ବନ୍ଧାହେଲେ ୫ ସ୍ତ୍ରୀଙ୍କ ସ୍ବାମୀ: ଲାଇନ୍‌ରେ ଥିଲେ ଆହୁରି ୪୯ ଜଣ, ପୂରା ଘଟଣା ଜାଣିଲେ…

ଭୁବନେଶ୍ୱର,୩।୮: ରାଜଧାନୀରେ ୫ ସ୍ତ୍ରୀଙ୍କ ସ୍ବାମୀ ବନ୍ଧା ହୋଇଛନ୍ତି। ତେବେ ତାଙ୍କ ଲାଇନ୍‌ରେ ଆଉ ୪୯ ଜଣ ଥିବା ଜଣାପଡ଼ିଛି। ଏହି ଘଟଣାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରେସମିଟ କରି ପର୍ଦ୍ଦାଫାସ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଯାଜପୁର ଭିଙ୍ଗାରପୁରର ସତ୍ୟଜିତ ବୋଲି ଜଣାପଡ଼ିଛି। ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ବାୟୋଡାଟାରେ ଦର୍ଶାଇ ମହିଳାଙ୍କୁ ଠକୁଥିଲେ। ଅନ୍ୟପକ୍ଷେ ମହିଳା ପୋଲିସଙ୍କ ଚାଟିଂ କରି ଦୁବାଇରୁ ଭୁବନେଶ୍ବର ଫେରିଥିଲେ। ତାଙ୍କର ଏହି ନିଷ୍ପତ୍ତି ତାଙ୍କୁ ଫସାଇଥିଲା। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲେ ବୋଲି କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି। ସତ୍ୟଜିତ୍‌ଙ୍କ ଠାରୁ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ ଜବତ ହୋଇଛି। ୩ ବ୍ୟାଙ୍କ ଆକାଉଣ୍ଟ ସିଜ, ବିବାହ ସମ୍ପର୍କିତ ଡକ୍ୟୁମେଣ୍ଟ ଜବତ ହୋଇଥିବା କମିଶନର ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଯାଞ୍ଚ କରି ଫେରିବା ପରେ ଏହି ବଡ଼ ସୂଚନା ଦେଲେ ଶ୍ରୀମନ୍ଦିର ପ୍ରଶାସକ, କହିଲେ ଆଗକୁ …

ପୁରୀ,୧୮ା୯: ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୁଧବାର ଲେଜର ସ୍କାନିଂ ହୋଇଛି। ଏଏସ୍‌ଆଇ ଏଡିଜି ଜାନ ଭିଜ ଶର୍ମାଙ୍କ ନେତୃତ୍ୱରେ ଆଜି ୧୭ ଜଣିଆ ଟିମ୍‌ ଯାଞ୍ଚ କରିବା...

ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା...

ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

କଟକ,୧୮ା୯: ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ...

ଆସନ୍ତା ୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି: ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଆଣିଲେ ଓ୍ବାର୍ଡ ସଭ୍ୟ

ଛତ୍ରପୁର,୧୮ା୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠୀଙ୍କ ନିଜ ମନମୁଖୀ କାର୍ଯ୍ୟ ନେଇ ଓ୍ବାର୍ଡ...

ସୁଭଦ୍ରା ଟଙ୍କା ପାଇଁ ଠେଲାପେଲା: ମେସେଜ ଆସିନଥିବାରୁ ବ୍ୟାଙ୍କରେ ଭୟଙ୍କର ଭିଡ

ବରୀ,୧୮ା୯(ମହେନ୍ଦ୍ର ସ୍ୱାଇଁ): ସାରା ଓଡ଼ିଶାରେ ଏବେ ସୁଭଦ୍ରା ଚର୍ଚ୍ଚା। ଯୁଆଡେ ଦେଖିଲେ ସମସ୍ତଙ୍କ ମୁହଁରେ ସୁଭଦ୍ରା ଟଙ୍କା ଆସିଲା କି ନାହିଁ ପ୍ରଶ୍ନ। ଏହାରି ମଧ୍ୟରେ...

କାହିଁକି ଆକାଉଣ୍ଟକୁ ଗଲା ନାହିଁ ସୁଭଦ୍ରା ଟଙ୍କା, ଏହାର ବଡ଼ କାରଣ କହିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୯: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଥିବା କହିଛନ୍ତି...

ବାଲେଶ୍ବର ବନ୍ୟାଞ୍ଚଳ ବୁଲି ମୁଖ୍ୟମନ୍ତ୍ରୀ କହିଲେ ସ୍ଥିତି…

ବାଲେଶ୍ୱର,୧୮।୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲାରେ ବନ୍ୟାସ୍ଥିତି ଉଦ୍‌ବେଗଜନକ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ  ଏଭଳି ସୂଚନା ଦେଇଛନ୍ତ। ଉପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri