ଜାପାନ ସହ ସମ୍ପର୍କ ଜରୁରୀ କାହିଁକି

ଲଳିତେନ୍ଦୁ ପଲାଉରୀ

ବିଶ୍ବର ବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତ ଏସିଆର ଦ୍ରୁତ ବିକଶିତ ରାଷ୍ଟ୍ର ଜାପାନ ମଧ୍ୟରେ ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ବହୁ ପୁରୁଣା। ବୁଦ୍ଧଙ୍କ ଉପାସନାର ଦେଶ ଜାପାନରେ ବୁଦ୍ଧଂ ସରଣମ୍‌ ଗଚ୍ଛାମିର ବାର୍ତ୍ତା ପ୍ରଥମେ ଭାରତୀୟଙ୍କ ଦ୍ବାରା ହିଁ ପହଞ୍ଚିଥିଲା। କଳିଙ୍ଗ ସମ୍ରାଟ ଅଶୋକଙ୍କ ସୁପୁତ୍ର ମହେନ୍ଦ୍ର ହୁଅନ୍ତୁ ବା କନ୍ୟା ସଂଘମିତ୍ରା କିମ୍ବା ଜାପାନର ନାରା ସହରରେ ୭୫୨ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ଟୋଡାଇଜି ବୁଦ୍ଧ ମନ୍ଦିରରେ ଭାରତୀୟ ବୁଦ୍ଧ ସନ୍ନ୍ୟାସୀଙ୍କ ଦ୍ବାରା ସ୍ଥାପିତ ବୁଦ୍ଧ ମୂର୍ତ୍ତିକୁ ପ୍ରମାଣ ଭାବେ ନିଆଯାଇପାରେ। ସେହିଭଳି ସ୍ବାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭକରି ରବୀନ୍ଦ୍ରନାଥ ଟାଗୋର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଶିଳ୍ପପତି ଜେ.ଆର.ଡି ଟାଟାଙ୍କ ପର୍ଯ୍ୟନ୍ତ ଭାରତୀୟ ବିଦ୍ବାନ୍‌ମାନେ ଜାପାନ ସହ ଘନିଷ୍ଠ ସମ୍ପର୍କ ଯୋଡ଼ିଛନ୍ତି। ତେଣୁ ଭାରତ ଓ ଜାପାନ ମଧ୍ୟରେ ସମ୍ପର୍କ ୧୪ଶହ ବର୍ଷର ପୁରୁଣା। ଏଭଳି ଦୀର୍ଘ ଶତାବ୍ଦୀର ସମ୍ପର୍କ ମଧ୍ୟରେ ଉଭୟ ଦେଶ ମଧ୍ୟରେ ମତାନ୍ତର ନଗଣ୍ୟ ବରଂ ମିତ୍ରତାର ପରିଭାଷା ବିସ୍ତୀର୍ଣ୍ଣ । ଶକ୍ତିଶାଳୀ ଆମେରିକା ଓ ଅଷ୍ଟ୍ରେଲିଆ ସହ ମିଶି ଭାରତ ଓ ଜାପାନ କ୍ବାଡ୍‌ ସଂଗଠନରେ ରହିବା ସହ ଏସିଆ ପ୍ରଶାନ୍ତ କ୍ଷେତ୍ରରେ ବିସ୍ତାରବାଦୀ ଚାଇନାକୁ ରୋକିବାରେ ସକ୍ଷମ ହୋଇଛି। ଜାପାନ ଓ ଭାରତ ମଧ୍ୟରେ ୧୯୦୩ ରେ ପ୍ରତିଷ୍ଠା ହୋଇଥିବା ଜାପାନ-ଇଣ୍ଡିଆ ଆସୋସିଏଶନ ବର୍ତ୍ତମାନ ସମୟରେ ଜାପାନର ସବୁଠାରୁ ପୁରୁଣା ଅନ୍ତର୍ଜାତୀୟ ବନ୍ଧୁତା ସଂଗଠନ ଭାବେ ଗଣାଯାଉଛି। ଜାପାନ ଭାରତରେ ତୃତୀୟ ବୃହତ୍‌ ନିବେଶକାରୀ ଦେଶ । ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ୨୦୦୦-୨୦୧୯ ମଧ୍ୟରେ ୩୦.୨୭ ବିଲିୟନ ଡଲାର ରହିଛି। ଭାରତରେ ମୋଟ ପ୍ରତ୍ୟକ୍ଷ ପୁଞ୍ଜିନିବେଶର ୭.୫ପ୍ରତିଶତ ଜାପାନରୁ ହିଁ ଆସିଛି। ଭାରତର ସାମରିକ ବିକାଶ କ୍ଷେତ୍ରରେ ଜାପାନର ସହଯୋଗ, ଅନ୍ତର୍ଜାତୀୟ ସମୁଦ୍ର ପଥରେ ଅପରାଧ ରୋକିବା, ନକଲି ଚାଲାଣ, ଆତଙ୍କବାଦ ପ୍ରତିରୋଧ କ୍ଷେତ୍ରରେ ଉଭୟ ଦେଶ ମିଳିତ ସମରାଭ୍ୟାସ ନିୟମିତ ଜାରି ରଖିଛନ୍ତି।
୨୦୧୪ରୁ ଭାରତୀୟଙ୍କ ପାଇଁ ଜାପାନ ପକ୍ଷରୁ ମଲ୍ଟି ଏଣ୍ଟ୍ରି ଭିଜା ବ୍ୟବସ୍ଥା, ୨୦୧୭ରେ ଉତ୍ତରପୂର୍ବ ରାଜ୍ୟର ବିକାଶ ପାଇଁ ଜାପାନ-ଇଣ୍ଡିଆ କୋ-ଅପରେଶନର ଫୋରମ କାର୍ଯ୍ୟ କରୁଛି। ୨୦୦୭ରେ ଉଭୟ ଦେଶ ମଧ୍ୟରେ ଇଣ୍ଡୋ ଜାପାନ ସାଂସ୍କୃତିକ ରାଜିନାମା ସ୍ବରୂପ ପର୍ଯ୍ୟଟନ ବିକାଶ ଓ ପ୍ରୋତ୍ସାହନ, ସାଂସ୍କୃତିିକ ଆଦାନ ପ୍ରଦାନ ରାଜିନାମା ସ୍ବାକ୍ଷର ହୋଇଛି। ୨୦୧୪ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରାଷ୍ଟ୍ରୀୟ ଅତିଥି ହେବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨୦୧୪ରେ ଜାପାନ ଗସ୍ତରେ ଯାଇ ସ୍ବତନ୍ତ୍ର ଦ୍ବିପାକ୍ଷିକ ବିଶ୍ବ ସହମତି ରାଜିନାମାରେ ସ୍ବାକ୍ଷର କରିବା ଓ ୨୦୧୬ରେ ପୁଣି ପ୍ରଧାନମନ୍ତ୍ରୀ ଜାପାନ ଗସ୍ତରେ ଯାଇ ଉଭୟ ଦେଶ ମଧ୍ୟରେ ସିଭିଲ ନ୍ୟୁକ୍ଲିୟର ରାଜିନାମା ସ୍ବାକ୍ଷର ଦ୍ୱିପାକ୍ଷିକ ସମ୍ପର୍କର ଗୋଟିଏ ଗୋଟିଏ ଉଦାହରଣ। ଏହାସହ ଦୁଇ ଦେଶ ମିଳିତ ଭାବେ ମହାକାଶ ଗବେଷଣା, ଭୂବିଜ୍ଞାନ, କୃଷି, ଜଙ୍ଗଲ ବିକାଶ, ଉନ୍ନତ ସହରୀକରଣ ନେଇ ରାଜିନାମା ସ୍ବାକ୍ଷର କରିଥିଲେ। ୨୦୨୩ ମାର୍ଚ୍ଚ ୧୯ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡାଙ୍କ ମଧ୍ୟରେ ୪୨ ବିଲିୟନ ଡଲାର ଭାରତରେ ନିବେଶ ନେଇ ଚୁକ୍ତି ସ୍ବାକ୍ଷର ହୋଇଛି। ୧୯୫୭ରେ ଜାପାନର ପ୍ରଧାନମନ୍ତ୍ରୀ ନୋବୁସୁକେ କିସିଙ୍କ ଭାରତ ଗସ୍ତଠାରୁ ଆରମ୍ଭ କରି ବର୍ତ୍ତମାନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ଭାରତ ଗସ୍ତ ଉଭୟ ଦେଶର ସମ୍ପର୍କକୁ ଅଧିକ ମଜଭୁତ କରିଛି। ଜାପାନ ହିରୋସୀମାରେ ହେବାକୁ ଥିବା ଜି-୭ ବୈଠକରେ ଯୋଗଦେବାକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିଛି। ୧୯୮୦ରେ ଜାପାନ-ଭାରତ ମିଳିତ ସହଯୋଗରେ ମାରୁତି ସୁଜୁକିର ମେଗା ନିବେଶ ଭାରତୀୟ ଅଟୋ ମୋବାଇଲ ଶିଳ୍ପକୁ ବିକାଶର ନବଦିଗନ୍ତ ଦେଇଛି। ୧୯୯୧ ମସିହା ଭାରତୀୟ ଦୁର୍ବଳ ଅର୍ଥନୀତି ସ୍ଥିତିକୁ ସୁଧାର ଆଣିବାରେ ଜାପାନ ହିଁ ଏକମାତ୍ର ଦେଶ, ଯେକି ପ୍ରଚୁର ଅନୁଦାନ ପ୍ରଦାନ କରିଥିଲା। ୨୦୧୭ରେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୁମ୍ବାଇ ଅହମଦାବାଦ ମଧ୍ୟରେ ବୁଲେଟ୍‌ ଟ୍ରେନ ଚଳାଚଳ ପାଇଁ ଐତିହାସିକ ରାଜିନାମା ସ୍ବାକ୍ଷର କରିଛନ୍ତି। ଭାରତ ବିକାଶ କାର୍ଯ୍ୟରେ ଜାପାନ ଅଫିସିଆଲ ଡେଭଲପମେଣ୍ଟର ସହଭାଗିତା ଓ ଋଣ ଅନୁଦାନ ୪,୧୦,୪୯୩ କୋଟି ରହିଛି। ଏହା ଭାରତର ୩୧୦ଟି ସର୍ବସାଧାରଣ ପରିଯୋଜନାରେ ବିନିଯୋଗ ହୋଇଛି। ଭାରତର ଦ୍ରୁତ ଅର୍ଥନୈତିକ ବିକାଶ, ଗରିବୀ ନିରାକରଣ ଏବଂ ପରିବେଶ ସୁରକ୍ଷା ପାଇଁ ଜାପାନ ପ୍ରଦତ୍ତ ଅଫିସିଆଲ ଡେଭଲପମେଣ୍ଟର ସହଭାଗିତା ଋଣ ଜିକା (ଜେଆଇସିଏ) ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଛି। ଜାପାନର ଅଫିସିଆଲ ଡେଭଲପମେଣ୍ଟର ଅର୍ଥ ପାଖାପାଖି ୫୦,୦୦୦ କୋଟି ୩୦ ମିଲିୟନ ଭାରତୀୟଙ୍କୁ ପରିମଳ ଓ ପାନୀୟ ଜଳ ଯୋଗାଇବାରେ ଖର୍ଚ୍ଚ ହୋଇଛି। ଜାପାନ ସହ ଆମ ରାଜ୍ୟର ସମ୍ପର୍କ ମଧ୍ୟ ନିବିଡ଼। ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ ବେଳେ ଜାପାନରୁ ୨୬ହଜାର କୋଟି ଟଙ୍କାର ପୁଞ୍ଜି ଓଡ଼ିଶାରେ ପ୍ରବେଶ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବିଶେଷ କରି ଜାପାନର ଷ୍ଟିଲ ଜ୍ୟାଣ୍ଟ ନିପନ୍‌ ଷ୍ଟିଲ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସର୍ବବୃହତ୍‌ ଷ୍ଟିଲ କାରଖାନା ପ୍ରତିଷ୍ଠା କରିବାକୁ ରାଜିନାମା ସ୍ବାକ୍ଷର ହୋଇଛି
୪୨ ହଜାରରୁ ଅଧିକ ଭାରତୀୟ କୁଶଳୀ ବର୍ତ୍ତମାନ ଜାପାନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନରେ କାର୍ଯ୍ୟ କରୁଛନ୍ତି। ଟୋକିଓର ନିଶିକାସେଇ ଅଞ୍ଚଳରେ ଏତେ ସଂଖ୍ୟାରେ ଭାରତୀୟ ବାସ କରୁଛନ୍ତି ଯେ, ଏହାକୁ ଜାପାନର ମିନି ଇଣ୍ଡିଆର ମାନ୍ୟତା ଦିଆଯାଇଛି। ଶେଷରେ ଏତିକି କୁହାଯାଇପାରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗିତା ଓ ସହଭାଗିତାର ଦୀର୍ଘ ସମ୍ପର୍କ ଏକ ଉଦାହରଣ ସୃଷ୍ଟି କରିଥିବା ବେଳେ ସମସ୍ତ ଏସୀୟ ରାଷ୍ଟ୍ର ଏହାକୁ ଉଦାହରଣ ଭାବେ ନେଇ ମିଳିତ ସହଯୋଗିତାର ହାତ ବଢ଼ାଇଲେ ଏସିଆ ୟୁରୋପଠାରୁ ଅଧିକ ଶକ୍ତିଶାଳୀ ହୋଇପାରନ୍ତା।
ବାଲିପନ୍ତାଳ ନଗର, ଅସ୍ତରଙ୍ଗ, ପୁରୀ
ମୋ-୬୩୭୨୭୬୪୯୧୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri