Posted inଫୁରସତ

ଭଗବାନଙ୍କ ମୂର୍ତ୍ତି ନିକଟରେ ବସି ବ୍ୟକ୍ତି କହିଲେ ଘରେ ସ୍ତ୍ରୀ ଝଗଡ଼ା କରୁଛନ୍ତି, ଉପରୁ ଶୁଭିଲା ଏମିତି ବାଣୀ

ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଶେୟାର କରନ୍ତି, ଯାହା ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ଏକ ଭିଡିଓ ଶେୟାର କରିଛନ୍ତି, ଏଥିରେ ଜଣେ ବ୍ୟକ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ନିକଟରେ ମନ ଦୁଃଖରେ ବସି ପ୍ରାର୍ଥନା କରୁଛନ୍ତି। ଏହା ପରେ ଉପରୁ ଏମିତି ଶବ୍ଦ ଆସୁଛି ଯାହା ଶୁଣି ସେ ଭୟରେ ଦୌଡ଼ି ପଳାଉଛନ୍ତି।

ହର୍ଷ ଶେୟାର କରିଥିବା ଭିଡିଓରେ ବ୍ୟକ୍ତି ଜଣକ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ନିକଟରେ ବସି ହାତ ଯୋଡ଼ି କହୁଛନ୍ତି, ହେ ପ୍ରଭୁ, ବିମୁଦ୍ରୀକରଣରେ ବହୁ କ୍ଷତି ହେଲା, ଜିଏସ୍‌ଟିରେ ବହୁତ ଅସୁବିଧା, ପେଟ୍ରୋଲ ଦର ବି ବଢ଼ିଚାଲିଛି, ଶେୟାର ମାର୍କେଟ କ୍ଷତିରେ ଚାଲିଛି, ବିଦ୍ୟୁତ କର୍ମଚାରୀ ହଇରାଣ କରୁଛନ୍ତି, ଏବେ ପୁଣି ଲକ୍‌ଡାଉନ ଆରମ୍ଭ ହେଲାଣି ଏହି ସମୟରେ ସ୍ତ୍ରୀ ଘରେ ଝଗଡ଼ା କରୁଛନ୍ତି। ମୁଁ କ’ଣ କରିବି ପ୍ରଭୁ? ଏହି ସମୟରେ ଉପରୁ ଶୁଣାଗଲା ଦେଖ ଭାଇ, ଏବେ କରୋନା ଚାଲିଛି, ଆସିବାର ଅଛି ତ ଉପରକୁ ଚାଲିଆ। ଏହା ଶୁଣି ବ୍ୟକ୍ତି ଜଣକ ଭୟରେ ଦୌଡ଼ି ପଳାଉଛନ୍ତି।

ଭିଡିଓଟିକୁ ହର୍ଷ ମାର୍ଚ୍ଚ ୨୧ରେ ଶେୟାର କରିଥିଲେ। ବର୍ତ୍ତମାନ ସୁଦ୍ଧା ୧୫୦୦୦ ଲୋକ ଏହାକୁ ଦେଖିସାରିଲେଣି। ଏଥିସହ ଲାଇକ୍‌ କମେଣ୍ଟ ବି ବଢ଼ି ଚାଲିଛି। ୧୦୦ରୁ ଊର୍ଦ୍ଧ୍ୱ ୟୁଜର ରିଟୁଇଟ୍‌ ବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri