ସତ୍ୟର ପ୍ରଳାପ କାହିଁକି

ପିଲାଦିନର କଥା ମନେପଡ଼ିଯାଏ। ବିଦ୍ୟାଳୟରେ ଗୁରୁଜୀ କହୁଥିଲେ ମଧୁବାବୁଙ୍କ ବର୍ଣ୍ଣବୋଧ ବହିରୁ ‘ଆହେ ଦୟାମୟ ବିଶ୍ୱବିହାରୀ’ ପ୍ରାର୍ଥନାଟିକୁ ଆଖି ବନ୍ଦକରି ବୋଲିବାକୁ। କାରଣ ଏହାକୁ ଗାନ କଲେ କୁଆଡ଼େ ଠାକୁରେ ବହୁତ ଖୁସି ହେବା ସହ ଭଲ ବିଦ୍ୟା, ବୁଦ୍ଧି ସହିତ ଭଲ ଜ୍ଞାନ ମଧ୍ୟ ପ୍ରଦାନ କରିଥା’ନ୍ତି। ସକାଳେ ସନ୍ଧ୍ୟାରେ ଉକ୍ତ ବନ୍ଦନାକୁ ଘରେ ପାଠ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି ମା’ବାପା। ଏହି ପ୍ରାର୍ଥନା ଗାନ କଲେ ଭଲ ମଣିଷଟିଏ ହୋଇ ସମାଜରେ ନାଁ ରଖିବୁ ବୋଲି କହିଥା’ନ୍ତି। ମାତ୍ର ସେହି ପ୍ରାର୍ଥନାରେ ଗୋଟିଏ ଧାଡ଼ି ଥିଲା ‘ସତ କହିବାକୁ କିଅଁା ଡରିବି, ସତ କହି ପଛେ ମଲେ ମରିବି’। ଆଜି ଏ ଧାଡ଼ିଟିର କେତେ ପ୍ରାସଙ୍ଗିକତା ଅଛି ଏବଂ ତାହାକୁ କେତେ ଜଣ ନିଜ ଦୈନନ୍ଦିନ ଜୀବନରେ ପାଳନ କରୁଛନ୍ତି, ତାହା ବିଚାରଯୋଗ୍ୟ। ଭାଗବତର ଆପ୍ତବାକ୍ୟ କହେ, ‘ଯାତସ୍ୟ ହି ଧ୍ରୁବ ମୃତ୍ୟୁ’- ଜନ୍ମ ଯେପରି ସତ୍ୟ, ମୃତ୍ୟୁ ମଧ୍ୟ ସେହିପରି ଧ୍ରୁବ ସତ୍ୟ। କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଆଜି ସମାଜରେ ସତ୍ୟକୁ ନେଇ ବୁଦ୍ଧିଜୀବୀ, ନେତା, ମନ୍ତ୍ରୀ, ଶାସକ, ପ୍ରଶାସକ ସମସ୍ତେ ସତ୍ୟର ଦ୍ୱାହି ଦେଇ ଦିବାଲୋକରେ ଡାହା ମିଛ କହି ବାହାବା ନେଉଛନ୍ତି। ସତ ନ କହିବା ପଛରେ କାରଣ କ’ଣ ଥାଇପାରେ? ନିଜ ମନ ନିଜକୁ ପ୍ରଶ୍ନ କରେ କାହିଁକି ସତ କହିପାରୁନୁ, ଏଥିରେ ଅସୁବିଧା କେଉଁଠି? ସଂସାରରେ ଯେତେ କାର୍ଯ୍ୟ ଅଛି, ସତ କହିବାଟା ସବୁଠାରୁ କଷ୍ଟସାଧ୍ୟ। ଯଦି ଆପଣମାନେ ଭାବୁଥାଆନ୍ତି ଏହା ସହଜ କାର୍ଯ୍ୟ, ତେବେ ଗୋଟିଏଦିନ ଶପଥ କରିବେ ଉକ୍ତ ଦିନଟିରେ ଯାହା କହିବେ ସତ୍ୟ କହିବେ। ଯଦି ଏହା ସମ୍ଭବ କରି ଦେଖାଇଦେବେ, ତେବେ ଆପେ ନିଜେ ନିଜର ଗୁରୁ ପାଲଟିଯିବେ, କାହାଠାରୁ ଜ୍ଞାନ ନେବାର ଆବଶ୍ୟକତା ନାହିଁ।
ଇଏତ ଆମର ନିତିଦିନିଆ ଜୀବନର କାହାଣୀ। ମାସ ଶେଷରେ ପେପରବାଲା ପଇସା ମାଗିଲେ ଆରେ ଆଜି ନାହିଁ ଆଉ ଦୁଇ ଦିନ ପରେ ଦେବି କିନ୍ତୁ ପାଖରେ ପଇସା ଥିବ। ଆଜିକାଲି ଫୋନ୍‌ ଓ ମୋବାଇଲ ହେଉଛି ମିଛ କହିବାର ପ୍ରକୃଷ୍ଟ ମାଧ୍ୟମ। ସବୁଠୁ ବେଶି ମିଛ କୁହାଯାଇଥାଏ ନିଜ ଘରେ, ନିଜ ପତ୍ନୀକୁ ଓ ପିଲାମାନଙ୍କୁ। ଧର୍ମରାଜ ଯୁଧିଷ୍ଠିର ଦିନେ ମହାଭାରତ ଯୁଦ୍ଧରେ ସାମାନ୍ୟ ମିଛ କହିଥିଲେ, ‘ନରେ ବା କୁଞ୍ଜରେ ଅଶ୍ୱତ୍‌ଥାମା ହତ’। ତେଣୁ ତାଙ୍କୁ ନର୍କର ଦ୍ୱାର ଦେଖିବାକୁ ପଡ଼ିଥିଲା। ମାତ୍ର ଆଜି ଆମେମାନେ ପ୍ରତି ମୁହୂର୍ତ୍ତରେ କେତେ ଡାହାମିଛ କହୁଛୁ, ତେବେ ଆମେ ନର୍କକୁଣ୍ଡରେ ପଡ଼ିବାନି କି? ଏହାକୁ ଅନେକେ ପୁରାଣ କଥା ପୁରୁଣା ବୋଲି କହିଥିଲେ ମଧ୍ୟ ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ମନୁସ୍ମୃତିରେ କୁହାଯାଇଛି, ସତ୍ୟ କୁହ, ପ୍ରିୟ କୁହ, ମାତ୍ର ଅପ୍ରିୟ ସତ୍ୟ କୁହନାହିଁ। ମାତ୍ର ସତ୍ୟ ଯେତେ ସାଂଘାତିକ ତଥା ଯେତେ ପ୍ରିୟ ହୋଇଥିଲେ ମଧ୍ୟ ଅସତ୍ୟ କୁହନାହିଁ। ସଦାସର୍ବଦା ସତ୍ୟଟାହିଁ ଅପ୍ରିୟ, କିନ୍ତୁ ସମୟଚକ୍ରରେ ଯଦି ଗୋଟିଏ ମିଛ କାହାର ଜୀବନ ବଞ୍ଚାଇପାରେ, ସେଭଳି ମିଛ କହିବା ଦୋଷାବହ ହେଲେ ମଧ୍ୟ ସ୍ବାଗତଯୋଗ୍ୟ, ମୋତେ ପଛେ ତକ୍ଷକ ଖାଉ ବଂଶରେ କଳଙ୍କ ନ ଲାଗୁ, କିନ୍ତୁ ମିଛ ଆଶ୍ୱାସନା, ମିଛ ସ୍ନେହ, ମିଛ ପ୍ରେମ ସବୁଠୁ ବେଶି ମାରାତ୍ମକ। ମାତ୍ର ଅନେକେ କୁହନ୍ତି, ଏବେ ମଧ୍ୟ କହୁଛନ୍ତି- ବ୍ୟବସାୟରେ ମିଛ ନ କହିଲେ କୁଆଡ଼େ ଚଳିହେବନି। ମାତ୍ର ଏ କଥାଟି ଏକାବେଳକେ ସତ ନୁହେଁ କି ମିଛ ବି ନୁହେଁ! ଆମ ବ୍ୟବସାୟ କଥା। ମୋ ଜୀବନକାଳରେ ଅଦ୍ୟାବଧି ଅନେକ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଛି। ଅନେକ ପାଠପଢ଼ୁଆ ବାବୁମାନେ କହନ୍ତି- ହେଇଟି ସାହୁକାରେ, ମୋତେ ଖରାପ ଜିନିଷ ଦେବନି, ଅନ୍ୟ ଯାହାକୁ ଦେଉଛ ଦିଅ ମୋର ଯାଏଆସେ ନାହିଁ। ସାହୁକାର ପଚାରିଲେ ଆଜ୍ଞା ଆପଣ କାହିଁକି ସେ ଅନ୍ୟ ଲୋକ ନ ହେବେ? ବଣି ଗୋଡ଼ ହଳଦିଆ ଭଳି ସମସ୍ତେ କହିଲେ ଆମେ ଭଲରେ ରହିବୁ। ତା’ହାଲେ ମନ୍ଦରେ କିଏ ରହିବ? ଆଜିକାଲି ସତ୍ୟକୁ ନେଇ କେତେ ତଣ୍ଟିଫଟା ଭାଷଣ, ପ୍ରବଚନ ଦେଇ ରାତ୍ରର ନିସ୍ତବ୍ଧ ପ୍ରହରରେ ଅନ୍ୟ କିଛି କରିବା ଇଏ କ’ଣ ସତ୍ୟର ଅପଳାପ ନୁହେଁ କି? ସତ୍‌ସଙ୍ଘ ମାଧ୍ୟମରେ ସତ୍ୟର ବାନା ଉଡ଼ାଉଥିବା ଅନେକ ସାଧୁ ସନ୍ଥମାନଙ୍କର କଳାକାରନାମା କେତେଦୂର ସତ୍ୟ ପ୍ରତି କୁଠାରାଘାତ ପାଠକେ ବିଚାର କରିବେ। ନ୍ୟାୟାଳୟରେ ବିଚାରପତିଙ୍କ ଆଗରେ ପବିତ୍ର ଗୀତା ଛୁଇଁ ପ୍ରାୟତଃ ସମସ୍ତେ ମିଛ କୁହନ୍ତି। ତାଙ୍କୁ ଜେରା କରୁଥିବା ଓକିଲ ବନ୍ଧୁ ମଧ୍ୟ ନିଜ ମୁଦାଲାକୁ ଦୋଷମୁକ୍ତ କରିବା ପାଇଁ ମିଛ ସତର ଅପଳାପ କରିଥା’ନ୍ତି। ତେଣୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ଯେତେ ବୁଝାଇଥିଲେ ମଧ୍ୟ ସେ ମିଛ କହିପାରିବେନି ବୋଲି ଓକିଲାତି କରିବାକୁ ମନା କରିଦେଇଥିଲେ। ଆଜିର ନେତୃବର୍ଗ ସତ ହାସଲ ପାଇଁ ଅନେକ ମିଥ୍ୟା ଆଶ୍ୱାସନା ଦେଇଥା’ନ୍ତି, ମାତ୍ର ତା’ ଭିତରୁ ଗୋଟିଏ ପୂରଣ ହୋଇନଥାଏ, କିନ୍ତୁ ଆସିଯାଇଥାଏ ଆଉ ଗୋଟିଏ ନିର୍ବାଚନ। ତଥାପି ଆମ ଭୋଟଦାତାମାନେ ସମସ୍ତେ ଜାଣନ୍ତି ନେତା କେବେହେଲେ ସତ୍ୟ କୁହନ୍ତି ନାହିଁ ଆଉ ଯେଉଁ ନେତା ତାଙ୍କ ଦଳ ମୁଖ୍ୟଙ୍କର ଅନ୍ୟାୟ ବିରୋଧରେ ମୁହଁ ଖୋଲିଲା, ତା’ ପରଠୁ ତା’ର ଶନିଦଶା ପଡ଼ିଗଲା ବୋଲି ସେ ଜାଣିଥାଏ। ତେଣୁ ‘ନିଜେ ବଞ୍ଚତ୍ଲେ ବାପର ନଁା’ ପରି ସତ୍ୟର ପ୍ରଳାପ କରି ମିଥ୍ୟାର ରାଜୁତି ଚଳାଇ ଜନସାଧାରଣଙ୍କ ସହ ଛଳନା କରି ଚାଲିଥା’ନ୍ତି।
ଅବଗତିର ଲକ୍ଷ୍ୟହେଲା ସତ୍ୟ ଲାଭ ଏବଂ ତାକୁ ଭିତ୍ତିକରି ମାନବ ସମାଜ ଆଗରେ ଥିବା କର୍ତ୍ତବ୍ୟରାଜିର ସମ୍ପାଦନ। ପାଣ୍ଡିଆସ୍‌ ପାଇଲେଟ ଯିଶୁଖ୍ରୀଷ୍ଟଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଯିଶୁ ଜୀବନର ଅର୍ଥ ସମ୍ପର୍କରେ ଉଚ୍ଚତର ସତ୍ୟ ଜାଣିଛନ୍ତି ବୋଲି ଦାବି କରି ସେ ଗଣ୍ଡଗୋଳ ସୃଷ୍ଟି କରୁଥିବାରୁ ତାଙ୍କୁ ବନ୍ଦୀ କରାଯାଇଥିଲା। ଏହି ପ୍ରଶ୍ନ ପଚାରି ପାଇଲେଟ ସତ୍ୟର ଅସ୍ତିତ୍ୱ ସମ୍ପର୍କରେ ସନ୍ଦେହ ପ୍ରକାଶ କରିଥିଲେ। ଏହି ସତ୍ୟର ଅବଧାରଣାଟି ବହୁ ଶବ୍ଦାର୍ଥପୂର୍ଣ୍ଣ ଏବଂ ଅନେକ ସମୟରେ ତାହା ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥାଏ। ‘ରାମ ନାମ ସତ୍ୟ ହାଏ’ ଶବ ମଶାଣିକୁ ଗଲାବେଳେ ଶବବାହକମାନେ ଏହା କହିଥା’ନ୍ତି ଯେ- ଜନ୍ମ ହେଲେ ମୃତ୍ୟୁ ଅବଶ୍ୟମ୍ଭାବୀ। ଯଦି ଉକ୍ତ ବାକ୍ୟକୁ ଝିଅ ବିଦାୟ ବେଳେ କୁହାଯାଏ, ତାହା ବିପରୀତ କ୍ରିୟା ସୃଷ୍ଟି କରିଥାଏ। ମାତ୍ର ସବୁକିଛି ଆସିଛି ‘ସତ୍ୟ’ ଧାରଣାରୁ। ‘ସତ୍ୟ’ର ଧାରଣାଟି ଚିନ୍ତନରେ ବାସ୍ତବର ଏକ ସଠିକ୍‌, ପ୍ରାମାଣିକ ପ୍ରତିଫଳନକୁ ବୁଝାଇବା କାର୍ଯ୍ୟରେ ଲାଗିଥାଏ। ସତ୍ୟ ବସ୍ତୁସମୂହର ପ୍ରମାଣସିଦ୍ଧ ପ୍ରତିଫଳନକୁ ବୁଝାଏ। ପ୍ରାଚୀନ ଦାର୍ଶନିକମାନେ ସତ୍ୟକୁ ଜ୍ଞାନ ସହିତ ଜଡ଼ିତ କରିଥିଲେ, ଯେଉଁ ଜ୍ଞାନର ବାସ୍ତବ ସହିତ ମେଳ ଅଛି। ତେଣୁ ମନରୁ ଭୟ, ଭ୍ରାନ୍ତି ଦୂର କରି ବାସ୍ତବ ଚିତ୍ରକୁ ଆଣିପାରିଲେ ସତ୍ୟ ନିଶ୍ଚୟ ନିଜର କାୟା ବିସ୍ତାର କରିବା ସହ ସମାଜ ହସି ଉଠିବ।
ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri