୮୦ ବର୍ଷ ବୟସରେ ବି ମିଳିନି ବିଧବା, ବାର୍ଦ୍ଧକ୍ୟ ଭତ୍ତା କି ରାଶନ୍‌

ଭବାନୀପାଟଣା,୨୭।୯(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ ଅଧୀନସ୍ଥ ଦୁର୍ଗମ ପିତମାଣ୍ଡି ଗାଁର ଜଣେ ବିଧବାଙ୍କୁ ୮୦ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତା କି ରାଶନ୍‌ କାର୍ଡ ମିଳିନାହିଁ। ଏହା ସହ ସ୍ବାମୀଙ୍କ ମୃତ୍ୟୁକୁ ୧୦ ବର୍ଷ ପୂରିଥିଲେ ସୁଦ୍ଧା ବିଧବା ଭତ୍ତା ମଧ୍ୟ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ବୃଦ୍ଧା ଜଣକ ହେଲେ କ୍ଷମା ମାଝି ବୟସ ପାଖାପାଖି ୮୦ ବର୍ଷ। ସ୍ବାମୀ ବିଶି ମାଝିଙ୍କ ମୃତ୍ୟୁକୁ ୧୦ ବର୍ଷରୁ ଅଧିକ ହେଲେ ମଧ୍ୟ କ୍ଷମାଙ୍କୁ ଏପର୍ଯ୍ୟନ୍ତ ବିଧବା ଭତ୍ତା କି ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡିଏ ମିଳି ନାହିଁ। ତାଙ୍କର ଆଧାର କାର୍ଡ ହୋଇପାରି ନ ଥିବାରୁ ରାଶନ୍‌ ଚାଉଳ ମଧ୍ୟ ମିଳିପାରୁ ନାହିଁ। କାମଧନ୍ଦା କରିବାକୁ ବଳ ବୟସ ନାହିଁ। ତେଣୁ ବହୁ ଅସୁବିଧାରେ ଚଳୁଛନ୍ତି କ୍ଷମା। ତାଙ୍କୁ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ନନ୍ଦନକାନନକୁ ଆସିବେ ନୂଆ ଅତିଥି: ଆଫ୍ରିକାରୁ ଚିତା, ଅଷ୍ଟ୍ରେଲିଆରୁ ନାଲି କଙ୍ଗାରୁ

ବାରଙ୍ଗ,୧୪।୮(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିବେ ନୂଆ ଅତିଥି। ଏଥିପାଇଁ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ପ୍ରାଣୀମାନନ୍ତୁ…

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

ଦୁର୍ଘଟଣା ଘଟାଉଛି ଜମିହିଡ଼ ଭଳି ହମ୍ପସ୍‌, ବାଇକରୁ ଖସିପଡ଼ି ମହିଳା…

ଦିଗପହଣ୍ଡି, ୧୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମେଡିକାଲ ଛକ ସାହାଣୀ ସାହି ନିକଟରେ ନିର୍ମିତ ଏକ ଅବୈଜ୍ଞାନିକ ହମ୍ପସ୍‌ରେ ବାଇକରୁ ଖସିପଡ଼ି ଜଣେ ମହିଳା…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ପ୍ରବଳ ବର୍ଷା କାରଣରୁ ଯୁକ୍ତ ୩ ଇଂରାଜୀ ପରୀକ୍ଷା ସ୍ଥଗିତ: ପରୀକ୍ଷା ହଲରୁ ଫେରିଲେ ଛାତ୍ରୀଛାତ୍ର

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ଛାତ୍ରଛାତ୍ରୀମାନେ ପୂର୍ବରୁ ମହାବିଦ୍ୟାଳୟରେ ପହଞ୍ଚି ସାରିଥିଲେ ଏବଂ ପରୀକ୍ଷା ଦେବା ପାଇଁ ଶ୍ରେଣୀ କୋଠରୀ ଭିତରେ ନିଜ ନିଜ ସିଟ୍‌ରେ ବସି ମଧ୍ୟ ସାରିଥିଲେ।…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

କୈଠଖଣ୍ଡି ଗାଁ ଛକରେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢାଉ: ୫ ଜୁଆଡ଼ି ଗିରଫ, ଟଙ୍କା-ବାଇକ…

ଦିଗପହଣ୍ଡି, ୧୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗାଁ ଛକରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଦିଗପହଣ୍ଡି ପୋଲିସ ଟିମ୍ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri