏଥିଯୋଗୁ କିଛିବର୍ଷ ହେଲା ଧାନ ଓ ପନିପରିବା ଫସଲ ନଷ୍ଟ ହେବାରେ ଲାଗିଛି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଚାଷୀ ଅସନ୍ତୋଷ ଦେଖାଦେଇଛି। ସରକାରଙ୍କ ପକ୍ଷରୁ ଯେତିକି କ୍ଷତିପୂରଣ ସହାୟତା ମିଳୁଛି ତାହା ଭରଣା କରିପାରୁନାହିଁ। ଫଳରେ ଚାଷରୁ ମୁହଁ ଫେରାଇ ଚାଷୀ ହତାଶ ହୋଇବସୁଛି।
କୃଷି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୭ବର୍ଷ ମଧ୍ୟରେ ହାତୀ ପଲ ୮ଶହ ଏକର ଧାନ ଓ ୧୫୦ ଏକର ପନିପରିବା ଫସଲ ନଷ୍ଟ କରିଥିବା ପ୍ରାଥମିକ ଆକଳନ କରାଯାଇଥିଲା। ବାର୍‌ହା ପଲଙ୍କ ଯୋଗୁ ୬୦୦ ଏକର ପାଚିଲା ଧାନ ଫସଲ ହାନି ହୋଇଥିଲା। ହାତୀ ଓ ବାର୍‌ହା ଆକ୍ରମଣରେ ଏହି ବ୍ଲକର ହଜ ଅଞ୍ଚଳରେ ୨, ଗୋଡ଼ା ଅଞ୍ଚଳରେ ୨ ଏବଂ ଦଲକ ଅଞ୍ଚଳରୁ ଜଣଙ୍କୁ ମିଶାଇ ମୋଟ ୫ଜଣଙ୍କ ଜୀବନ ଯାଇଛି। ସେହିପରି ୪ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ସମ୍ପ୍ରତି ପୁଣି କିଛି ଦିନ ହେଲା ହାତୀ ଓ ବାର୍‌ହା ପଲ ଉତ୍ପାତ ଯୋଗୁ ବେଗୁନିଆ ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ ହାନି ହୋଇଛି। ଚଳିତ ଖରିଫ ଋତୁରେ ବେଗୁନିଆ ବ୍ଲକ ଅଧୀନ ହଜ୍‌, ସିକୋ, ହୀରାପୁର, ବୋତଳମା, ଦେଉଳି, ଗୋବିନ୍ଦପୁର ଓ ଶଗଡ଼ଭଙ୍ଗା ପଞ୍ଚାୟତର ୪୦ରୁ ଊଦ୍ଧର୍‌ବ ଗାଁର ବହୁ ଚାଷୀଙ୍କ ଧାନ ଓ ପରିବା ଫସଲ ନଷ୍ଟ ହୋଇଛି। ଶନିବାର ରାତିରେ ହାତୀପଲ ହଜ ପଞ୍ଚାୟତ ନିଧିପୁର ଓ ମୁକ୍ତାପୁର ଗ୍ରାମର ମାଗୁଣି ଜେନା, କିଶୋର ଜେନା, ଗଦାଧର ଜେନାଙ୍କ ସହିତ କେତେଜଣ ଚାଷୀଙ୍କ ବ୍ୟାପକ ରୁଆ ଧାନ ଫସଲ ନଷ୍ଟ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ବନ ବିଭାଗ ଓ କୃଷି ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରୁଛନ୍ତି। ମାତ୍ର ସୁଫଳ ମିଳୁନାହିଁ। ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ ପକ୍ଷରୁ ଏକର ପିଛା ୧୦ରୁ ୧୨ ହଜାର ଟଙ୍କା କ୍ଷତିପୂରଣ ମିଳୁଛି, ମାତ୍ର ତାହା ଚାଷୀଙ୍କ କ୍ଷତି ଭରଣା କରିପାରୁ ନାହିଁ ବୋଲି ଭାଗୀରଥି ଦଳସିଂହରାୟ, କ୍ଷେତ୍ରବାସୀ ପରିଡ଼ା ଏବଂ ବିଶ୍ୱମ୍ବର ମାଝି ପ୍ରମୁଖ ଚାଷୀ କହିଛନ୍ତି। କେତେଜଣ ଚାଷୀଙ୍କ କହିବା ଅନୁଯାୟୀ, ଗତ ୭ବର୍ଷ ହେଲା ଚନ୍ଦକା ଜଙ୍ଗଲରୁ ହାତୀପଲ ଆସି ବେଗୁନିଆ ବ୍ଲକର ନାରଗୋଦା ଗ୍ରାମ୍ୟ ଜଙ୍ଗଲରେ ରହୁଛନ୍ତି। ସେହି ସମୟରେ ୨ରୁ ୩ଟି ହାତୀଙ୍କୁ ଦେଖିବାକୁ ମିଳିଥିଲା। ବର୍ଷକୁ ବର୍ଷ ସେମାନେ ବଂଶ ବିସ୍ତାର କରୁଛନ୍ତି। ଏହି ପଲ ମଧ୍ୟରେ ଏବେ ୪ଟି ଛୁଆ ସହ ୭ଟି ମା’ ହାତୀ ରହିଥିବା ଦେଖିବାକୁ ମିଳିଛି। ସା ହେଲେ ହାତୀପଲ ବିଭିନ୍ନ ଗାର୍ଁରେ ପଶି ସମ୍ପତ୍ତି ନଷ୍ଟ କରିବା ସହ ଜୀବନ ନେଉଛନ୍ତି। ଆଉ କେତେବେଳେ ଚାଷଜମିକୁ ଯାଇ ଫସଲ ଉଜାଡ଼ୁଛନ୍ତି। ଯଦି ସରକାରଙ୍କ ହସ୍ତକ୍ଷେପରେ ବନ ବିଭାଗ ପକ୍ଷରୁ ହାତୀପଲକୁ ଆୟତ୍ତ କରାଯାଇ ଚନ୍ଦକା ଜଙ୍ଗଲକୁ ନିଆଯାଇପାରନ୍ତା, ତାହାହେଲେ ଚାଷୀଙ୍କ ଦୁଃଖ ଲାଘବ ହୁଅନ୍ତା। ସୂଚନାଯୋଗ୍ୟ, ୨୦୧୨ରୁ କ୍ରମାଗତ ଭାବେ ଏହି ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଅଦିନିଆ ବର୍ଷାରେ ଫସଲ ହାନି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ ମରୁଡି ପରିସ୍ଥିତି, ରୋଗ ପୋକ ଆଦି କାରଣରୁ ଫସଲ ହାନି ଘଟିଥିଲା। ପୁଣି ଏବେ ବନ୍ୟଜନ୍ତୁଙ୍କ ଉତ୍ପାତ ଚାଷୀଙ୍କ ଅଣ୍ଟା ଦୋହଲାଇ ଦେବା ଆଶଙ୍କା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳ, ସୁରଟରୁ ଫେରିଲେ ମୋହନାର ୧୨ପ୍ରବାସୀ

ଆର.ଉଦୟଗିରି,୯।୫(ଡି.ଏନ୍‌.ଏ): ଗଜପତି ଜିଲାର ମୋହନା ବ୍ଲକକୁ କେରଳ ଓ ସୁରତରୁ ୧୨ଜଣ ପ୍ରବାସୀ ଓଡ଼ିଆ ଆସିଥବା ଜଣାପଡିଛି। ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେସନରେ...

୧୨କିମି ରାସ୍ତା ନିର୍ମାଣ ପାଇଁ ବିତିଲାଣି ୩ବର୍ଷ

ବେଗୁନିଆ,୧୫ା୧୦(ଡି.ଏନ୍‌.ଏ.): ଯାତ୍ରୀଙ୍କ ସୁରକ୍ଷିତ ଗମନାଗମନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁଁ...

ତାଲା ଭାଙ୍ଗି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ଚୋର

ବାସୁଦେବପୁର,୨୨ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରୁ ଚୋରି ହୋଇଛି। ଦୋକାନୀ ପ୍ରେମ ଆନନ୍ଦ...

ଡିଏସ୍‌ଡବ୍ଲ୍ୟୁଓ ନିଲମ୍ବିତ

ମାଲକାନଗିରି, ୧୫ା୧(ସ୍ବ.ପ୍ର.): ମାଲକାନଗିରି ଡିଏସ୍‌ଡବ୍ଲ୍ୟୁଓଙ୍କୁ ମଙ୍ଗଳବାର ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅନିୟମିତତା, ମାଲକାନଗିରି ସିଡିପିଓ ବିପୁଳା ସରକାରଙ୍କୁ ପଦୋନ୍ନତିରେ ସହଯୋଗ କରିବାରେ ସମ୍ପୃକ୍ତ ଥିବା ଦର୍ଶାଇ...

୨୭କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୬।୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ରଣପୁର ପୋଡଚୁଆଁ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚଢାଉ...

ପୁରୀରୁ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଲା

ପୁରୀ ଅଫିସ, ୮।୬: ପୁରୀ ଜିଲାରୁ ସୋମବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ...

ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି, ୨୧ା୩ : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ ପରେ ଗୁଳିକରି...

କାମରେ ଆସୁନି ଏକ୍ସ-ରେ ମେଶିନ

କୋକସରା,୩୧ା୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଆସୁନି ଏକ୍ସ-ରେ ମେଶିନ। ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ...

Advertisement
Archives

Model This Week