ମଧ୍ୟପ୍ରଦେଶରୁ ୱେବ୍‌ ଏକ୍ସପର୍ଟ ଗିରଫ

ଭୁବନେଶ୍ୱର,୧୬।୧(ବ୍ୟୁରୋ):ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଆଦି ବିଭିନ୍ନ ରାଜ୍ୟରେ ଜାଲ ବିଛାଇ ପ୍ରାୟ ୫୦ ହଜାର ଚାକିରି ଆଶାୟୀଙ୍କଠାରୁ ବହୁ କୋଟି ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉଜଣେ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରିଛି। ସେ ହେଲେ ରତଲମ୍‌ ଜିଲା ଜାୱରା ସହରର ଅର୍ପିତ୍‌ ପାଞ୍ଚାଲ୍‌। ସେ ଇନ୍‌ଫର୍‌ମେଶନ୍‌ ଟେକ୍ନୋଲୋଜି (ଆଇ.ଟି.)ରେ ବିଟେକ୍‌ କରି ୱେବ୍‌ ଏକ୍ସପର୍ଟ ଭାବେ କାମ କରୁଥିଲେ। ଅର୍ପିତ୍‌ଙ୍କଠାରୁ ୨ଟି ଲାପଟପ୍‌ ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ ହୋଇଛି। ତାଙ୍କୁ ଗତ ମଙ୍ଗଳବାର ଗିରଫ କରାଯିବା ପରେ ବୁଧବାର ସ୍ଥାନୀୟ ଜାୱରା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଅପ୍ରିତ୍‌ଙ୍କୁ ଇଓଡବ୍ଲ୍ୟୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣି ରବିବାର ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଗତ ୨ ସପ୍ତାହ ତଳେ ରାକେଟର ମାଷ୍ଟରମାଇଣ୍ଡ୍‌ ଜାଫର ଅହମ୍ମଦଙ୍କୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଥିଲା। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରୟାସ କରାଯାଉଥିବା ଇଓଡବ୍ଲ୍ୟୁ ଏସ୍‌ପି ଦିଲୀପ ତ୍ରିପାଠୀ କହିଛନ୍ତି।
ଉତ୍ତରପ୍ରଦେଶ ଆଲିଗଡ଼ରୁ ଦେଶର ଏହି ବଡ଼ ଠକେଇ ରାକେଟ ଅପରେଶନ ହେଉଥିଲା। ଅଭିଯୁକ୍ତମାନେ ଜୀବନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା, ଗ୍ରାମୀଣ ସମାଜ ମାନବ ସ୍ବାସ୍ଥ୍ୟ ସେବା, ଭାରତୀୟ ଜନ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଭଳି ୯ଟି ନକଲି ସରକାରୀ ୱେବ୍‌ସାଇଟ୍‌ ଖୋଲିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ୱେବ୍‌ସାଇଟ୍‌କୁ ସରକାରୀ ଢାଞ୍ଚାରେ ପ୍ରସ୍ତୁତ କରିଥିଲେ। ୨୦୨୦ରୁ ଖବରକାଗଜ ଜରିଆରେ ନିଯୁକ୍ତି ବିଜ୍ଞାପନ ଦେଇ ଚାକିରି ଆଶାୟୀଙ୍କୁ ଫସାଉଥିଲେ। ଏହି ରାକେଟ୍‌ରେ ଇଞ୍ଜିନିୟର, ୱେବ୍‌ସାଇଟ୍‌ ଡେଭଲପରଙ୍କୁ ନିଯୁକ୍ତି ଦିଆଯିବା ସହ କଲ୍‌ ସେଣ୍ଟର ରହିଥିଲା। ପ୍ରତି ଆଶାୟୀଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ଟ୍ରେନିଂ ପାଇଁ ୩ ହଜାରରୁ ୫୦ ହଜାର ଟଙ୍କା ନେଉଥିଲେ। ପୋଲିସ ନଜରରୁ ବର୍ତ୍ତିବା ପାଇଁ ସେମାନେ ଫେକ୍‌ ବ୍ୟାଙ୍କ ଆକାଉଣ୍ଟ ଓ ଫେକ୍‌ ସିମ୍‌ ବ୍ୟବହାର କରି ଠକେଇ କରୁଥିଲେ। ତେବେ ଏନେଇ ଅଭିଯୋଗକ୍ରମେ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଇଓଡବ୍ଲ୍ୟୁ ଗତ ୨୦୨୨ ସେପ୍ଟେମ୍ବର ୧୦ରେ ଏକ ମାମଲା (ନଂ.୧୭/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଏଯାବତ୍‌ ତଦନ୍ତରୁ ଜଣାପଡ଼ିଛି, ୪ଟି ୱେବ୍‌ସାଇଟ ମାଧ୍ୟମରେ ଓଡ଼ିଶାରେ ବିଜ୍ଞାପନ ଦିଆଯାଉଥିଲା। ଏହି ରାକେଟ୍‌ ଓଡ଼ିଶା ଓ ଗୁଜରାଟରେ ୨୨ ହଜାର ଆଶାୟୀଙ୍କୁ ଠକେଇ କରିଥିବାବେଳେ ଏଥିରୁ ଓଡ଼ିଶାରେ କେବଳ ୧୨ ହଜାର ଆଶାୟୀ ରହିଛନ୍ତି। ଗୁଜରାଟ, କର୍ନାଟକ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ କେତେ ଲୋକଙ୍କୁ ଠକେଇ କରାଯାଇଛି ତାହା ଜାଣିବାକୁ ଇଓଡବ୍ଲ୍ୟୁ ପ୍ରୟାସ କରୁଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri