କାହିଁକି କହିବି ମୁଁ ଶତାବ୍ଦୀର ଶ୍ରେଷ୍ଠ

ମୀରା ବେଉରା

 

ଥରେ ଜଣେ ବେପାରୀ ବେପାର କରିବା ପାଇଁ ଜେରୁଜେଲମ୍‌ରୁ ଜେରିକୋକୁ ଯାଉଥିଲା। ଦୁର୍ଭାଗ୍ୟବଶତଃ ସେ ଚୋର ଖଣ୍ଟଙ୍କ ହାବୁଡ଼ରେ ପଡ଼ିଗଲା। ସେମାନେ ତାକୁ ମରଣାନ୍ତକ ଆକ୍ରମଣ କରି ସବୁଧନ ଛଡ଼ାଇନେଇ ଦରମଲା ଅବସ୍ଥାରେ ଛାଡ଼ି ଚାଲିଗଲେ। ସେଇବାଟ ଦେଇ ଜଣେ ପାଦ୍ରୀ ଶିଷ୍ୟମାନଙ୍କୁ ନେଇ ଗଲେ ଓ ପୁଣି ସେହିବାଟେ ଜଣେ ଜମିଦାର ତାଙ୍କର ଲୋକମାନଙ୍କ ସହ ଗଲେ। ସମସ୍ତେ ସେହି ଦରମଲା ବେପାରୀକୁ ଦେଖି ମଧ୍ୟ ନ ଦେଖିଲାପରି ନିଜ ନିଜ ବାଟରେ ଚାଲିଗଲେ। କିନ୍ତୁ ଜଣେ ବେପାରୀ ଗଧପିଠିରେ ବସି ସେହି ବାଟ ଦେଇ ହାଟକୁ ଯାଉଥିବା ସମୟରେ ଦରମଲା ବେପାରୀକୁ ଦେଖି ତାକୁ ନିକଟସ୍ଥ ପାନ୍ଥଶାଳାକୁ ଆଣିଲେ। ପାନ୍ଥଶାଳାର ମାଲିକଙ୍କୁ କିଛି ଟଙ୍କା ଦେଇ ତା’ର ଯନତ୍ ନେବା ପାଇଁ କହିଗଲେ ଏବଂ ହାଟରୁ ଫେରି ସୁସ୍ଥ ହୋଇଯାଇଥିବା ସେହି ଲୋକକୁ ନେଇ ତା’ ଗ୍ରାମରେ ଛାଡ଼ି ଦେଇ ମାନବିକତାର ପରିଚୟ ଦେଲେ। ଏହି ଗପ କହିବାର ତାତ୍ପର୍ଯ୍ୟ ହେଉଛି, ଅନେକ ସମୟରେ ଏହି ମଣିଷ ମନରେ ବହୁତ ଅହଂକାର ଆସିଥାଏ। ମାନବିକତାଠାରୁ ସେ ଦୂରେଇଯାଏ, ଯାହା ଦେଖିବାକୁ ମିଳିଲା ପାଦ୍ରୀ ଓ ଜମିଦାରଙ୍କ ଠାରେ।
ପ୍ରକୃତରେ ଆଜିର ମଣିଷ କେତେ ସ୍ବାର୍ଥପର ହୋଇଯାଇଛି। ପ୍ରାଗ୍‌ ଐତିହାସିକ ଯୁଗରୁ ଆଦିମ ମାନବରୁ ଆସି ଯନ୍ତ୍ରମଣିଷ ପାଲଟି ଯାଇଛି। ସେଦିନ ବରଂ ଭଲଥିଲା, ସେ ବଣରୁ ଫଳମୂଳ ଖାଇ ଗଛର ବଳ୍‌କଳ ପିନ୍ଧି ପର୍ବତ ଗୁମ୍ଫାରେ ବାସ କରୁଥିଲା, ନିଅଁ। ର ବ୍ୟବହାର ମଧ୍ୟ ତାକୁ ଜଣା ନ ଥିଲା। ଧୀରେ ଧୀରେ ନିଆଁର ବ୍ୟବହାର ଶିଖି ଆଜି ଉନ୍ନତିର ଶିଡ଼ିି ଚଢ଼ି ନିଜର ସୁରକ୍ଷା ପାଇଁ ଆଟମ୍‌ ବମ୍‌ ନିର୍ମାଣ କରୁଛି। ମାଟି ମନସ୍କ, ପ୍ରକୃତି ମନସ୍କ, ପଶୁପକ୍ଷୀ ମନସ୍କ, ମଣିଷ ମନସ୍କ ହୋଇଥିବା ମଣିଷଟି ଆଜି ହଠାତ୍‌ ହିଂସ୍ର ଜନ୍ତୁଠାରୁ ମଧ୍ୟ ଆହୁରି ଭୟଙ୍କର ହୋଇଯାଇଛି। ଦିନେ ମଣିଷ ବଣରୁ ପଶୁପକ୍ଷୀଙ୍କ ଦୌରାମତ୍‌ୟରୁ ନିଜକୁ ସୁରକ୍ଷା ଦେବାପାଇଁ ଦଳବଦ୍ଧ ବା ଗୋଷ୍ଠୀଗତ ଜୀବନ ବଞ୍ଚୁଥିଲା। ପ୍ରକୃତିର କୋଳରେ ଆଶ୍ରୟ ନେଉଥିଲା । ପ୍ରକୃତି ହିଁ ଥିଲା ତା’ର ବନ୍ଧୁ। ସେହି ପ୍ରକୃତିକୁ ପୂଜାକରି ଅପାର ଆନନ୍ଦ ଲାଭ କରୁଥିଲା। ସେହି ମଣିଷ ଆଜି ଅନେକ ବଦଳି ଯାଇଛି। ବଣର ପଶୁପକ୍ଷୀଙ୍କୁ ସେ ଇତସ୍ତତ କରିଦେଇଛି। ନିଜର ସୁଖ ସ୍ବାଚ୍ଛନ୍ଦ୍ୟ, ଐଶ୍ୱର୍ଯ୍ୟ ପାଇଁ ପ୍ରକୃତିକୁ ଧ୍ୱଂସ କରିବାରେ ଲାଗିଛି। ସବୁ ପାଇଛି ତଥାପି ତା’ ମନରେ ଅନେକ ଦୁଃଖ, ବିଷାଦ, ବିଷଣ୍ଣତାର କଳାବାଦଲ ଛାଇ ହୋଇଯାଇଛି, ଯେଉଁଠୁ ସେ ମୁକୁଳି ପାରୁନି ଅନେକ ଚେଷ୍ଟା ସତ୍ତ୍ୱେ ।
ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେଉଁ ମଣିଷ ଦିନେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରାୟଣ ପ୍ରେରଣ କରିପାରୁଛି, ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ କି ନା ଅନୁସନ୍ଧାନ ଚଳାଇ ରଖୁଛି, ନିଜର ସୁରକ୍ଷା ପାଇଁ ଅନେକ ମାରଣାସ୍ତ୍ର ନିର୍ମାଣ କରିପାରୁଛି, ସେହି ଲୋକ ଗୋଟିଏ ପରିବାର, ଗୋଟିଏ ଛାତତଳେ ଥିବା ଲୋକକୁ ଆନ୍ତରିକତାର ସହିତ ଭଲପାଇ ପାରୁନ। ତା’ର ବିଶ୍ୱାସରେ ନିତି ଭୂମିକମ୍ପ ସୃଷ୍ଟି ହେଉଛି। ସେ ନିଜକୁ ମଧ୍ୟ ଭରସି ପାରୁନି। ଅହରହ ପ୍ରଶ୍ନ କରୁଛି ନିଜକୁ ‘କୋ ଅହମ୍‌..କୋ ଅହମ୍‌.. ମୁଁ କିଏ?’ ଏ ପୃଥିବୀକୁ ଏ ସମାଜକୁ ମୋର ଆସିବାର ଅଭିପ୍ରାୟ କ’ଣ? ଆଜି ମଣିଷ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ ପାଇଁ ଅନୁସନ୍ଧାନ ପ୍ରୟାସ ଜାରି ରଖିଥିବା ସତ୍ତ୍ୱେ ନିଜ ପଡ଼ୋଶୀ ପାଖରେ ପହଞ୍ଚତ୍ ପାରୁନି। ମନ୍ଦିରରେ ଯାଇ ଘଣ୍ଟାଘଣ୍ଟା ପୂଜା କରିପାରୁଛି, ଉପବାସ ବ୍ରତ କରୁଛି ଅଥଚ ପଡ଼ୋଶୀ ଅସହାୟ ଅବସ୍ଥାରେ ଥିଲେ ତାଙ୍କ ମୁହଁରେ ହସ ଟିକିଏ ଆଙ୍କି ପାରୁନି, ସାହାଯ୍ୟ ସହଯୋଗ ତ ଦୂର କଥା ସତରେ ଆମେ କେମିତିକା ମଣିଷ?
ହଜାର ହଜାର ମାଇଲ ଅତିକ୍ରମ କରି ଅନେକ ଅର୍ଥ ଖର୍ଚ୍ଚକରି ମନ୍ଦିର, ମସଜିଦ୍‌, ଗୁରୁଦ୍ୱାର, ଚର୍ଚ୍ଚକୁ ଯାଇ ମେଳି କରି ଏକାଠି ହୋଇ ପୂଜାର୍ଚ୍ଚନା କରିପାରୁଛି, ଅଥଚ ମୋ ପାଖ ପଡ଼ୋଶୀ ଯଦି ଭୟଙ୍କର ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛି ମୁଁ ତାକୁ ଚାରୋଟି କାନ୍ଧ ଯୋଗାଇ ପାରୁନି। ତା’ର ପରିବାରକୁ ସମବେଦନା ଜଣାଇବାରେ ମଧ୍ୟ କାର୍ପଣ୍ୟ ବୋଧ କରୁଛି। ମୋ ଭିତରେ ମାନବିକତା, ସମ୍ବେଦନଶୀଳତା, ସ୍ନେହ, ଭଲପାଇବା, ଦୟା, କ୍ଷମା ଧୀରେ ଧୀରେ ହଜି ହଜି ଯାଉଛି ମୋ ଅଜାଣତରେ। ଆଉ ମୁଁ ଦିନକୁ ଦିନ ହିଂସ୍ର ହୋଇ କପଟ, ଛଳନା, ବ୍ୟଭିଚାର, ହତ୍ୟା, ଲୁଣ୍ଠନ, ଯୁଦ୍ଧଖୋର ମନୋବୃତ୍ତି, ଆଧିପତ୍ୟ ମନୋବୃତ୍ତିକୁ ମୋ ଭିତରେ ବୃଦ୍ଧି କରାଇ ତାକୁ ଆପଣେଇ ନେଇଛି। ଆରିଷ୍ଟଟଲଙ୍କ ବାଣୀ, ‘ମଣିଷ: ଗୋଟିଏ ସାମାଜିକ ପ୍ରାଣୀ’ ଏହାକୁ ମୁଁ ମିଥ୍ୟା ବୋଲି କେବେଠୁ ମୋ ଜୀବନଚର୍ଯ୍ୟାରେ ପ୍ରମାଣିତ କରିସାରିଛି। ଆଉ ମୋ ଭିତରେ ଥିବା ମଣିଷ ପଣିଆଟେ ମୋତେ ନିଇତି ପଚାରୁଛି ମୁଁ ମଣିଷ କେତେ ସଇତାନ କେତେ? ମୁଁ କେବେ ଥିଲି ମଣିଷ, ହେଲେ ବର୍ତ୍ତମାନ ମୋ’ଠାରୁ ଆଉ ସ୍ବାର୍ଥପର ମଣିଷ କେହି ନ ଥିବେ।
ଦିନେ ଦିବାଲୋକରେ ଆମେରିକାର ଦାର୍ଶନିକ ଡିଓଜିନ୍‌ସ ଲଣ୍ଠନଟିଏ ଧରି ଖୋଜୁଥିଲେ ଏଇ ମଣିଷକୁ। ହେଲେ, ଆଜି ସେହି ମଣିଷ କାହାନ୍ତି। ସେଦିନ ସେ ସ୍ପଷ୍ଟ ଦିବାଲୋକରେ ଖୋଜୁଥିବା ମଣିଷ ସବୁ ଗଲେ କୁଆଡ଼େ? ଯୁଗ ବଦଳିଛି, ସମୟ ବଦଳିଛି, କିନ୍ତୁ ମଣିଷର ସେହି ମଣିଷପଣିଆଟା ଲୁଚିଯାଉଛି। ସେ ଆଦିମ ମାନବରୁ ଆଜି ଯନ୍ତ୍ର ମଣିଷ ପାଲଟିଥିଲେ ମଧ୍ୟ ଚେତନଶୀଳ ହୋଇପାରୁନି। ତା’ ଭିତରେ ଈର୍ଷା, ହିଂସା, ପରଶ୍ରୀକାତରତା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ସେ କାହାକୁ ଆପଣାର କରିପାରୁନି। ସମସ୍ତଙ୍କୁ ଘୃଣା ଓ ସନ୍ଦେହ ଦୃଷ୍ଟିରେ ଦେଖୁଛି। କାହାକୁ ଦେଖିଲେ ମନ ଖୋଲି ହସି ପାରୁନି, କାହାକୁ କୋଳାଗ୍ରତ କରିପାରୁନି। ସେ ନିଜକୁ ମଧ୍ୟ ଭଲପାଇ ପାରୁନି। ଦିନକୁ ଦିନ ସ୍ବାର୍ଥପର ହୋଇ ସମଗ୍ର ବିଶ୍ୱକୁ ଧ୍ୱଂସ କରିବାକୁ ପଛାଉନାହିଁ। ଯଦି ମୁଁ ଶ୍ରେଷ୍ଠପ୍ରାଣୀ ମଣିଷ ହୋଇ କାହାର ଦୁଃଖରେ ଦୁଃଖୀ କାହାର ସୁଖରେ ସୁଖୀ ହୋଇପାରିଲିନି, କାହା ମୁହଁରେ ହସ ଟିକିଏ ଆଙ୍କି ପାରିଲିନି ତେବେ ମୁଁ କାହିଁକି କହିବି ଶତାବ୍ଦୀର ଶ୍ରେଷ୍ଠପ୍ରାଣୀ ମଣିଷ ବୋଲି। ନିଜକୁ ଭଲପାଇବା ସହ ଯଦି ଆମେ ଆମ ସମାଜ, ଆମ ରାଷ୍ଟ୍ର ଏବଂ ସମଗ୍ର ବିଶ୍ୱକୁ ଭଲପାଇପାରିବା ‘ବସୁଧ୍ୱେବକୁଟୁମ୍ବକମ୍‌‘ ନୀତିରେ, ଆଉ ଏ ପୃଥିବୀକୁ ଆସିବାର ଅଭିପ୍ରାୟକୁ ଖୋଜିବା ତେବେ ଆମେ ହେବା ଶତାବ୍ଦୀର ଶ୍ରେଷ୍ଠ ମଣିଷ, ଦିବ୍ୟ ମାନବ ଏବଂ ଆମ ଜୀବନ ହେବ ସାର୍ଥକ ଜୀବନ।
ରଘୁନାଥଜିଉ ମହାବିଦ୍ୟାଳୟ, ଦେଉଳସାହି, କଟକ, ମୋ:୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri