ତାଲିବାନ ଏବଂ ପାକିସ୍ତାନ ସେନା ମଧ୍ୟରେ କାହିଁକି ହେଉଛି ଯୁଦ୍ଧ? ଏହାର ପରିଣାମ କ’ଣ…

ଇସଲାମାବାଦ,୩୧।୧୨: ଆଜିକାଲି ଚାରିଆଡୁ ଅଡ଼ୁଆରେ ଫସିଛି ପାକିସ୍ତାନ। ପଡ଼ୋଶୀ ଦେଶ ଆଫଗାନିସ୍ତାନ ସହ ପାକିସ୍ତାନର ଯୁଦ୍ଧ ଆରମ୍ଭ ହୋଇଛି। କିଛି ଦିନ ପୂର୍ବେ ପାକିସ୍ତାନ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ତାଲିବାନ ଏବେ ଏହାର ଜୋରଦାର ଜବାବ ଦେଉଛି। ପ୍ରଥମେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌ରେ ଅନେକ ପ୍ରାଣ ହାନୀ ହୋଇଥିବା ତାଲିବାନ କହିଥିବା ବେଳେ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାର ଅନେକ ଯବାନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି।

ଚଳିତ ବର୍ଷ ମାର୍ଚ୍ଚରେ ପାକିସ୍ତାନ ଆଫଗାନିସ୍ତାନରେ ପଶି ଏୟାର ଷ୍ଟ୍ରାଇକ୍‌ କରିଥିଲା। ସେବେଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। କେଉଁ କାରଣରୁ ଉଭୟ ଇସଲାମିକ୍‌ ଦେଶ ମୁହାଁମୁହିଁ ହୋଇଛନ୍ତି ତାହା ଜାଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ଯଦି ଦୁହିଁଙ୍କ ମଧ୍ୟରେ ଯୁଦ୍ଧ ବଢ଼ିବ ତେବେ ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ଉପରେ ବିପଦ ସୃଷ୍ଟି ହୋଇପାରେ।

ଅଗଷ୍ଟ ୨୦୨୧ରେ ଯେତେବେଳେ ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିଥିଲା ସେତେବେଳେ ତାଲିବାନ ଶାସନ କ୍ଷମତାକୁ ଆସିଥିଲା। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ସରକାର ଉତ୍ସବ ମନାଇଥିଲେ। ତାଲିବାନ ଫେରିବା ଅର୍ଥ ଆଫଗାନିସ୍ତାନ ନାଗରିକମାନେ ଗୁଲାମୀର ବେଡ଼ି ଭାଙ୍ଗିଛନ୍ତି। ହେଲେ ଗତ କିଛି ବର୍ଷ ମଧ୍ୟରେ ସମ୍ପର୍କ କାହିଁକି ଏତେ ଖରାପ ହୋଇଗଲା ତାହା ପ୍ରଶ୍ନ ଘେରକୁ ଆସିଛି।

ତାଲିବାନ ସହ ପାକିସ୍ତାନର ଏହି ଯୁଦ୍ଧ ଏମିତି ସମୟରେ ଆରମ୍ଭ ହୋଇଛି, ଯେତେବେଳେ ପାକିସ୍ତାନ ଆର୍ଥିକ ଏବଂ ରାଜନୈତିକ ଅସୁବିଧାର ସମ୍ମୁଖୀନ ହେଉଛି। ଗୋଟିଏ ପଟେ ପାକିସ୍ତାନ ଉପରେ ତାଲିବାନ ଆକ୍ରମଣ କରୁଥିବା ବେଳେ ବେଲୁଚିସ୍ତାନରେ ଲଗାତାର ବୋମା ବିସ୍ଫୋରଣ ସହ ଇରାନ ସହ ଚାଲିଥିବା ମତାନ୍ତରକୁ ନେଇ ଚିନ୍ତା ବଢ଼ିଛି।

ପାକିସ୍ତାନର ଏଜେନ୍ସି ଆଇଏସ୍‌ପିଆର୍‌ ଅନୁସାରେ, ୨୦୨୪ରେ ମୋଟ ୪୪୪ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ସେନାର ୬୮୫ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନରେ ୨୦୨୪ରେ ହିଂସା ମାମଲାରେ ୨୫୪୬ ମୃତ୍ୟୁ ଘଟିଛି। ଏଥିରୁ ୯୪% ମୃତ୍ୟୁ ଖୈବର ପଖ୍‌ତୁନ୍‌ଖା ଏବଂ ବେଲୁଚିସ୍ତାନରେ ହୋଇଛି। ଯେଉଁଥିରୁ ଉଭୟ ଅଞ୍ଚଳ କେତେ ଅଶାନ୍ତ ତାହା ବୁଝାପଡ଼ୁଛି।

ପାକିସ୍ତାନ ଅଭିଯୋଗ କରିଆସୁଛି ଯେ ଆଫଗାନିସ୍ତାନ ତହରିକ-ଏ-ତାଲିବାନ ପାକିସ୍ତାନ ଅର୍ଥାତ ଟିଟିପିକୁ ହତିଆର ଏବଂ ଜରୁରୀ ସଂଶାଧନ ଯୋଗାଉଛି। ଏହାଦ୍ୱାରା ଟିଟିପିର ଆତଙ୍କବାଦୀମାନେ ପାକିସ୍ତାନରେ ବୋମାମାଡ଼ କରୁଛନ୍ତି। ଆଫଗାନିସ୍ତାନ ଭଳି ପାକିସ୍ତାନରେ ଶରିୟା ଆଇନ ଲାଗୁ ହେଉ ବୋଲି ଟିଟିପି ଦାବି କରୁଛି। ଟିଟିପି ଏକ ଭୟଙ୍କର ଆତଙ୍କବାଦୀ ସଂଗଠନ। ଏହାର ନାମ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋଙ୍କ ହତ୍ୟା ମାମଲାରେ ମଧ୍ୟ ସାମ୍ନାକୁ ଆସିଥିଲା। ଗତ କିଛି ବର୍ଷ ମଧ୍ୟରେ ଟିଟିପି ପାକିସ୍ତାନରେ ମଜଭୂତ ଆତଙ୍କବାଦୀ ସଂଗଠନ ପାଲଟିଛି। କହିବାକୁ ଗଲେ ଦେଶର ସୁରକ୍ଷା ଲାଗି ଏହା ବଡ଼ ବିପଦ ସାବ୍ୟସ୍ତ ହୋଇପାରେ।

ଟିଟିପିର ବିଚାରଧାରା ଆଫଗାନିସ୍ତାନର ତାଲିବାନ ସହ ମେଳ ଖାଉଛି। କାବୁଲରେ ଶାସନ କ୍ଷମତାକୁ ଆସିବା ପରେ ତାଲିବାନ ଟିଟିପିର ଆତଙ୍କବାଦୀମାନେ ପାକିସ୍ତାନ ବିପକ୍ଷରେ ଆକ୍ରମଣ କରିବେ ନାହିଁ ବୋଲି ପାକିସ୍ତାନ ଆଶା କରୁଥିଲା। ହେଲେ ଟିଟିପି ଗତ କିଛି ବର୍ଷ ମଧ୍ୟରେ ପାକିସ୍ତାନରେ ଅନେକ ଆକ୍ରମଣ କରିଛି। ଏଥିରେ ୨୦୧୪ରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କ ଉପରେ ଆକ୍ରମଣ, ଡିସେମ୍ବର ୨୦୧୪ରେ ପେଶାଓ୍ବରର ଆର୍ମି ପବ୍ଲିକ ସ୍କୁଲ ଉପରେ ଆକ୍ରମଣ ପ୍ରମୁଖ ରହିଛି।

କହିରଖୁଛୁ, ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ୨୬୪୦ କିମି ଲମ୍ବା ଦୁରନ୍ଦ ଲାଇନ୍‌ ଅଛି। ଏହି ଲାଇନ୍‌ ଉଭୟ ଦେଶକୁ ଅଲଗା କରିଥାଏ ହେଲେ ତାଲିବାନ ଏହାକୁ ମାନେ ନାହିଁ। ଏହି ଲାଇନର ଅନ୍ୟ ପଟରେ ଥିବା ଅଞ୍ଚଳରେ ତାଙ୍କର ଅଧିକାର ବୋଲି ଭାବେ। ଯେତେବେଳେ ଏହା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ପାକିସ୍ତାନ ଏଠାରେ ତାରବାଡ଼ କରିବା ଆରମ୍ଭ କରିଥିଲା। ସେବେଠାରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି। କାରଣ ଆଫଗାନ ଏବଂ ପଶ୍‌ତୁନ ଭାବୁଛନ୍ତି ଏହା ତାଙ୍କ ମଧ୍ୟରେ ଏକ ପାଚେରୀ।

ମୋଟାମେଟି ଦେଖିଲେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧର ୨ ବଡ଼ କାରଣ ରହିଛି। ପ୍ରଥମଟି ଏହା ଯେ ତାଲିବାନ ଆତଙ୍କବାଦୀ ସଂଗଠନ ଟିଟିପିକୁ ସମର୍ଥନ କରୁଛି। ଦ୍ୱିତୀୟଟି ହେଉଛି ଦୁରନ୍ଦ ଲାଇନ୍‌କୁ ଆଫଗାନିସ୍ତାନ ଦ୍ୱାରା ମାନ୍ୟତା ଦିଆଯାଉନାହିଁ।ଯଦି ପାକିସ୍ତାନୀ ସେନା ଉପରେ ଆକ୍ରମଣ ଜାରି ରହିବ ତେବେ ପାକିସ୍ତାନ ମଧ୍ୟ ଟିଟିପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତାଲିବାନ ମଧ୍ୟ ଏହାର ଜବାବ ଦେବ। ଏମିତିରେ ଯୁଦ୍ଧ ବଢ଼ିବ। ଯଦି ଏହା ହୁଏ ତେବେ ଦେଶରେ ଅଶାନ୍ତି ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବିଶ୍ୱ ଖୁସି ତାଲିକା: ଜାଣନ୍ତୁ ଭାରତର ସ୍ଥାନ କେଉଁଠି

ଲଣ୍ଡନ,୨୦ା୩: ବିଶ୍ୱ ଖୁସି ତାଲିକାର ୧୧୮ତମ ସ୍ଥାନରେ ଭାରତ ରହିଛି। ଗତବର୍ଷ ଭାରତ ୧୨୬ତମ ସ୍ଥାନରେ ରହିଥିବା ବେଳେ ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୁତୁରା ହେଲେ ଦେବାଳିଆ, ସମ୍ପତ୍ତି ନିଲାମ କରିବ ଲଣ୍ଡନ ପ୍ରଶାସନ

ଇସଲାମାବାଦ,୨୦।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପୁଅ ଦେବାଳିଆ ହୋଇଯାଇଛନ୍ତି। ଲଣ୍ଡନ ପ୍ରଶାସନ ନୱାଜ ସରିଫଙ୍କ ପୁଅ ହାସନ ନୱାଜଙ୍କୁ 2025 ବର୍ଷର ଋଣ...

Pakistan Richest Person: ପାକିସ୍ତାନର ସବୁଠୁ ଧନୀ ବ୍ୟକ୍ତି କିଏ ଜାଣନ୍ତୁ, ସାରା ବିଶ୍ୱରେ ବିଛାଇଛନ୍ତି କମ୍ପାନୀ

ଇସଲାମାବାଦ୍‌,୨୦।୩: ଗରିବ ପାକିସ୍ତାନୀଙ୍କ ଅବସ୍ଥା ବିଷୟରେ ସାରା ବିଶ୍ୱ ଜାଣେ। ପଡ଼ୋଶୀ ଦେଶର ଋଣ ପ୍ରତି ପାଞ୍ଚ ବର୍ଷରେ ଦ୍ୱିଗୁଣିତ ହୁଏ। ଏହା ଉପରେ, ୧୯୯୭...

ପୁଣି ଭାରତକୁ ଧମକ ଦେଲେ ଟ୍ରମ୍ପ!

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଆଶା କରୁଛନ୍ତି ଭାରତ ଖୁବ ଶୀଘ୍ର ଆମେରିକୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଶୁଳ୍କ...

ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର: ଚାଇନାଠାରୁ ଫାଇଟର୍‌ ଜେଟ୍‌ କିଣିଲା ପାକିସ୍ତାନ

ଇସଲାମାବାଦ,୨୦।୩: ଭାରତ ବିରୋଧରେ ସେନା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ଚାଇନା ଏବଂ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ଶେହବାଜ ସରକାର ଚାଇନାଠାରୁ କିଣିଥିବା...

ବିଶ୍ୱର ସବୁଠାରୁ ଧନୀ ଦେଶ ଆମେରିକା ଏବେ ଦୁଃଖରେ…ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୨୦।୩: ଆଜି ବିଶ୍ୱ ଖୁସି ଦିବସ ଏବଂ ଏହି ଅବସରରେ “ବିଶ୍ୱ ଖୁସି ରିପୋର୍ଟ 2025” ମଧ୍ୟ ପ୍ରକାଶିତ ହୋଇଛି। ଫିନଲାଣ୍ଡ ଲଗାତାର ଅଷ୍ଟମ ବର୍ଷ...

ଟ୍ରମ୍ପ୍‌ଙ୍କୁ ଫୋନ୍‌ କଲେ ଜେଲେନ୍‌ସ୍କି

କିଭ୍‌,୧୯ା୩: ରୁଷିଆ-ୟୁକ୍ରେନ୍‌ ଅସ୍ତ୍ରବିରତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଭୟ ପକ୍ଷଙ୍କୁ ରାଜି କରାଇବାର ଦିନକ ପରେ ତାଙ୍କୁ ୟୁକ୍ରେନୀୟ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri