କାହିଁକି ଖସୁଛି ନେପାଳୀ ବିମାନ

କାଠମାଣ୍ଡୁ,୧୬ା୧: ପଡ଼ୋଶୀ ନେପାଳରେ ଏୟାରକ୍ରାଫ୍ଟର ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇ ନ ଥାଏ। ବିମାନଗୁଡ଼ିକର ଦୁର୍ବଳ ରକ୍ଷଣାବେକ୍ଷଣ ଓ ପାଇଲଟ୍‌ଙ୍କୁ ପ୍ରଶିକ୍ଷଣର ଅଭାବ ଯୋଗୁ ବିମାନ ପରିବହନ ସେକ୍ଟର ବହୁଳ କ୍ଷତିଗ୍ରସ୍ତ ହୋଇଛି। କମ୍‌ ଦୃଶ୍ୟମାନତା ଓ କୋହଲା ପାଗ ବିମାନ ଚଳାଚଳରେ ବାଧକ ସାଜିଥାଏ। ପାହାଡ଼ିଆ ଅଞ୍ଚଳରେ ଥିବା ଏହାର ରନ୍‌ଓ୍ବେଗୁଡ଼ିକ ଦୁର୍ବଳ ମାନର ହୋଇଥିବାରୁ ପାଇଲଟ୍‌ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି। ନେପାଳରେ ୨୦୧୦ ପରଠୁ ଅଦ୍ୟାବଧି ଘଟିଥିବା ୧୧ ବିମାନ ଦୁର୍ଘଟଣା ଉପରେ ଏକ ନଜର…

ବିଶ୍ୱର ସର୍ବୋଚ୍ଚ ୧୪ ପର୍ବତମାଳା ମଧ୍ୟରୁ ୮ଟି କେବଳ ନେପାଳରେ ଅବସ୍ଥିତ। ଏଭରେଷ୍ଟ ଶୃଙ୍ଗରେ ହଠାତ୍‌ ବଦଳୁଥିବା ପାଣିପାଗ ଯୋଗୁ ଏଠାରେ ଅଧିକାଂଶ ବିମାନ ଦୁର୍ଘଟଣା ଘଟୁଥିବା ବିଶେଷଜ୍ଞମାନେ ମତ ଦିଅନ୍ତି। ନେପାଳରେ ୨୦୦୦ ମସିହାରୁ ଅଦ୍ୟାବଧି ଘଟିଥିବା ବିମାନ ଓ ହେଲିକପ୍ଟର ଦୁର୍ଘଟଣାରେ ୩୫୦ ଜଣଙ୍କ ଜୀବନ ଗଲାଣି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ୨୦୧୩ରୁ ୟୁରୋପୀୟ ସଂଘ (ଇୟୁ) ନିଜ ଏୟାରସ୍ପେସ୍‌ ନେପାଳୀ ଏୟାରଲାଇନ୍ସ ଅଧୀନ ବିମାନଗୁଡ଼ିକର ଚଳାଚଳ ଉପରେ କଟକଣା ଜାରି କରିଛି। ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ (ଆଇସିଏଓ) ମଧ୍ୟ ନେପାଳୀ ବିମାନଗୁଡ଼ିକର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
ନେପାଳରେ ଅବସ୍ଥିତ ଟୁରିଜମ୍‌ ସିଟି ପୋଖରା ହେଉଛି ଦେଶର ଦ୍ୱିତୀୟ ବୃହତ୍‌ ସହର। ଏଠାରେ ଥିବା ଅର୍ଣ୍ଣପୂର୍ଣ୍ଣା ପର୍ବତଶ୍ରେଣୀର ମନୋରମ ଦୃଶ୍ୟ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ। ରାଜଧାନୀ କାଠମାଣ୍ଡୁରୁ ସ୍ଥଳପଥରେ ପୋଖରା ଯିବାକୁ ହେଲେ ୬ ଘଣ୍ଟା ଲାଗିଥାଏ। କିନ୍ତୁ ମାତ୍ର ୨୫ ମିନିଟରେ ବିମାନ ଯାତ୍ରା ସମ୍ପୂର୍ଣ୍ଣ ହୋଇଥାଏ। ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ପ୍ରକଳ୍ପ ଅଧୀନରେ ନିର୍ମିତ ପୋଖରାର ନୂଆ ଏୟାରପୋର୍ଟରୁ ନୂଆବର୍ଷରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। ଏହାର ନିର୍ମାଣ ପାଇଁ ୨୦୧୬ ମାର୍ଚ୍ଚରେ ନେପାଳ ସରକାର ଚାଇନାଠାରୁ ୨୧୫.୯୬ ଆମେରିକୀୟ ଡଲାର ଋଣ ନେବା ପାଇଁ ଚୁକ୍ତିବଦ୍ଧ ହୋଇଥିଲେ। ଏହି ଦୁର୍ଘଟଣା ପରେ ବିମାନବନ୍ଦରକୁ ରବିବାର ବନ୍ଦ କରାଯାଇଛି। ଦେଶର ସମସ୍ତ ଘରୋଇ ଯାତ୍ରୀବାହୀ ବିମାନର ବୈଷୟିକ ନିରୀକ୍ଷଣ କରାଯିବ।
ୟେତି ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଟୁଇନ୍‌ ଇଞ୍ଜିନ୍‌ ୯ଏନ୍‌-ଏଏନ୍‌ସି ଏଟିଆର୍‌ ୭୨ ଏୟାରକ୍ରାଫ୍ଟ ୧୫ ବର୍ଷ ପୁରୁଣା। ବିମାନରେ ଏକ ପୁରୁଣା ଟ୍ରାନ୍ସପୋଣ୍ଡର ଥିବାବେଳେ ଏହାର ଡେଟା ଭରସାଯୋଗ୍ୟ ନ ଥିଲା। ୦୫୧୨ ଜିଏମ୍‌ଟିରେ ବିମାନ ସମୁଦ୍ର ପତ୍ତନରୁ ୨,୮୭୫ ଫୁଟ୍‌ ଉଚ୍ଚରେ ଥିବାବେଳେ ଟ୍ରାନ୍ସପୋଣ୍ଡରଠାରୁ ଶେଷ ସିଗ୍ନାଲ ମିଳିଲା ବୋଲି ବିମାନଗୁଡ଼ିକୁ ଟ୍ରାକିଂ କରୁଥିବା ଓ୍ବେବ୍‌ସାଇଟ୍‌ ଫ୍ଲାଇଟ୍‌ରାଡାର୨୪ ପକ୍ଷରୁ ଟୁଇଟରରେ କୁହାଯାଇଛି। ନେପାଳର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ୨୦୧୯ ଏୟାର ସେଫ୍ଟି ରିପୋର୍ଟ ଅନୁସାରେ ଦେଶର ପାଣିପାଗରେ ଥିବା ବିବିଧତା ଯୋଗୁ ଏଭଳି ଦୁର୍ଘଟଣା ଘଟୁଛି। ପୋଖରା ଏୟାରପୋର୍ଟ ମୁଖପାତ୍ର ଅନୁପ ଜୋଷୀ କହିଛନ୍ତି, ଏହି ଏୟାରକ୍ରାଫ୍ଟ ବିମାନବନ୍ଦର ନିକଟରେ ପହଞ୍ଚତ୍ଥିବାବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ ବିମାନଟି ୧୨,୫୦୦ ଫୁଟ୍‌ ଉଚ୍ଚତାରେ ଉଡ଼ାଣ କରୁଥିଲା। ପାଗ ଠିକ୍‌ ଥିବା ସତ୍ତ୍ୱେ ଏହା ଖସିପଡ଼ିବା ସମସ୍ତଙ୍କୁ ଚକିତ କରିଛି। ଦୁର୍ଘଟଣା ପରେ ସ୍ଥିତି ସମୀକ୍ଷା ପାଇଁ ବାଲୁଓ୍ବତାରରେ କ୍ୟାବିନେଟ ବୈଠକ ବସିଛି। ପୂର୍ବତନ ବିମାନ ଚଳାଚଳ ସଚିବ ନଗେନ୍ଦ୍ର ଘିମିରେଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ତଦନ୍ତ କମିଶନ ଗଠନ କରାଯାଇଛି। ଏହି କମିଶନ ୪୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବେ। ମୃତକଙ୍କ ସମ୍ମାନାର୍ଥେ ସୋମବାର ରାଷ୍ଟ୍ରୀୟ ଶୋକ ଦିବସ (ସରକାରୀ ଛୁଟି) ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

୨୦୧୦ ପରଠୁ ୧୧ ଥର

୨୦୨୨ ମେ’ ୨୯: ନେପାଳୀ କ୍ୟାରିୟର୍‌ ତାରା ଏୟାର ଦ୍ୱାରା ପରିଚାଳିତ ଏକ ଟୁଇନ୍‌ ଓଟ୍ଟେର ପ୍ଲେନ୍‌ ପୋଖରା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା।
୨୦୧୯ ଏପ୍ରିଲ ୧୪: ଏକ ଛୋଟ ବିମାନ ମାଉଣ୍ଟ ଏଭରେଷ୍ଟ ନିକଟ ରନ୍‌ଓ୍ବେରେ ଉଡ଼ାଣ ଆରମ୍ଭ ସମୟରେ ଦୁଇଟି ହେଲିକପ୍ଟର ସହ ଧକ୍କା ହୋଇଥିଲା। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଥିଲେ।
୨୦୧୮ ମାର୍ଚ୍ଚ ୧୨: ବାଂଲାଦେଶ ରାଜଧାନୀ ଢାକାରୁ ଏକ ବିମାନ ଯାତ୍ରା କରି କାଠମାଣ୍ଡୁରେ ଅବତରଣ କରିବା ସମୟରେ ଫୁଟ୍‌ବଲ୍‌ ଫିଲ୍ଡକୁ ଖସିଯାଇଥିଲା। ସେଠାରେ ବିସ୍ଫୋରଣ ଘଟି ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା।
୨୦୧୬ ଫେବୃୟାରୀ ୨୪: ତାରା ଏୟାରଲାଇନ୍ସର ଏକ ଟୁଇନ୍‌ ଓଟ୍ଟେର ବିମାନ ମ୍ୟାଗ୍‌ଦି ଜିଲାର ଏକ ପାହାଡ଼କୁ ଧକ୍କା ଦେବାରୁ ୨୩ ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା।
୨୦୧୪ ଫେବୃୟାରୀ ୧୬: ନେପାଳ ଏୟାରଲାଇନ୍ସର ଏକ ଫ୍ଲାଇଟ୍‌ ଅର୍ଘକାଞ୍ଚତ୍ ଜିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଏହାର ଧ୍ୱଂସାବଶେଷ ଓ ୧୮ ଯାତ୍ରୀଙ୍କ ମୃତଦେହ ଏଠିସେଠି ବିଛାଡ଼ି ହୋଇପଡ଼ିଥିଲା।
୨୦୧୨ ସେପ୍ଟେମ୍ବର ୨୮: ୧୯ ଯାତ୍ରୀଙ୍କୁ ନେଇ ମାଉଣ୍ଟ ଏଭରେଷ୍ଟ ଆଡ଼କୁ ଯାଉଥିବା ଏକ ବିମାନ କାଠମାଣ୍ଡୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୭ ବ୍ରିଟିଶ୍‌ ଓ ୫ ଚାଇନା ନାଗରିକଙ୍କ ସମେତ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।
୨୦୧୨ ମେ’ ୧୪: ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଉଡ଼ାଣ କରୁଥିବା ଅଗ୍ନି ଏୟାର ଦ୍ୱାରା ପରିଚାଳିତ ଏକ ବିମାନ ଉତ୍ତର ପାର୍ବତ୍ୟାଞ୍ଚଳରେ ଥିବା ଜୋମ୍‌ସୋମ୍‌ ଏୟାରପୋର୍ଟ ନିକଟରେ ଖସିପଡ଼ିଥିଲା। ୧୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୌଭାଗ୍ୟକ୍ରମେ ୬ ଯାତ୍ରୀ ବର୍ତ୍ତିଯାଇଥିଲେ।
୨୦୧୧ ସେପ୍ଟେମ୍ବର ୨୫: ୧୯ ପର୍ଯ୍ୟଟକଙ୍କୁ ଏଭରେଷ୍ଟ ଶୃଙ୍ଗର ଦୃଶ୍ୟ ଦେଖାଇବାକୁ ଉଡ଼ାଣ କରୁଥିବା ଏକ ଛୋଟ ବିମାନ କାଠମାଣ୍ଡୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
୨୦୧୦ ଡିସେମ୍ବର ୧୫: ପୂର୍ବ ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସମସ୍ତ ୨୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ଭୁଟାନର ହୋଇଥିବାବେଳେ ଜଣେ ଆମେରିକୀୟ ମଧ୍ୟ ଥିଲେ।
୨୦୧୦ ଅଗଷ୍ଟ ୨୪: ଅଗ୍ନି ଏୟାରର ଏକ ଛୋଟ ବିମାନ ଖରାପ ପାଗ ଯୋଗୁ କାଠମାଣ୍ଡୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୪ ଆମେରିକୀୟ, ଜଣେ ଜାପାନୀ ଓ ଜଣେ ବ୍ରିଟିଶ୍‌ ନାଗରିକଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ଆନ୍ଦୋଳନ ସ୍ଥଗିତ, ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ ଆଜିଠୁ…

ଭୁବନେଶ୍ୱର,୪ା୭: ରାଜ୍ୟରେ ଚାଲିଥିବା ଡାକ୍ତରମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶନିବାରଠାରୁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେବେ ବୋଲି ମନ୍ତ୍ରୀ…

Parliament Monsoon Session: ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ, ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ,୪।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରେ ଆରମ୍ଭ ହେବ। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ X ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଭାରତ ସରକାରଙ୍କ…

‘କକ୍ରୋଚ ଜନତା ପାର୍ଟି’ର ପ୍ରତିବାଦକୁ ସମର୍ଥନ କଲେ ମହୁଆ ମୋଇତ୍ରା

ନୂଆଦିଲ୍ଲୀ,୪।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ଶୁକ୍ରବାର ଜନ୍ତରମନ୍ତରରେ ଚାଲିଥିବା ପ୍ରତିବାଦରେ ଯୋଗ ଦେଇ କର୍ମୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ସ୍ବର ଉଠାଇଥିଲେ। ଶିକ୍ଷା…

IND vs ENG 2nd T20: ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ? ତାଙ୍କୁ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ

ନୂଆଦିଲ୍ଲୀ,୪।୭: ବୈଭବ ସୂର୍ଯ୍ୟବଂଶୀ କେବେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବେ? ଏହି ପ୍ରଶ୍ନ ବର୍ତ୍ତମାନ କ୍ରିକେଟ ଜଗତରେ ଚର୍ଚ୍ଚାର ବିଷୟ। ବୈଭବ ନିକଟରେ ଏକ ଇନଷ୍ଟାଗ୍ରାମ…

ଚର୍ଚ୍ଚା ସୃଷ୍ଟି କଲାଣି ବୈଭବ ସୂର୍ଯ୍ୟବଂଶୀଙ୍କ ‘New Chapter’ ଷ୍ଟୋରୀ, ଏହା ଡେବ୍ୟୁର ଏକ ସଙ୍କେତ ନା ଏକ ନୂଆ ସରପ୍ରାଇଜ? ଜାଣନ୍ତୁ…

ନୂଆଦିଲ୍ଲୀ,୪।୭: ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଭାରତର ପ୍ରତିଭାବାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କେବେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ। ଏହି ଶନିବାର ମାଞ୍ଚେଷ୍ଟରରେ…

ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: ସୁନା-ରୁପା ଅଳଙ୍କାର ଜବତ, ୪ ଡକାୟତଙ୍କୁ ଗିରଫ କରି…

ଭଞ୍ଜନଗର,୪ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ମାସ ହେବ ଚୋରି, ଡକାୟତି ବଢ଼ିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ରିଷିଡ଼ା,୪ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ହରି ବାରିକଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ଆବାସ…

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା,୪।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri