କାହିଁକି କହିବି ମୁଁ ଶତାବ୍ଦୀର ଶ୍ରେଷ୍ଠ

ମୀରା ବେଉରା

 

ଥରେ ଜଣେ ବେପାରୀ ବେପାର କରିବା ପାଇଁ ଜେରୁଜେଲମ୍‌ରୁ ଜେରିକୋକୁ ଯାଉଥିଲା। ଦୁର୍ଭାଗ୍ୟବଶତଃ ସେ ଚୋର ଖଣ୍ଟଙ୍କ ହାବୁଡ଼ରେ ପଡ଼ିଗଲା। ସେମାନେ ତାକୁ ମରଣାନ୍ତକ ଆକ୍ରମଣ କରି ସବୁଧନ ଛଡ଼ାଇନେଇ ଦରମଲା ଅବସ୍ଥାରେ ଛାଡ଼ି ଚାଲିଗଲେ। ସେଇବାଟ ଦେଇ ଜଣେ ପାଦ୍ରୀ ଶିଷ୍ୟମାନଙ୍କୁ ନେଇ ଗଲେ ଓ ପୁଣି ସେହିବାଟେ ଜଣେ ଜମିଦାର ତାଙ୍କର ଲୋକମାନଙ୍କ ସହ ଗଲେ। ସମସ୍ତେ ସେହି ଦରମଲା ବେପାରୀକୁ ଦେଖି ମଧ୍ୟ ନ ଦେଖିଲାପରି ନିଜ ନିଜ ବାଟରେ ଚାଲିଗଲେ। କିନ୍ତୁ ଜଣେ ବେପାରୀ ଗଧପିଠିରେ ବସି ସେହି ବାଟ ଦେଇ ହାଟକୁ ଯାଉଥିବା ସମୟରେ ଦରମଲା ବେପାରୀକୁ ଦେଖି ତାକୁ ନିକଟସ୍ଥ ପାନ୍ଥଶାଳାକୁ ଆଣିଲେ। ପାନ୍ଥଶାଳାର ମାଲିକଙ୍କୁ କିଛି ଟଙ୍କା ଦେଇ ତା’ର ଯନତ୍ ନେବା ପାଇଁ କହିଗଲେ ଏବଂ ହାଟରୁ ଫେରି ସୁସ୍ଥ ହୋଇଯାଇଥିବା ସେହି ଲୋକକୁ ନେଇ ତା’ ଗ୍ରାମରେ ଛାଡ଼ି ଦେଇ ମାନବିକତାର ପରିଚୟ ଦେଲେ। ଏହି ଗପ କହିବାର ତାତ୍ପର୍ଯ୍ୟ ହେଉଛି, ଅନେକ ସମୟରେ ଏହି ମଣିଷ ମନରେ ବହୁତ ଅହଂକାର ଆସିଥାଏ। ମାନବିକତାଠାରୁ ସେ ଦୂରେଇଯାଏ, ଯାହା ଦେଖିବାକୁ ମିଳିଲା ପାଦ୍ରୀ ଓ ଜମିଦାରଙ୍କ ଠାରେ।
ପ୍ରକୃତରେ ଆଜିର ମଣିଷ କେତେ ସ୍ବାର୍ଥପର ହୋଇଯାଇଛି। ପ୍ରାଗ୍‌ ଐତିହାସିକ ଯୁଗରୁ ଆଦିମ ମାନବରୁ ଆସି ଯନ୍ତ୍ରମଣିଷ ପାଲଟି ଯାଇଛି। ସେଦିନ ବରଂ ଭଲଥିଲା, ସେ ବଣରୁ ଫଳମୂଳ ଖାଇ ଗଛର ବଳ୍‌କଳ ପିନ୍ଧି ପର୍ବତ ଗୁମ୍ଫାରେ ବାସ କରୁଥିଲା, ନିଅଁ। ର ବ୍ୟବହାର ମଧ୍ୟ ତାକୁ ଜଣା ନ ଥିଲା। ଧୀରେ ଧୀରେ ନିଆଁର ବ୍ୟବହାର ଶିଖି ଆଜି ଉନ୍ନତିର ଶିଡ଼ିି ଚଢ଼ି ନିଜର ସୁରକ୍ଷା ପାଇଁ ଆଟମ୍‌ ବମ୍‌ ନିର୍ମାଣ କରୁଛି। ମାଟି ମନସ୍କ, ପ୍ରକୃତି ମନସ୍କ, ପଶୁପକ୍ଷୀ ମନସ୍କ, ମଣିଷ ମନସ୍କ ହୋଇଥିବା ମଣିଷଟି ଆଜି ହଠାତ୍‌ ହିଂସ୍ର ଜନ୍ତୁଠାରୁ ମଧ୍ୟ ଆହୁରି ଭୟଙ୍କର ହୋଇଯାଇଛି। ଦିନେ ମଣିଷ ବଣରୁ ପଶୁପକ୍ଷୀଙ୍କ ଦୌରାମତ୍‌ୟରୁ ନିଜକୁ ସୁରକ୍ଷା ଦେବାପାଇଁ ଦଳବଦ୍ଧ ବା ଗୋଷ୍ଠୀଗତ ଜୀବନ ବଞ୍ଚୁଥିଲା। ପ୍ରକୃତିର କୋଳରେ ଆଶ୍ରୟ ନେଉଥିଲା । ପ୍ରକୃତି ହିଁ ଥିଲା ତା’ର ବନ୍ଧୁ। ସେହି ପ୍ରକୃତିକୁ ପୂଜାକରି ଅପାର ଆନନ୍ଦ ଲାଭ କରୁଥିଲା। ସେହି ମଣିଷ ଆଜି ଅନେକ ବଦଳି ଯାଇଛି। ବଣର ପଶୁପକ୍ଷୀଙ୍କୁ ସେ ଇତସ୍ତତ କରିଦେଇଛି। ନିଜର ସୁଖ ସ୍ବାଚ୍ଛନ୍ଦ୍ୟ, ଐଶ୍ୱର୍ଯ୍ୟ ପାଇଁ ପ୍ରକୃତିକୁ ଧ୍ୱଂସ କରିବାରେ ଲାଗିଛି। ସବୁ ପାଇଛି ତଥାପି ତା’ ମନରେ ଅନେକ ଦୁଃଖ, ବିଷାଦ, ବିଷଣ୍ଣତାର କଳାବାଦଲ ଛାଇ ହୋଇଯାଇଛି, ଯେଉଁଠୁ ସେ ମୁକୁଳି ପାରୁନି ଅନେକ ଚେଷ୍ଟା ସତ୍ତ୍ୱେ ।
ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେଉଁ ମଣିଷ ଦିନେ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରାୟଣ ପ୍ରେରଣ କରିପାରୁଛି, ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ କି ନା ଅନୁସନ୍ଧାନ ଚଳାଇ ରଖୁଛି, ନିଜର ସୁରକ୍ଷା ପାଇଁ ଅନେକ ମାରଣାସ୍ତ୍ର ନିର୍ମାଣ କରିପାରୁଛି, ସେହି ଲୋକ ଗୋଟିଏ ପରିବାର, ଗୋଟିଏ ଛାତତଳେ ଥିବା ଲୋକକୁ ଆନ୍ତରିକତାର ସହିତ ଭଲପାଇ ପାରୁନ। ତା’ର ବିଶ୍ୱାସରେ ନିତି ଭୂମିକମ୍ପ ସୃଷ୍ଟି ହେଉଛି। ସେ ନିଜକୁ ମଧ୍ୟ ଭରସି ପାରୁନି। ଅହରହ ପ୍ରଶ୍ନ କରୁଛି ନିଜକୁ ‘କୋ ଅହମ୍‌..କୋ ଅହମ୍‌.. ମୁଁ କିଏ?’ ଏ ପୃଥିବୀକୁ ଏ ସମାଜକୁ ମୋର ଆସିବାର ଅଭିପ୍ରାୟ କ’ଣ? ଆଜି ମଣିଷ ଚନ୍ଦ୍ରପୃଷ୍ଠରେ ବସତି ସ୍ଥାପନ ପାଇଁ ଅନୁସନ୍ଧାନ ପ୍ରୟାସ ଜାରି ରଖିଥିବା ସତ୍ତ୍ୱେ ନିଜ ପଡ଼ୋଶୀ ପାଖରେ ପହଞ୍ଚତ୍ ପାରୁନି। ମନ୍ଦିରରେ ଯାଇ ଘଣ୍ଟାଘଣ୍ଟା ପୂଜା କରିପାରୁଛି, ଉପବାସ ବ୍ରତ କରୁଛି ଅଥଚ ପଡ଼ୋଶୀ ଅସହାୟ ଅବସ୍ଥାରେ ଥିଲେ ତାଙ୍କ ମୁହଁରେ ହସ ଟିକିଏ ଆଙ୍କି ପାରୁନି, ସାହାଯ୍ୟ ସହଯୋଗ ତ ଦୂର କଥା ସତରେ ଆମେ କେମିତିକା ମଣିଷ?
ହଜାର ହଜାର ମାଇଲ ଅତିକ୍ରମ କରି ଅନେକ ଅର୍ଥ ଖର୍ଚ୍ଚକରି ମନ୍ଦିର, ମସଜିଦ୍‌, ଗୁରୁଦ୍ୱାର, ଚର୍ଚ୍ଚକୁ ଯାଇ ମେଳି କରି ଏକାଠି ହୋଇ ପୂଜାର୍ଚ୍ଚନା କରିପାରୁଛି, ଅଥଚ ମୋ ପାଖ ପଡ଼ୋଶୀ ଯଦି ଭୟଙ୍କର ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଛି ମୁଁ ତାକୁ ଚାରୋଟି କାନ୍ଧ ଯୋଗାଇ ପାରୁନି। ତା’ର ପରିବାରକୁ ସମବେଦନା ଜଣାଇବାରେ ମଧ୍ୟ କାର୍ପଣ୍ୟ ବୋଧ କରୁଛି। ମୋ ଭିତରେ ମାନବିକତା, ସମ୍ବେଦନଶୀଳତା, ସ୍ନେହ, ଭଲପାଇବା, ଦୟା, କ୍ଷମା ଧୀରେ ଧୀରେ ହଜି ହଜି ଯାଉଛି ମୋ ଅଜାଣତରେ। ଆଉ ମୁଁ ଦିନକୁ ଦିନ ହିଂସ୍ର ହୋଇ କପଟ, ଛଳନା, ବ୍ୟଭିଚାର, ହତ୍ୟା, ଲୁଣ୍ଠନ, ଯୁଦ୍ଧଖୋର ମନୋବୃତ୍ତି, ଆଧିପତ୍ୟ ମନୋବୃତ୍ତିକୁ ମୋ ଭିତରେ ବୃଦ୍ଧି କରାଇ ତାକୁ ଆପଣେଇ ନେଇଛି। ଆରିଷ୍ଟଟଲଙ୍କ ବାଣୀ, ‘ମଣିଷ: ଗୋଟିଏ ସାମାଜିକ ପ୍ରାଣୀ’ ଏହାକୁ ମୁଁ ମିଥ୍ୟା ବୋଲି କେବେଠୁ ମୋ ଜୀବନଚର୍ଯ୍ୟାରେ ପ୍ରମାଣିତ କରିସାରିଛି। ଆଉ ମୋ ଭିତରେ ଥିବା ମଣିଷ ପଣିଆଟେ ମୋତେ ନିଇତି ପଚାରୁଛି ମୁଁ ମଣିଷ କେତେ ସଇତାନ କେତେ? ମୁଁ କେବେ ଥିଲି ମଣିଷ, ହେଲେ ବର୍ତ୍ତମାନ ମୋ’ଠାରୁ ଆଉ ସ୍ବାର୍ଥପର ମଣିଷ କେହି ନ ଥିବେ।
ଦିନେ ଦିବାଲୋକରେ ଆମେରିକାର ଦାର୍ଶନିକ ଡିଓଜିନ୍‌ସ ଲଣ୍ଠନଟିଏ ଧରି ଖୋଜୁଥିଲେ ଏଇ ମଣିଷକୁ। ହେଲେ, ଆଜି ସେହି ମଣିଷ କାହାନ୍ତି। ସେଦିନ ସେ ସ୍ପଷ୍ଟ ଦିବାଲୋକରେ ଖୋଜୁଥିବା ମଣିଷ ସବୁ ଗଲେ କୁଆଡ଼େ? ଯୁଗ ବଦଳିଛି, ସମୟ ବଦଳିଛି, କିନ୍ତୁ ମଣିଷର ସେହି ମଣିଷପଣିଆଟା ଲୁଚିଯାଉଛି। ସେ ଆଦିମ ମାନବରୁ ଆଜି ଯନ୍ତ୍ର ମଣିଷ ପାଲଟିଥିଲେ ମଧ୍ୟ ଚେତନଶୀଳ ହୋଇପାରୁନି। ତା’ ଭିତରେ ଈର୍ଷା, ହିଂସା, ପରଶ୍ରୀକାତରତା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ସେ କାହାକୁ ଆପଣାର କରିପାରୁନି। ସମସ୍ତଙ୍କୁ ଘୃଣା ଓ ସନ୍ଦେହ ଦୃଷ୍ଟିରେ ଦେଖୁଛି। କାହାକୁ ଦେଖିଲେ ମନ ଖୋଲି ହସି ପାରୁନି, କାହାକୁ କୋଳାଗ୍ରତ କରିପାରୁନି। ସେ ନିଜକୁ ମଧ୍ୟ ଭଲପାଇ ପାରୁନି। ଦିନକୁ ଦିନ ସ୍ବାର୍ଥପର ହୋଇ ସମଗ୍ର ବିଶ୍ୱକୁ ଧ୍ୱଂସ କରିବାକୁ ପଛାଉନାହିଁ। ଯଦି ମୁଁ ଶ୍ରେଷ୍ଠପ୍ରାଣୀ ମଣିଷ ହୋଇ କାହାର ଦୁଃଖରେ ଦୁଃଖୀ କାହାର ସୁଖରେ ସୁଖୀ ହୋଇପାରିଲିନି, କାହା ମୁହଁରେ ହସ ଟିକିଏ ଆଙ୍କି ପାରିଲିନି ତେବେ ମୁଁ କାହିଁକି କହିବି ଶତାବ୍ଦୀର ଶ୍ରେଷ୍ଠପ୍ରାଣୀ ମଣିଷ ବୋଲି। ନିଜକୁ ଭଲପାଇବା ସହ ଯଦି ଆମେ ଆମ ସମାଜ, ଆମ ରାଷ୍ଟ୍ର ଏବଂ ସମଗ୍ର ବିଶ୍ୱକୁ ଭଲପାଇପାରିବା ‘ବସୁଧ୍ୱେବକୁଟୁମ୍ବକମ୍‌‘ ନୀତିରେ, ଆଉ ଏ ପୃଥିବୀକୁ ଆସିବାର ଅଭିପ୍ରାୟକୁ ଖୋଜିବା ତେବେ ଆମେ ହେବା ଶତାବ୍ଦୀର ଶ୍ରେଷ୍ଠ ମଣିଷ, ଦିବ୍ୟ ମାନବ ଏବଂ ଆମ ଜୀବନ ହେବ ସାର୍ଥକ ଜୀବନ।
ରଘୁନାଥଜିଉ ମହାବିଦ୍ୟାଳୟ, ଦେଉଳସାହି, କଟକ, ମୋ:୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?