ସ୍ତ୍ରୀ, ପ୍ରେମିକ ଜେଲ ଗଲେ

ରାଜକନିକା,୨୯ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଭାମଣ୍ଡା ଗ୍ରାମର ନୃସିଂହନାଥ ମନ୍ଦିର ପୂଜକ ରଙ୍ଗାଧର ଦାଶଙ୍କ ମୃତଦେହ ମିଳିବାର ୬ ଦିନ ପରେ ରାଜକନିକା ଥାନା ପୋଲିସ ମୃତକଙ୍କ ସ୍ତ୍ରୀ ରତ୍ନମଣି ଓ ତାଙ୍କ ପ୍ରେମିକ ଅସିତ ଶତପଥୀଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି। ମୃତକଙ୍କ ବଡ଼ଭାଇ ଗଙ୍ଗାଧର ଦାସଙ୍କ ଅଭିଯୋଗକୁ ଭିତ୍ତିକରି ରାଜକନିକା ଥାନା ପୋଲିସ ଭାରତୀୟ ଦଣ୍ଡବିଧି ଆଇନ ଦଫା ୩୦୨/୩୪ରେ ଏକ ମାମଲା(ନଂ.୨୯୨/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉଭୟଙ୍କୁ ପୋଲିସ ଶନିବାର କଟକ ଓଏମ୍‌ପି ଅଞ୍ଚଳରୁ ଉଠାଇ ଆଣି ପଚରାଉଚରା କରିବା ପରେ ରବିବାର ଗିରଫ ଦର୍ଶାଇ କୋର୍ଟ ଚାଲାଣ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାରେ ଉଭୟଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବ ବୋଲି ରାଜକନିକା ଥାନା ଅଧିକାରୀ ବିଲ୍ବମଙ୍ଗଳ ସେଠୀ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଧୀନ ସିହୋପଡ଼ା ପଞ୍ଚାୟତର ଭାମଣ୍ଡା ଗ୍ରାମରେ ଗତ ୧୭ ତାରିଖରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଅବୈଧ ସମ୍ପର୍କରୁ ପ୍ରେମିକ ସହ ମିଶି ସ୍ତ୍ରୀ ରତ୍ନମଣି ନିଜ ସ୍ବାମୀଙ୍କୁ ହତ୍ୟା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ଖୋଦ ମୃତକଙ୍କ ପରିବାର ଲୋକେ। ଏପରି କି ସ୍ବାମୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ରତ୍ନମଣି ନିଜର ପିଲାମାନଙ୍କୁ ଛାଡ଼ି ପ୍ରେମିକଙ୍କ ହାତଧରି ଗଁା ଛାଡ଼ି ଚାଲି ଆସିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ରତ୍ନମଣିଙ୍କ ପୁଅ, ଝିଅ ନିଜ ମା’ଙ୍କ ବିରୋଧରେ ମୁହଁ ଖୋଲିବାକୁ ପଛଘୁଞ୍ଚା ଦେଇ ନ ଥିଲେ।
ପ୍ରକାଶ ଯେ, ପୂଜକ ରଙ୍ଗାଧର(୫୦) ସବୁଦିନ ପରି ଗତ ୧୭ ତାରିଖରେ ଗାଁ ନୃସିଂହନାଥ ମନ୍ଦିରକୁ ପୂଜା କରିବାକୁ ଯାଇ ଆଉ ଫେରି ନ ଥିଲେ। ଏନେଇ ସ୍ତ୍ରୀ ରନତ୍ମଣି(୪୦)ଓ ରଙ୍ଗାଧରଙ୍କ ବଡ଼ଭାଇ ଗଙ୍ଗାଧର ରାଜକନିକା ଥାନାରେ ପୃଥକ୍‌ ପୃଥକ୍‌ ଏତଲା ଦେଇଥିଲେ। ରନତ୍ମଣିଙ୍କ ଏତଲାରେ ରଙ୍ଗାଧର କେଉଁଆଡ଼େ ଚାଲିଯାଇଥିବା ଉଲ୍ଲେଖ ଥିବା ବେଳେ, ଗଙ୍ଗାଧରଙ୍କ ଏତଲାରେ ଭାଇ ଓ ଭାଇବୋହୂଙ୍କ ମଧ୍ୟରେ କଳହ ଲାଗିଥିଲା। ଏହାକୁ କେନ୍ଦ୍ରକରି ଭାଇ କେଉଁଆଡ଼େ ଚାଲିଯାଇଥିବା କଥା ଉଲ୍ଲେଖ ଥିଲା। ଆହୁରି ମଧ୍ୟ ସେହି ଗ୍ରାମର ଅସିତ୍‌ ଶତପଥୀ (ବାଇନ)ଙ୍କ ସହିତ ଅନୈତିକ ସମ୍ପର୍କ ଥିବା କାରଣରୁ ଭାଇ ଓ ଭାଇବୋହୂଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିବା ଉଲ୍ଲେଖ ଥିଲା। ରଙ୍ଗାଧରଙ୍କ ନିଖୋଜର ୫ ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୨୧ ତାରିଖରେ ଗ୍ରାମ ନିକଟସ୍ଥ ଶିମିଳି ମାହାର ଯୋର ନିକଟରୁ ତାଙ୍କ କ୍ଷତାକ୍ତ ଗଳିତ ମୃତଦେହ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

ନିର୍ବାଚନ ଆୟୋଗଙ୍କ ବଡ଼ ପଦକ୍ଷେପ ପରେ ପ୍ରଶ୍ନ ଉଠାଇଲେ CJP ମୁଖ୍ୟ ଦୀପକେ, କହିଲେ, ‘ଏପର୍ଯ୍ୟନ୍ତ ଏହା କାହିଁକି କରାଯାଇନଥିଲା?’

ନୂଆଦିଲ୍ଲୀ,୨୬।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ପୁଣିଥରେ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର (୨୬ ସେପ୍ଟେମ୍ବର) ସେ ସୋସିଆଲ ମିଡିଆରେ ଏକ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଗୋବିନ୍ଦାଙ୍କୁ ଫେରାଇ ଆଣିବାକୁ କୋମଲ ରାଣୀଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସୁନିତା! ହାତଯୋଡି କଲେ ନିବେଦନ, ଭିଡ଼ିଓ ଦେଖିଲେ…

ମୁମ୍ବାଇ,୨୬।୯: ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଖବର ଅନୁଯାୟୀ, ସୁନିତା ଅଭିଯୋଗ କରିଛନ୍ତି ଯେ ଗୋବିନ୍ଦାଙ୍କର କୋମଲ ରାଣୀ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

‘ଟ୍ରମ୍ପ ଆମ ଜୀବନ ବଞ୍ଚାଇଥିଲେ’ ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଏବେ ମଧ୍ୟ ଭୁଲିନାହିଁ ପାକିସ୍ତାନ; ମନେ ପକାଇ କହିଲା…

ଇସଲାମାବାଦ,୨୬।୯: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମେ’ ୨୦୨୫ରେ ଭାରତ ଦ୍ୱାରା ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ‘ଅପରେଶନ ସିନ୍ଦୂର’ର ପ୍ରଭାବକୁ ଭୁଲି ନାହାନ୍ତି; ସେଥିପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?