Posted inଖେଳ

ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଟି-୨୦ ଅଧିନାୟକତ୍ୱ ଯିବା ପଛରେ ଷଡ଼ଯନ୍ତ୍ର! ପଦ ଯିବା ପଛର ୩ ଅସଲ କାରଣ, ଜାଣନ୍ତୁ …

ନୂଆଦିଲ୍ଲୀ,୫।୬: ତିନି ମାସ ପୂର୍ବେ ଟି-୨୦ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିବା ଅଧିନାୟକଙ୍କ ଅଧିନାୟକତ୍ୱ କାଢ଼ି ନିଆଯାଇଛି। ସୂର୍ଯ୍ୟକୁମାର ଯାଦବ ଆଉ ଭାରତୀୟ ଟି-୨୦ ଦଳର ଅଧିନାୟକ ନୁହଁନ୍ତି। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନିଆଯାଇଛି। ହେଲେ ଏହାକୁ ନେଇ ସରକାରୀ ଘୋଷଣା ଏପର୍ଯ୍ୟନ୍ତ ବାକି ଅଛି। ମାର୍ଚ୍ଚ ୨୦୨୬ରେ, ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ଘରୋଇ ମାଟିରେ ଏହାର ଟି-୨୦ ବିଶ୍ୱକପ ଟାଇଟଲ ରକ୍ଷା କରି ଇତିହାସ ସୃଷ୍ଟି କରିଥିଲା। ତା’ପରେ କ’ଣ ପାଇଁ ୩୫ ବର୍ଷୀୟ ମୁମ୍ବାଇ ବ୍ୟାଟସମ୍ୟାନ ତାଙ୍କର ଅଧିନାୟକତ୍ୱ ହରାଇଲେ ଏବଂ ଏବେ ଦଳରୁ ବାହାର ହେବାର ବିପଦର ସମ୍ମୁଖୀନ ହେଲେ? ଏହା ସୂର୍ଯ୍ୟଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କି ଅନ୍ୟ କିଛି, ଆସନ୍ତୁ ଏହାକୁ ଜାଣିବା…

ପ୍ରକୃତରେ, ଏସବୁ ହଠାତ୍‌ ହୋଇନଥିଲା। ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକତ୍ୱରୁ ହଟାଇବା ପାଇଁ ପ୍ରୟାସ ବହୁତ ଦିନ ଧରି ଚାଲିଥିଲା। ଏହା ପଛରେ କେବଳ ଗୋଟିଏ କି ଦୁଇଟି ନୁହେଁ, ବରଂ ଅନେକ କାରଣ ଅଛି, ଯାହା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ BCCI ୨୦୨୮ରେ ହେବାକୁ ଥିବା ପରବର୍ତ୍ତୀ ଟି-୨୦ ବିଶ୍ୱକପକୁ ମନରେ ରଖି ଏହି ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କ ବର୍ଦ୍ଧିତ ବୟସ ଏବଂ ତାଙ୍କ ଖେଳ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ତାଙ୍କୁ ବିଦାୟ ଦେଇଥିଲା। ଖବରଦାତା ସମ୍ମିଳନୀ ସମୟରେ ସୂର୍ଯ୍ୟ ଯେପରି ଗଣମାଧ୍ୟମର ପ୍ରଶ୍ନକୁ ପରିହାସ କରୁଥିଲେ, ତାହା ମଧ୍ୟ ତାଙ୍କ ବିରୁଦ୍ଧରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ତାଙ୍କର ଗମ୍ଭୀରତା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଥିଲା।

ଏଠାରେ ଏହା ବୁଝିବା ଜରୁରୀ ଯେ ଅଧିନାୟକ ସୂର୍ଯ୍ୟାଙ୍କୁ ନେଇ କାହାର କୌଣସି ଅଭିଯୋଗ ବା ସମସ୍ୟା ନାହିଁ, କିନ୍ତୁ ବ୍ୟାଟ୍ସମ୍ୟାନ ସୂର୍ଯ୍ୟାଙ୍କ ଯୋଗୁଁ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। ବିସିସିଆଇ (BCCI) ର ଧୌଯ୍ୟର ବାନ୍ଧ ଏବେ ଭାଙ୍ଗିଯାଇଛି। ଗୋଟିଏ ସମୟରେ ନିଜର ଅଦ୍ଭୁତ ଶଟ ଖେଳିବା ଶୈଳୀ ପାଇଁ ‘ମିଷ୍ଟର୍‌ ୩୬୦’ ଉପାଧି ପାଇଥିବା ଏହି ବ୍ୟାଟ୍ସମ୍ୟାନ ଏବେ ରନ ପାଇଁ ତରସୁଛନ୍ତି।

ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ ନିଶ୍ଚୟ ଜିତିଛି, କିନ୍ତୁ ସେହି ଟୁର୍ନାମେଣ୍ଟର ୯ଟି ପାରିରେ ତାଙ୍କ ବ୍ୟାଟରୁ ୧୩୬.୨ ଷ୍ଟ୍ରାଇକ ରେଟ୍‌ରେ ମାତ୍ର ୨୪ ରନ ଆସିଥିଲା। ଆମେରିକା ବିପକ୍ଷ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକକୁ ଛାଡ଼ିଦେଲେ, ସେ ସମ୍ପୂର୍ଣ୍ଣ ସିଜନରେ ଫ୍ଲପ୍‌ ରହିଥିଲେ।

ଏପଟେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଚାପ ପକାଉଥିଲେ ଯେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳ କାହିଁକି ବାଛୁଛି, ତାଙ୍କୁ ବାହାର କରାଯାଉ ଏବଂ ନିଜ ସୁଯୋଗକୁ ଅପେକ୍ଷା କରିଥିବା ଅନ୍ୟ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଉ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri