ନୀରବ କାହିଁକି

୩୦ ବର୍ଷ ପୂର୍ବେ କାର୍ଟୁନିଷ୍ଟ ସୁଧୀର ତୈଲାଙ୍ଗ ସେତେବେଳର ପ୍ରଧାନମନ୍ତ୍ରୀଙ୍କର ଏକ କାର୍ଟୁନ ଆଙ୍କିଥିଲେ ଓ ସେଥିରେ ଭଗବଦ୍‌ ଗୀତାର ଏକ ବାଣୀ ଲେଖିଥିଲେ। ତାହା ହେଉଛି- ଆମତ୍ାକୁ ଅସ୍ତ୍ର କାଟିପାରିବନାହିଁ, ପାଣି ବୁଡ଼ାଇପାରିବନାହିଁ କି ବାୟୁ ଉଡ଼ାଇ ନେଇପାରିବନାହିଁ କିମ୍ବା ନିଆଁ ଦହନ କରିପାରିବନାହଁି। ଏହା ଅପରିବର୍ତ୍ତନୀୟ, ସର୍ବବ୍ୟାପୀ ଓ ସ୍ଥିର। ଏହି କାର୍ଟୁନଟି ପ୍ରଧାନମନ୍ତ୍ରୀ ନରସିମା ରାଓଙ୍କୁ ସୂଚିତ କରିଥିଲା। ତାଙ୍କ ବିରୋଧରେ ପ୍ରମୁଖ ଅଭିଯୋଗ ଥିଲା ଯେ ସେ ଜଟିଳ କ୍ଷେତ୍ରରେ କିଛି କରି ନ ଥିଲେ। ଜଣେ ନିଷ୍କ୍ରିୟ ଓ ନିଷ୍ପତ୍ତି ନେବାରେ ଅକ୍ଷମ ବ୍ୟକ୍ତି ଭାବେ ତାଙ୍କୁ ଦର୍ଶାଯାଇଥିଲା। ତାଙ୍କ ଚାରିପାଖରେ ବଜ୍ରପାତ ଘଟି ଦେଶର ବ୍ୟାପକ କ୍ଷତି ଘଟାଉଥିବାବେଳେ ରାଓ ଆଖି ବନ୍ଦ କରି ବସିଥିବା ତୈଲାଙ୍ଗ ତାଙ୍କ କାର୍ଟୁନରେ ସୂଚାଇ ଥିଲେ। କ୍ଷତିକୁ ଉପେକ୍ଷା କରିବା ଦୋଷ ରାଓଙ୍କ ଉପରେ ଲଦା ଯାଇଥିଲା। ବାସ୍ତବରେ ଲୋକ ସଭାରେ କଂଗ୍ରେସର ୨୪୦ ସଦସ୍ୟ ଥିବାରୁ ଏହି କଂଗ୍ରେସ ନେତା ଅଗ୍ରଗତି କରିପାରୁ ନ ଥିଲେ। ଲୋକ ସଭାରେ ସଂଖ୍ୟା କମ୍‌ ଥିବା ଜଣେ ପ୍ରଧାନମନ୍ତ୍ରୀ ଅନ୍ୟମାନେ ଚାହଁୁ ନ ଥିବା ବିଧେୟକ ମାଧ୍ୟମରେ ବଳ ପ୍ରୟୋଗ କରିପାରି ନ ଥିଲେ ଏବଂ କଂଗ୍ରେସରେ ସେ ସମୟରେ ତାଙ୍କର ବହୁ ବିରୋଧୀ ଥିଲେ। ରାଓ ମଧ୍ୟ ଏକ ସାକ୍ଷାତ୍‌କାରରେ ଦର୍ଶାଇଥିଲେ ଯେ, ପଦକ୍ଷେପ ନ ନେବା ବି ଏକ ପଦକ୍ଷେପ। ତାଙ୍କ ସାଥୀ ଜି. ସଞ୍ଜୀବା ରେଡ୍ଡୀ କହିଥିଲେ, ରାଓ ଜଣେ ଗଭୀର ଭାବୁକ ଏବଂ ତ୍ୱରିତ ପଦକ୍ଷେପ ନେବାର ବ୍ୟକ୍ତି ନୁହନ୍ତି ଏବଂ ସେ ହେଉଛନ୍ତି ଏଭଳି ବ୍ୟକ୍ତି ଯିଏ କି ଉତ୍ତେଜନାକୁ ପ୍ରତିହତ କରି ସ୍ବାଭାବିକ ନିଷ୍ପତ୍ତି ନେଇଥାନ୍ତି। ରାଓଙ୍କ ସମୟ ଥିଲା ଏକ ବିପର୍ଯ୍ୟୟର ସମୟ। ପୂରା ସମୟ ତକ ଦେଶ ପାଇଁ ଦୁଃଖଦ ଥିଲା। ସେତେବେଳେ ମନ୍ଦିରକୁ ନେଇ ହିଂସା, ମଣ୍ଡଳ କମିଶନ ଏବଂ ୧୯୯୨ର ଦଙ୍ଗା, ୧୯୯୩ର ବମ୍ବେ ବିସ୍ଫୋରଣ, ଲୋକସଭାରେ ଲାଞ୍ଚ ଓ ଆର୍ଥିକ ସଙ୍କଟ ଦେଖାଯାଇଥିଲା। ତଥାପି ଏସବୁ ମଧ୍ୟରେ ରାଓ ସୈନିକ ଭଳି କାର୍ଯ୍ୟ କଲେ ଓ ରକ୍ଷା ପାଇଗଲେ। ଏବେ ଆସନ୍ତୁ ତାଙ୍କୁ ଓ ତାଙ୍କ କାର୍ଯ୍ୟଶୈଳୀକୁ ଏବକାର ପ୍ରଧାନମନ୍ତ୍ରୀଙ୍କ ସହ ତୁଳନା କରିବା।
ଏବକାର ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବାରେ ବେଶ୍‌ ଜଣାଶୁଣା ଓ ପଦକ୍ଷେପ ନେବାରେ ସିଦ୍ଧହସ୍ତ ବୋଲି ପ୍ରଚାର କରାଯାଉଛି। କିନ୍ତୁ ବାସ୍ତବତା ତାହା ନୁହେଁ। ମଣିପୁର ମେ ୩ରୁ ୪୫ ଦିନ ହେଲା ଜଳୁଛି। ହେଲେ ପ୍ରଧାନମନ୍ତ୍ରୀ ଏହା ଉପରେ ଖୁବ୍‌ କମ୍‌ ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଏକ ମାସ ପରେ ମେ ୩୦ରେ ସେଠାକୁ ଗଲେ। କିନ୍ତୁ ତାଙ୍କ ଗସ୍ତ ହିଂସା ରୋକିପାରିଲା ନାହିଁ। କାରଣ ସେ କିଛି କହିବା ବ୍ୟତୀତ କିଛି କଲେ ନାହିଁ। ପ୍ରଧାନମନ୍ତ୍ରୀଙ୍କଠାରୁ ସେହିଭଳି କେଇପଦ କଥା ବି ଶୁଣିବାକୁ ମିଳିନାହିଁ। ପରେ ସେ ଆଉ କ’ଣ କହିବେ? ଏହା କହିବେ କି ଡବଲ ଇଞ୍ଜିନ ସରକାର ଭାଙ୍ଗିଗଲା। ଭାଜପା ଆଇନଶୃଙ୍ଖଳା ଉପରେ ଠିକ୍‌ ଭାବେ କାର୍ଯ୍ୟ କରି ପାରି ନାହିଁ କି ନାଗରିକଙ୍କ ସୁରକ୍ଷା କରି ନାହିଁ। କିନ୍ତୁ ଭାଜପା ତାହା କହିବ ନାହିଁ କିମ୍ବା ସ୍ବୀକାର କରିବ ନାହିଁ। ସେଥିପାଇଁ ତାହା ନୀରବ ରହିବାକୁ ପସନ୍ଦ କରିଛି। ବିଶ୍ୱାସ କରାଯାଉଛି, ତାହା ଆପେ ଆପେ ଚାଲିଯିବ ଏବଂ ପରେ ତା’ ଉପରେ ତାଙ୍କୁ କିଛି କରିବାକୁ ନ ଥିବ। ନିକଟରେ ଏଭଳି ବି ଘଟିଛି। ୧୭ ଏପ୍ରିଲ ୨୦୨୧ରେ ସେ ଆସାନ୍‌ସୋଲରେ ଏକ ରାଲିକୁ ସମ୍ବୋଧନ କରିଥିଲେ। ସେ ଏଡ଼େ ବିଶାଳ ରାଲି କେବେ ଦେଖି ନ ଥିଲେ ବୋଲି କହିଥିଲେ। ଅନ୍ୟପକ୍ଷରେ ସେହିଦିନ ୨ ଲକ୍ଷରୁ ଅଧିକ ଲୋକ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ କିଛିଦିନ ମଧ୍ୟରେ ଏହି ସଂଖ୍ୟା ଦୁଇଗୁଣ ବଢ଼ିଗଲା। ଭାରତର ହସ୍ପିଟାଲ ଓ ଶ୍ମଶାନର ଦୃଶ୍ୟ ସାରା ବିଶ୍ୱରେ ଖବର ପାଲଟିଯାଇଥିଲା। ସରକାରଙ୍କ ଅପାରଗତା ଓ ତ୍ରୁଟି ପଦାରେ ପଡ଼ିଗଲା। ତ୍ରୁଟି ଯୋଗୁ ସରକାର ସ୍ଥାଣୁ ହୋଇଗଲେ ଓ ପ୍ରଧାନମନ୍ତ୍ରୀ ଅନ୍ତର୍ଦ୍ଧାନ ହୋଇଗଲେ। ମାର୍ଚ୍ଚରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ, ଏହି ୭ ମାସରେ ୮୨ ଥର ସାଧାରଣରେ ସଶରୀରରେ ଓ ଭର୍ଚୁଆଲରେ ଦେଖାଦେଇଛନ୍ତି। ତା’ପର ୪ ମାସରେ ସେ ୧୧୧ ଥର ଓ ଫେବୃୟାରୀରୁ ୨୫ ଏପ୍ରିଲ ୨୦୨୧ ଯାଏ ସେ ୯୨ଥର ସାଧାରଣରେ ଦେଖାଦେଇଥିଲେ ଏବଂ ସେହିଦିନଠାରୁ କୁମ୍ଭ ଓ ପଶ୍ଚିମବଙ୍ଗ ରାଲି ରଦ୍ଦ କରିବା ପରେ ମୋଦି ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ସେ ୨୦ ଦିନ ଯାଏ ଆଉ ସାଧାରଣରେ ଦେଖାଦେଇ ନ ଥିଲେ। ଯେତେବେଳେ କୋଭିଡ୍‌ ଲହର ଥମିଗଲା ଏବଂ ସେ ଆଉ ଆଗକୁ କଠିନ ସମସ୍ୟା କିମ୍ବା ପ୍ରଶ୍ନର ସମ୍ମୁଖୀନ ହେବ ନାହିଁ ବୋଲି ସ୍ପଷ୍ଟ ହେଲା, ସେତେବେଳେ ସେ ଦେଖାଦେଲେ। ସେ ଆଉ କ’ଣ ବା କରିପାରିଥା’ନ୍ତେ। ସଫଳତାର କମ୍‌ ସୁଯୋଗ କିମ୍ବା ବ୍ୟକ୍ତିଗତ ବିଫଳତାର ସମ୍ଭାବନା ଥାଇ ବି ଜଣେ ନେତା ଏକ କଠିନ ସମୟରେ ଆଗକୁ ବାହାରିବା ଉଚିତ, କାରଣ ତାହା ହିଁ ବାସ୍ତବ ନେତୃତ୍ୱ। କିନ୍ତୁ ମୋଦି ଆଗକୁ ନ ଆସି ଦୂରେଇ ରହିଲେ, ଯାହା ମଣିପୁରବାସୀ ଦେଖିଛନ୍ତ ଏବଂ ଦ୍ୱିତୀୟ ଲହରରେ ପୀଡ଼ିତ ଓ ଅନ୍ୟମାନେ ବି ଦେଖିଥିଲେ। କାରଣ ସେ ସମୟରେ ସାମ୍ନାକୁ ଆସିନାହାନ୍ତି। ତାଙ୍କ ମନ୍ତ୍ରୀମାନେ ବି ଦୂରେଇ ରହିଛନ୍ତି, ଫଳରେ ସମସ୍ୟା ବଢ଼ିଗଲା। ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଇମ୍ପାଲରେ ରହିବା ଉଚିତ। କିନ୍ତୁ ପ୍ରଧାନନ୍ତ୍ରୀ ନୀରବ ଥିବାରୁ ସ୍ବରାଷ୍ଟ ମନ୍ତ୍ରୀଙ୍କ ଉପରେ କୌଣସି ଚାପ ନାହିଁ। ଏପରିକି ଲଦାଖରେ ସୀମା ଉତ୍ତେଜନାକୁ ନେଇ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ କାହଁିକ ଏହା କରୁଛନ୍ତି ଓ ଲଦାଖରେ ତାଙ୍କର କ’ଣ ଅଛି, ସେ ବିଷୟରେ ମୋଦି ତାଙ୍କୁ ଫୋନ କରି ନ ଥିଲେ। ଏଣୁ ସମସ୍ୟା ସମାଧାନ କରିବାକୁ ତାଙ୍କର କୌଣସି ବ୍ୟକ୍ତିଗତ ଦାୟିତ୍ୱ ନ ଥିବା ଭଳି ମନେହେଉଥିଲା। ନରସିମା ରାଓ ମଧ୍ୟ ଏହା କରିପାରିଥାଆନ୍ତେ। କିନ୍ତୁ ସେ ନିଜକୁ ଜଣେ କାମିକା ବ୍ୟକ୍ତି ଭାବେ ଛଳନା କରୁ ନ ଥିଲେ କିମ୍ବା ସେ ନିଷ୍ପତ୍ତି ନେବାରେ ଜଣେ ଦକ୍ଷ ନେତା ବୋଲି କହୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri